ଓଡ଼ିଶାରେ ଜିଗାଲୋ ପସରା : ପଥଭ୍ରଷ୍ଟ ଆଡକୁ ଯୁବପିଢ଼ି, ସମୟ ଆସିଛି ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ର

ପେଟର ଭୋକ ହେଉ କିମ୍ବା ଦେହର ଭୋକ , ସବୁରି ମୂଳରେ ଥାଏ ଅଭାବ , କୁହାଯାଏ ଅଭାବେ ସ୍ଵଭାଵ ନଷ୍ଟ I ଯେଉଁଥିପାଇଁ ଦେହବେବସାୟ ପରି ଏକ ଘୃଣିତ ବ୍ୟବସ୍ତା କୁ ଆପଣାଇ ନେଇଥାନ୍ତି କିଛି ଯୁବତୀ I ଇଛା ଥାଉ କିମ୍ବା ନଥାଉ ଅସହାୟତା ବାଧ୍ୟ କରେ ଏପରି କାମ କରିବାକୁ I ତେବେ ଏହା ଆଜିର ସଭ୍ୟତା ନୁହେଁ କାହିଁ କେଉଁ କାଳରୁ ଏହି ଦେହବ୍ୟାବସାୟ ଚାଲିଆସୁଛି I ହୁଏତ ଏହା ଦ୍ୱାରା କିଛି ପରିମାଣରେ ବଳାତ୍କାର , ଧର୍ଷଣ ପରି ବ୍ୟଭିଚାର କମୁଛି ବୋଲି କେତେକ ବୁଦ୍ଧିଜୀବୀ ମତାମତ ଦିଅନ୍ତି I ତେବେ ଏହି ଦେହବ୍ୟାବସାୟରେ କେବଳ ଯେ ମହିଳା ଜଡିତ ତାହା ନୁହେଁ ପାଶ୍ଚାତ୍ୟ ଦେଶ ମାନଙ୍କରେ ପୁରୁଷ ମାନେ ମଧ୍ୟ ଏହିପରି ଏକ ଘୃଣିତ କାର୍ଯ୍ୟକୁ ଆପଣାଇଥାନ୍ତି Iଏମାନଙ୍କୁ ସାଧାରଣତଃ କଲ ବୟ , /ପ୍ଲେ ବୟ ବା ଜିଗାଲୋ କୁହାଯାଏ I

ସାଧାରଣତଃ ସୁନ୍ଦର ବା ହାଣ୍ଡସମ ଦେଖାଯାଉଥିବା କଲେଜ ପିଲା ମାନେ ଏହାକୁ ଆପଣେଇ ନେଲେଣି I ଏହାଦ୍ୱାରା ପୁରୁଷ ମାନେ ଶାରୀରିକ ସୁଖ ପାଇବା ସହିତ ଅର୍ଥ ଉପାର୍ଜନ ମଧ୍ୟ କରିଥାନ୍ତି I ଗୋଟେ ରାତିକୁ ହାରାହାରି ଏମାନେ 5000 ରୁ 10000 ଯାଏଁ ଉପାର୍ଜନ କରିଥାନ୍ତି I ଯେଉଁ ମହିଳା ମାନଙ୍କର ସ୍ୱାମୀ ଦୀର୍ଘ ଦିନ ଧରି ବାହାରେ ରୁହନ୍ତି , ନିଜ ଶରୀର ର କ୍ଷୁଧା ମେଣ୍ଟାଇବା ପାଇଁ ସେମାନେ କଲ ବୟ ର ସାହାରା ନିଅନ୍ତି I ଏହା ସାଧାରଣତଃ ବିଦେଶ ରେ ଚଳି ଆସୁଥିଲା I କିନ୍ତୁ ସ୍ମାର୍ଟ ସିଟି ହେବା ପରେ ଭୁବନେଶ୍ୱର ର ରୂପ ରେଖ ବି ବଦଳିଗଲାଣି I ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତା ଧସେଇ ପଶିଆସିଲାଣି I

କିଛି ଜାଗାରେ ଏହି କଲ ବୟ /ପ୍ଲେ ବୟ ବା ଜିଗାଲୋ ସେବା ଆରମ୍ଭ ହେଇଗଲାଣି I ଏହାକୁ ନେଇ ଏକ ଟେଲିଭିଜନ ରେ ମଧ୍ୟ ପ୍ରସାରିତ ହେଇଥିଲା I ଏବେ ସମୟ ଆସିଛି ଓଡିଶା ପୋଲିସ ଏହାକୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର I ନଚେତ ଆଗାମୀ ସମୟ ରେ ଯେ ଯୁବ ପିଢ଼ି ଙ୍କୁ ଏହା ପଥଭ୍ରଷ୍ଟ ନକରିବ ତାହା କିଏ କହିବ ?

Leave a Reply

Your email address will not be published. Required fields are marked *