ଝିଅ

କବିତା:- ଝିଅ (ଯାଜ୍ଞସେନୀ ନାୟକ )

ଘରକୁ ଆସିଲେ ଯିଏ ଦୋୖଡିକରି ପାଖକୁ ଆସେ
ତାକୁ କହନ୍ତି ଝିଅ
ଥାକିଗଲେ ଯିଏ ଶ୍ରଦ୍ଧାରେ ମଥା ସହଲାଇ ଦିଏ
ତାକୁ କହନ୍ତି ଝିଅ
“କାଲି ଆଣିଦେବି”କହିବାରେ ଯିଏ ବୁଝିଯାଏ
ତାକୁ କହନ୍ତି ଝିଅ
ମନକୁ ମନ ଫୁଲରେ ଯିଏ ଘରକୁ ସଜାଏ
ତାକୁ କହନ୍ତି ଝିଅ
ପ୍ରତିଦିନ ଔଷଧ କଥା ଯିଏ ମନେ ପକାଇଦିଏ
ତାକୁ କହନ୍ତି ଝିଅ
ଦୂରକୁ ଗଲେ ଯିଏ ବହୁତ୍ କାନ୍ଦିଥାଏ
ତାକୁ କହନ୍ତି ଝିଅ
ସବୁ ସହିଯାଇ ନିଜ ଦୁଃଖକୁ ଯିଏ ଲୁଚାଏ
ତାକୁ କହନ୍ତି ଝିଅ
ସ୍ୱାମୀର ହୋଇ ଯିଏ ବାପାମାଆ ଙ୍କୁ ଭୁଲିନଥାଏ
ତାକୁ କହନ୍ତି ଝିଅ
ଅସଲ ହୀରା ଯାହାକୁ କହନ୍ତି
ତାକୁ କହନ୍ତି ଝିଅ

Leave a Reply

Your email address will not be published. Required fields are marked *