ବର୍ଷା ଙ୍କୁ ଗାଳି କଲେ ତୃପ୍ତି ଜାଣନ୍ତୁ କାହିଁକି ..

ଲୋକ ଗହଳି ଲାଗିଥାଏ , ଭିଡ ଭିତରେ ଅଭିନେତ୍ରୀ ତୃପ୍ତି ଅଲକ୍ଷଣୀ ସବା ଖାଇ ମଉନମୁଁହି , ପତର ଗୋଟେଇ ଟୋକି କହି ନିର୍ଧୁମ ଗାଳି କରୁଥାନ୍ତି ଓଡ଼ିଆ ଚଳଚିତ୍ର ନାୟିକା ବର୍ଷା ପ୍ରିୟଦର୍ଶିନୀ ଙ୍କୁ I ଆଉ ବର୍ଷା ହସି ହସି ଗଡିଯାଉଥାନ୍ତି I ଘଟଣା ଟି କଟକ ର ଏକ ନିପଟ ମଫସଲ ଗାଁ ରେ I କଥାଟା ସହଜ ରେ ହଜମ ହେଲାନି , କାହିଁକି ବର୍ଷା ଙ୍କୁ ଏମିତି ଗାଳି ହେଉଛି ଆଉ ସେ ପୁଣି ହସୁଛନ୍ତି I ବୁଝୁ ବୁଝୁ ଜଣାପଡିଲା କି ସତକୁ ସତ ନୁଁହେମ I ବର୍ଷା ଙ୍କ ଆଗାମୀ ଫିଲ୍ମ ନିମପୁର ରୁ ନବୀନ ନିବାସ ର ସୁଟିଂ ଚାଲିଥିଲା ସେହି ଗାଁ ରେ I

ଯେଉଁଥିରେ କି ବର୍ଷା ଙ୍କୁ ତୃପ୍ତି ଗାଳିଦେବାର ଏକ ଦୃଶ୍ୟ ଥିଲା I ଦୃଶ୍ୟ ରେ ତୃପ୍ତି ଏତେ ସୁନ୍ଦର ଅଭିନୟ କରିଥିଲେ ଯେ ଜମାରୁ ଜଣା ପଡୁନଥିଲା କି ଏହା ରିଅଲ ନା ରିଲ୍ I ଉପସ୍ଥିତ ଦର୍ଶକ ସୁଟିଂ ସେଟ ରୁ ବର୍ଷା ଏବଂ ତୃପ୍ତି ଙ୍କର ଅଭିନୟ ର ମଜା ନେଉଥିଲେ I ଆଗାମୀ ରଜ ରେ ଏହାର ରିଲିଜ ହେବାର ଲକ୍ଷ ରଖାଯାଇଛି I ଗୋଟେ ସାଧା ସିଧା ଗାଉଁଲି ଝିଅ କିପରି ନିମପୁର ରୁ ନବୀନ ନିବାସ ରେ ପହଁଚୁଛି ତାହା ଫିଲ୍ମ ରେ ଦର୍ଶାଯାଇଛି I

Leave a Reply

Your email address will not be published. Required fields are marked *