ଟ୍ରଲି ଚାଳକଙ୍କ ଝିଅ ଶକୁନ୍ତଳା ଓଡିଶା +2 କଳାରେ ଟପ୍ପର

କୁହାଯାଏ ସାଧନା ଏବଂ ନିଷ୍ଠା ଆଗରେ ଅସମ୍ଭବ କୁ ମଧ୍ୟ ସମ୍ଭବ କରିହେବ I ସଫଳତା ପାଇବାକୁ ହେଲେ ଗରିବ କେଭେଁବି ବାଟ ଓଗାଳି ପାରେନି I ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ପୁରୀ ର ସୁନା ଝିଅ ଶକୁନ୍ତଳା I I ଚଳିତବର୍ଷ ପ୍ରକାଶିତ ଯୁକ୍ତ ୨ ପରୀକ୍ଷାଫଳ ଅନୁଯାଇ କଳା ବିଭାଗରେ ମୋଟ ୬୦୦ ରୁ ୫୨3 ନମ୍ବର ରଖି ଓଡ଼ିଶାର ଯୁକ୍ତ ଦୁଇ କଳା ବିଭାଗ ରେ ଶ୍ରେଷ୍ଠ ୧୦ ଜଣ ଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି I ତାଙ୍କ ଜୀବନ କିନ୍ତୁ ଭାରି କଷ୍ଟଦାୟକ I ଘର ପୁରୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନପୁର I ପରିବାର କହିଲେ ବାପା ଶତ୍ରୁଘ୍ନ ନାୟକ ,

ମା ବାସନ୍ତୀ ନାୟକ ଏବଂ ଏକ ଭଉଣୀ I ବହୁତ ଅଭାବ ଅନଟନ ରେ କଟେ ଜୀବନ Iବାପା ଟ୍ରଲି ଟାଣନ୍ତି I ମା ଅନ୍ୟ ଘରେ କାମ କରନ୍ତି I ଏମିତିକି ଦିନକୁ ଦୁଇ ଓଳା ଖାଇବା ଯୋଗାଇବା ବହୁତ କଷ୍ଟ ହେଇଯାଏ ବାପା ଙ୍କ ପାଇଁ I

ତଥାପି ପିଲାଟି ଦିନରୁ ଶକୁନ୍ତଳା ଙ୍କ ପାଠ ପଢ଼ାରେ ମନ I ମାଟ୍ରିକ ରେ 86% ରଖି ସାରା ପୁରୀ ରେ ଚର୍ଚା ହେଇଥିଲେ ଶକୁନ୍ତଳା I

ମନରେ ଥିଲା ଅନେକ ସ୍ବପ୍ନ I ପାଠ ପଢି ଚାକିରୀ କରିବେ I ତାଙ୍କ ପରିବାର ର ଅଭାବ ଦୂର କରିବେ I କିନ୍ତୁ ଗରିବୀ ଦେଉଥିଲା ଭୀଷଣ କଷ୍ଟ I ଗରିବୀ ମେଧାବୀ ଶକୁନ୍ତଳା ଙ୍କ ସଫଳତା ଜାଣିବା ପରେ ସହାୟତା ର ହାତ ବଢାଇଥିଲେ ପୁରୀର ଏକ ଘରୋଇ ଅନୁଷ୍ଠାନ ( ଇଂଲିଶ ଏକାଡେମୀ ) ର ଅଧ୍ୟକ୍ଷ ଦେବାଶିଷ ମିଶ୍ର I

କୁହାଯାଏ ସୁନା ଚି଼ହେଁ ବଣିଆ ,ଗୁଣ ଚି଼ହେଁ ଗୁଣିଆ , ସେହିପରି ଶକୁନ୍ତଳା ର ଗୁଣ କୁ ଚିନ୍ହି ପାରିଥିଲେ ଦେବାଶିଷ ସାରେ I ବିନା ପଇସାରେ ଶିକ୍ଷା ଦାନ ସହିତ ନିଜ ଝିଅ ପରି ସବୁ ଥିରେ ଗାଇଡ୍ କରିଥିଲେ ଦେବାଶିଷ ସାରେ I ପୁରୀ ଏସସିଏସ୍ କଲେଜରେ ଯୁକ୍ତ ଦୁଇ କଳା ରେ ନାମ ଲେଖାଇଥିