ଡାକ୍ତର ନୁହନ୍ତି ସ୍ୱୟଂ ଦେବତା : ବିଦାୟ ବେଳେ ଭୋ ଭୋ ହେଇ କାନ୍ଦିଲେ ହଜାର ହଜାର ଲୋକ

ଡାକ୍ତର ଙ୍କୁ ସାକ୍ଷାତ ଭଗବାନ ଙ୍କ ଅବତାର ବୋଲି ବିବେଚନା କରାଯାଏ I ମାନବ ସେବା ହିଁ ମାଧବ ସେବା ଏହା ଯେମିତି ତାଙ୍କ ପାଇଁ ହୃଦୟର ଆହ୍ୱାନ I ତାହା ପ୍ରମାଣ କରି ଦେଖାଇଛନ୍ତି ଡାକ୍ତର କିଶୋର ଚନ୍ଦ୍ର ଦାସ । ଡାକ୍ତର ଙ୍କ ବଦଳି ରେ ଗାଁ ରୁ ବିଦାୟ ନେବା ବେଳେ ପରିସ୍ଥିତି ଥିଲା ସମ୍ପୂର୍ଣ୍ଣ ଗମ୍ଭୀର ଶୋକାକୁଳ I ସମସ୍ତଙ୍କ ଆଖିରେ ଲୁହ ଆଉ ଛାତିରେ କୋହ ସତେ ଯେପରି ନିଜର ଲୋକ କେହିଜଣେ ବହୁତ ଦୂର କୁ ଚାଲିଯାଉଛି I ଘଟଣା ଟି ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର I ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର କିଶୋର ଚନ୍ଦ୍ର ଦାସ ୨୦୧୩ ମସିହାରେ ମେଡିକାଲ ଇନଚାର୍ଜ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ସେ ଏମିତି ଜଣେ ଡାକ୍ତର ଯିଏ କି ରୋଗୀର କଷ୍ଟ ଦେଖିଲେ ସହି ପାରନ୍ତି ନାହିଁ I

ତାଙ୍କର ବି ଆଝିରୁ ଲୁହ ଝରିଯାଏ I ସରକାରୀ ହସ୍ପିଟାଲ ହେଇଥିଲେ ମଧ୍ୟ ଡାକ୍ତର କିଶୋର ଚନ୍ଦ୍ର ଦାସ ତାଙ୍କ ନିଜ ପରିଶ୍ରମ ରେ ହସ୍ପିଟାଲ ର ରୂପରେଖ ବଦଳାଇଦେଇଥିଲେ I ଆଦିବାସୀ ଅଧ୍ୟୁଷିତ ଇଲାକାରେ ହସ୍ପିଟାଲ ଭିତରେ ସିସି କାମେରା ଲଗାଇଥିଲେ ରୋଗୀଙ୍କ ସେବାରେ I ନିଜେ ପ୍ରତ୍ୟକ ଦିନ ବୁଲି ବୁଲି ସମସ୍ତ ରୋଗୀଙ୍କୁ ସଠିକ ଭାବରେ ଚେକ କରୁଥିଲେ I ହସ୍ପିଟାଲ କୁ କେହି ଅପରିଷ୍କାର କଲେ ସେ ଭୀଷଣ ରାଗିଯାଉଥିଲେ ଏବଂ ନିଜେ ପରିସ୍କାର କରିବାକୁ ମଧ୍ୟ ପଛାଉନଥିଲେ I ସରକାରୀ ହସ୍ପିଟାଲ ରେ ସ୍ୱର୍ଚ୍ଛ ଚକାଚକ ରେ ପ୍ରାଇଭେଟ ହସ୍ପିଟାଲ ର ଭ୍ରମ ସୃଷ୍ଟି ହେଉଥିଲା ତାଙ୍କ ଅଧ୍ୟବସାୟରେ Iପ୍ରତ୍ୟକ ଦିନ ରୋଗୀଙ୍କ ବ୍ୟବହୃତ ସାମଗ୍ରୀ ଯଥା ଚାଦର, ତକିଆ, ମଶାରିକୁ ପରିସ୍କାର କରାଯାଉଥିଲା I

ନିଜସ୍ୱ ଖର୍ଚ ଏବଂ ସରକାରୀ ସହାୟତାରେ ରେ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲା ସରକାରୀ ହସ୍ପିଟାଲ ରେ ଏସି ଲାଗିଥିଲା ଗର୍ଭବତୀଙ୍କ ପାଇଁ I ଖାଲି ଏତିକି ନୁହେଁ ହସ୍ପିଟାଲ ଚତୁର୍ପାର୍ଶ୍ୱ ରେ ପାଖାପାଖି 6 ଶହ ରୁ ଉର୍ଧ ଔଷଧୀୟ ବୃକ୍ଷରୋପଣ କରାଇଛନ୍ତି I ଡାକ୍ତର ଙ୍କ ଏପରି କର୍ତ୍ତବ୍ୟନିଷ୍ଠା ପାଇଁ ୨୦୧୭-୧୮ ମସିହାରେ ତାଙ୍କୁ କାୟାକଳ୍ପ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଡାକ୍ତର ଙ୍କ ଏପରି କାର୍ଯ୍ୟ ପାଇଁ ହଜାର ହଜାର ଲୋକଙ୍କ ମନଭିତରେ ରହିଯାଇଛନ୍ତି ସେ I ଯାହାର ପ୍ରମାଣ ସ୍ୱରୂପ ଡାକ୍ତର ବଦଳି ହେଇ ଗାଁ ଛାଡିବା ବେଳେ ଆଖପାଖ ଅଞ୍ଚଳରୁ ପାଖାପାଖି ହଜାର ହଜାର ଲୋକ ଏକତ୍ରିତ ହେଇ ଡାକ୍ତର ଙ୍କୁ ବସାଇ ହସ୍ପିଟାଲ ରୁ ଗାଡ଼ିରେ ଛାଡିଥିଲେ I

ସମସ୍ତଙ୍କ ଆଖିରୁ ଲୁହ ଝରିଯାଉଥିଲା ସତେ ଯେପରି କୌଣସି ଦେଵାତ୍ମା ତାଙ୍କ ଠାରୁ ଦୂରେଇଯାଉଛନ୍ତି I ସମସ୍ତଙ୍କ ଲୁହ ଦେଖି ନିଜେ ଡାକ୍ତର ବି ଭୋ ଭୋ ହେଇ କାନ୍ଦି ପକାଇଥିଲେ I ଘଟଣା ଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସମସ୍ତଙ୍କ ନଜର କୁ ଆସିଛି I ସତରେ ୟେ ତ ଡାକ୍ତର ନୁହନ୍ତି ସ୍ୱୟଂ ଦେଵରୂପୀ ମାନବ I

Leave a Reply

Your email address will not be published. Required fields are marked *