ସାବଧାନ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀ I ଗୋଡ଼ାଇ ଗୋଡ଼ାଇ ଧରିବ ସ୍ପିଡ୍‌ ବାଇକ୍‌…

ରାଜଧାନୀ ରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି I ଅତି କମ ସମୟ ମଧ୍ୟରେ ଦୁର୍ବୁତ୍ତ ମାନେ ଦୁର୍ଘଟଣା ଘଟାଇ ଫେରାର ହେଇଯାଉଛନ୍ତି ତୀବ୍ର ବେଗରେ I ଖାଲି ଏତିକି ନୁହେଁ ରୋଡ ରୋମିଓ ମାନେ ଖୋଲାଖୋଲି ଆଇନ କୁ ଉଲଂଘନ କରୁଛନ୍ତି I ଟ୍ରାଫିକ ବ୍ୟବସ୍ତା କୁ ସତେ ଯେପରି ଏମାନଙ୍କର ହେୟଜ୍ଞାନ I ଏମାନଙ୍କୁ ସାବାଡ଼
କରିବାକୁ ଖୁବ ଶୀଘ୍ର ରାଜଧାନୀ କୁ ଆସୁଛି 100 ଟି ସ୍ପୀଡ଼ ବାଇକ I ଆଉ ଚକମା ଦେଇ ଖସି ପାରିବେନି ଟ୍ରାଫିକ ପୋଲିସ ଠାରୁ I

ଯଦି ଟ୍ରାଫିକ ପୋଲିସ ର ନିୟମ ଉଲଂଘନ କରନ୍ତି ତେବେ ଏହି ସ୍ପୀଡ଼ ବାଇକ ଦ୍ୱାରା ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପୋଲିସ ଧରିବ I ଏହି ବାଇକ ର ଇଂଜିନ 200 ସିସି ଏବଂ ବାଇକ ରେ ସାଇରନ ମଧ୍ୟ ରହିବ I ଖାଲି ଏତିକି ନୁହେଁ ଟ୍ରାଫିକ ପୋଲିସ ଙ୍କ ପାଖରେ ସ୍ୱାପିଂ ମେସିନ ମଧ୍ୟ ରହିବ I ଆଇନ ଉଲଂଘନ କାରୀଙ୍କ ଠାରୁ ଅନ ସ୍ପଟ ଇ ଚାଲାଣ କଟାଯିବ I ଏନେଇ ଗତକାଲି କମିଶନ ପୋଲିସ ଅଫିସ୍ ରେ ଏକ ଡେମୋ ପ୍ରସ୍ତୁତ ହେଇଯାଇଛି I

Leave a Reply

Your email address will not be published. Required fields are marked *