ଜୀବନ ର କିଛି ଗୁଢ଼ ରହସ୍ୟ:ବିବେକାନନ୍ଦ

କେତେ ଲୋକଙ୍କ ମନରେ ଏହି ପ୍ରଶ୍ନ ବାରମ୍ବାର ଆସିଥାଏ କି ଭଲ ଲୋକ କଣ ପାଇଁ ସବୁବେଳେ ଦୁଃଖ ପାଇଥାଏ।ଏମିତି କିଛି ପ୍ରଶ୍ନ ସ୍ବାମୀ ବିବେକାନନ୍ଦ ନିଜ ଗୁରୁ ରାମକୃଷ୍ଣ ପରମହଂସଙ୍କୁ ପଚାରିଲେ ଯାହାର ଉତ୍ତର ଜୀବନର ସମସ୍ୟାକୁ କେତେକାଂଶରେ ଦୁର କରିପାରିବ।ଆଉ ଜୀବନରେ ଖୁସି ଆଉ ସଫଳତା ପାଇବାରେ ସାହାଯ୍ୟ ହୋଇପାରିବ।

ସ୍ବାମୀ ବିବେକାନନ୍ଦ କହିଲେ କି ଭଲ ଲୋକ ସବୁବେଳେ ଦୁଃଖ କାହିଁକି ପାଆନ୍ତି।ଏହାର ଉତ୍ତରରେ ରାମକୃଷ୍ଣ ପରମହଂସ କହିଥିଲେ ହୀରା କୁ ରଗଡ଼ିଲା ପରେ ହିଁ ଚମକିଥାଏ।ଆଉ ସୁନା କୁ ଶୁଦ୍ଧ ହେବାପାଇଁ ହିଁ ନିଆଁ ରେ ପକାଯାଏ।ଭଲ ଲୋକ ଦୁଃଖ ପାଆନ୍ତି ନାହିଁ ତାଙ୍କୁ କେବଳ ଖରାପ୍ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ।

ଯେଉଁଥି ପାଇଁ ସେମାନଙ୍କ ଜୀବନ ଭଲ ରହିବ ।କିନ୍ତୁ ସବୁବେଳେ ମନେ ରଖିବା ଉଚିତ୍ ଭଗଵାନ ଭଲ ଲୋକଙ୍କ ଉପରେ ସବୁବେଳେ କୃପା ଦୃଷ୍ଟି ବନେଇ ରଖିଥାନ୍ତି।ସ୍ବାମୀ ବିବେକାନନ୍ଦ ପୁଣି କହିଲେ କି ମୁଁ ସମୟ କାଢି ପାରୁନି ଜୀବନ ସବୁ କାମରେ ଭାରିଯାଇଛି।ଏହା ଉପରେ ରାମକୃଷ୍ଣ ପରମହଂସ କହିଲେ କି ତୁମକୁ କାମ ତା ଏମିତି ସବୁସମୟରେ ଘେରି ରହିବ।

ଏହା ତମକୁ ଠିକ୍ କରିବାକୁ ପଡ଼ିବ କି କେଉଁ କାମ ଜରୁରୀ ଅଟେ ଆଉ କେଉଁ କାମ କରିବାରେ ସମୟ ନଷ୍ଟ ହୋଇଥାଏ।ଯେଉଁଦିନ ତୁମେ ଏହାର ଅନ୍ତର କରିବା ସିଖିଯିବ ସେହି ଦିନ ସମୟ ବି ତୁମର ଅନୁକୂଳ ତା କରିବ।ପୁଣି ସ୍ବାମୀ ବିବେକାନନ୍ଦ ପଚାରିଲେ ଏ ଜୀବନ ଏତେ ଜଟିଳ କଣ ପାଇଁ ହୋଇଥାଏ।ଏହା ଉପରେ ରାମକୃଷ୍ଣ କହିଲେ ଯେ ଜୀବନରେ କଣ ଭଲ ଆଉ କଣ ମନ୍ଦ ଏହାର ବିଶ୍ଲେଷଣ କରିବା ଛାଡ଼ିଦିଅ।

ଏହି କଥା ଜୀବନକୁ ଜଟିଳ ବନେଇଥାୟେ।ଜୀବନକୁ ଖୁସିରେ ବିତେଇବାକୁ ଚେଷ୍ଟା କର।ପୁଣି ସ୍ବାମୀ ବିବେକାନନ୍ଦ ପଚାରିଲେ ତାହେଲେ ଆମେ ଦୁଃଖୀ କଣ ପାଇଁ ରହୁ। ରାମକଷ୍ଣ କହିଲେ କି ଚିନ୍ତା କରିବା ତୁମର ଅଭ୍ୟାସ ହୋଇଗଲାଣି।ଏହି କାରଣରୁ ତୁମେ ଖୁସିରେ ରହିପାରୁନି।ବିନା କାରଣ କିମ୍ବା ଛୋଟ ଛୋଟ କଥାରେ ଦୁଃଖୀ ହେବା କିମ୍ବା ଚିନ୍ତା କରିବା ର ଅଭ୍ୟାସ କୁ ଛାଡ଼ିଦିଅ।

