ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟ ନହେବାରୁ ,କର୍ପୋରେଟର ତାଲା ପକାଇଲେ ସିଏମସି ବିକାଶ ଭବନ ଇଲେକ୍ଟ୍ରି ଅଫିସ ରେ

ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ତାଙ୍କ ଓ୍ବାର୍ଡ ବାସିନ୍ଦା ଙ୍କ ପାଇଁ କୌଣସି କାର୍ଯ୍ୟ ହେଉନାହିଁ I ତାଙ୍କ ଓ୍ବାର୍ଡ ଟି ମୁସଲିମ୍ ବହୁଳ ଅଟେ I ବର୍ତମାନ ରମ୍‌ଜାନ ମାସ ଚାଲିଥିବା ସତ୍ୱେ ପୂର୍ବ ବୈଠକ ଅନୁଯାଇ ୱାର୍ଡ ରେ ସଫେଇ ତ ଦୂରର କଥା ବ୍ଲିଚିଂ ପଡିନି ଏବଂ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଜଳୁନି I ଏନେଇ ଅଭିଯୋଗ କରିବା ପରେ କେହି ଶୁଣୁନାହାନ୍ତି I ୱାର୍ଡ ବାସିନ୍ଦା ବହୁ ଅସୁବିଧା ଭୋଗୁଛନ୍ତି I ଏହା ହେଉଛି କଟକ ମହାନଗର ନିମଗର ୧୯ ଓ୍ବାର୍ଡ କଥା I ବାରମ୍ବାର ଅଭିଯୋଗ ପରେ କେହି ନଶୁଣିବାରୁ ବାଧ୍ୟ ହୋଇ ୧୯ ଓ୍ବାର୍ଡ ର କର୍ପୋରେଟର ଚାରୁବାଳା ସାହୁ ଗତକାଲି ସିଏମସି ବିକାଶ ଭବନ ଇଲେକ୍ଟ୍ରି ଡିପାର୍ଟମେଣ୍ଟରେ ତାଲା ପକାଇ ବାହାରେ ବସିରହିଥିଲେ I

ସକାଳ 8 ଟାରୁ ଅପରାହ୍ନ 2 ଯାଏଁ ଧାରଣା ରେ ବସିରହିଥିଲେ ଏବଂ କାହାକୁ ଭିତରକୁ ଯିବାକୁ ଦେଇନଥିଲେ I ଘଟଣା ଜାଣିବା ପରେ ଏ ନେଇ ମେୟର ପ୍ରତିକ୍ରିୟା ଦେଇଛନ୍ତି ଯେ ଯେହେତୁ ରମଜାନ ଚାଲିଛି ତୁରନ୍ତ ୱାର୍ଡ ର କାମ ହେବା କଥା , ଯଦି ୱାର୍ଡ ବାସି ସମସ୍ୟା ଭୋଗୁଛନ୍ତି ଏବଂ ଅଭିଯୋଗ ପରେ ମଧ୍ୟ ସେମାନଙ୍କ କାମ ହେଇନି ତେବେ ତୁରନ୍ତ ଏହାର ତଦନ୍ତ କରାଯିବ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ I

Leave a Reply

Your email address will not be published. Required fields are marked *