ଜୀବନ କୁ ପାଣି ଛଡାଇ କୁମ୍ଭୀର ମୁଂହରୁ ଯୁବକ ଙ୍କୁ ଘୋଷାଡ଼ି ଆଣିଲେ ଦୁଇ ମହିଳା

କୁମ୍ଭୀର ମୁଁହରୁ ଅଳ୍ପକେ ବର୍ତି ଯାଇଛନ୍ତି ଯୁବକ I ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ବତିଘର ପଞ୍ଚାୟତ ବଡତୁବି ଗ୍ରାମର I ମିଳିଥିବା ସୂଚନା ଅନୁଯାଇ ଆଜି ସକାଳେ ଜଣେ ଯୁବକ ଶୌଚ ହେବାକୁ ନାଳ କୁ ଯାଇଥିଲେ I ଯୁବକ ଙ୍କ ନାମ କିଣାରାମ I କିଣାରାମ ଶୌଚ ହେବା ସମୟରେ ଏକ ବଡ କୁମ୍ଭୀର ପଛପଟୁ ତାଙ୍କୁ ଭିଡି ନେଇଥିଲା I ଭୟ ରେ ଜୀବନ ରକ୍ଷା ପାଇଁ ଆକୁଳ ଚିତ୍କାର କରିବାକୁ ଲାଗିଲେ କିଣାରାମ I ପାଖରେ ଥିବା ଦୁଇଜଣ ମହିଳା କିଣାରାମ ଙ୍କ ଚିତ୍କାର ଶୁଣି ନାଳ ନିକଟକୁ ଦୌଡ଼ି ଯାଇଥିଲେ ଟେକା ପଥର ଫିଙ୍ଗିବା ସହିତ ପାଣି ଭିତରେ ପଶି ଯୁବକ ଙ୍କୁ କୁମ୍ଭୀର ମୁଁହରୁ ଟାଣି ଆଣିଥିଲେ I

ସେତେବେଳକୁ କୁମ୍ଭୀର ଟି ପାଖାପାଖି 7/8 ଫୁଟ ଯାଏଁ କିଣାରାମ ଙ୍କୁ ଘୋଷାଡ଼ି ନେଇଥିଲା I କୁମ୍ଭୀର ଟି ଡରିଯାଇ କିଣାରାମ ଙ୍କୁ ଛାଡି ପଳାଇଥିଲା I ମହିଳା ଦୁଇଜଣ ଯାଙ୍କ ଯୁବକ କୁ ଗାଁ ଆଣି ହସ୍ପିଟାଲ କୁ ନେଇଥିଲେ I ଯୁବକ ଜଣଙ୍କ ହାତରେ ଗଭୀର କ୍ଷତ ହେଇଥିଲେ ମଧ୍ୟ ସେ ଭଲ ଅଛନ୍ତି I

Leave a Reply

Your email address will not be published. Required fields are marked *