ଜୀବନରେ ଆସ୍ତେ ଆସ୍ତେ ଖୁସି ଆସିଯିବ।ପୁଣି ବିବେକାନନ୍ଦ ପଚାରିଲେ କେତେଥର ସମସ୍ୟାରେ ଘେରି ହୋଇଯିବା କାରଣରୁ ଜାଣିପାରୁନାହାନ୍ତି ଆମେ କେଉଁ ରାସ୍ତାରେ ଯାଉଛୁ। ରାମକଷ୍ଣ ଉତ୍ତର ଦେଲେ ଯଦି ତୁମେ ବାହାରେ ଦେଖିବ ତୁମେ ଜାଣିପାରିବ ନାହିଁ ତୁମେ କେଉଁଠିକି ଯାଉଚ।ନିଜର ଭିତରେ ଦେଖା ଆଉ ମନ କୁ ପଚାର ମନ ଯେଉଁ ରାସ୍ତା ଦେଖାଏ ସେ ସବୁବେଳେ ଠିକ୍ ଥାଏ।ସ୍ବାମୀ ବିବେକାନନ୍ଦ ପଚାରିଲେ କି ସମସ୍ୟାରେ କିଏ କେମିତି ଉତ୍ସାହ ବନେଇରଖିପାରିବ।

ରାମକଷ୍ଣ ଉତ୍ତର ଦେଲେ ସବୁବେଳେ ଏହି କଥା ଉପରେ ଧ୍ୟାନ ଦିଅ କି ତୁମେ କେତେ ଚାଲିପାରିବ।ଏହା ଉପରେ ନୁହେଁ କି ଆଉ କେତେ ବାକି ଅଛି।ଯାହା ପାଇଲ ତାକୁ ମନେ ପକାଅ ଯାହା ପାଇଲ ନାହିଁ ତାକୁ ମନେ ପକାଅ ନାହିଁ।ଏହା ତୁମର ଉତ୍ସାହ ବନେଇ ରଖିବାରେ ସାହାଯ୍ୟ କରିଥାଏ।ସ୍ବାମୀ ବିବେକାନନ୍ଦ ପଚାରିଲେ ଲୋକଙ୍କର କେଉଁ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ।

ରାମକୃଷ୍ଣ କହିଲେ କି ଯେତେବେଳେ ସେମାନେ କଷ୍ଟରେ ଥାନ୍ତି କୁହନ୍ତି କି ମୋତେ କାହିଁ ସବୁବେଳେ ଏତେ କଷ୍ଟ କିନ୍ତୁ ଯେତେବେଳେ ସେମାନେ ଖୁସି ପାଆନ୍ତି ସେତେବେଳେ କୁହନ୍ତି ନାହିଁ କି ଏହି ଖୁସି ମୋତେ କାହିଁକି ।ସ୍ବାମୀ ବିବେକାନନ୍ଦ ପୁଣି ପଚାରିଲେ ମୁଁ ମୋ ଜୀବନରେ ସର୍ବୋତ୍ତମ କେମିତି ହାସଲ କରିପାରି ବି। ରାମକଷ୍ଣ କହିଲେ ବିନା କିଛି ଦୁଃଖରେ ନିଜ ଜୀବନକୁ ସାମ୍ନା କରିବା ଶିଖ।ପୁରା ବିଶ୍ୱାସ ସହ ବର୍ତ୍ତମାନର ସାମ୍ନା କର।ଆଉ leader ହୋଇ ଭବିଷ୍ୟତ କୁ ଦେଖ।

ଏହି କଥାରୁ ତୁମେ ସର୍ବୋତ୍ତମ ହାସଲ କରିପାରିବ।ପୁଣି ସ୍ବାମୀ ବିବେକାନନ୍ଦ ପଚାରିଲେ କେବେ କେବେ ମୋର ପାର୍ଥନା ବେକାର ଯାଉଚି। ରାମକଷ୍ଣ କହିଲେ କି କେବେ ପୂଜା ଆଉ ପାର୍ଥନା ବେକାର ଯାୟେନାହି।ନିଜର ଆ ସ୍ତା କୁ ବନେଇ ରଖ ଆଉ ଡର କୁ ଦୂରେଇ ରଖ।ଜୀବନ ଗୋଟିଏ ରହସ୍ୟ ଅଟେ ଆଉ ତୁମକୁ ତାହା ଖୋଜିବାର ଅଛି।ଯଦି ତୁମେ ଜାଣି ଯିବ ବଞ୍ଚିବା କେମିତି ଅଟେ।ଏହି ଜୀବନ ସତରେ ବହୁତ୍ ଅଧିକ ଖୁସିରେ ବ୍ୟତୀତ ହେବ।

Leave a Reply

Your email address will not be published. Required fields are marked *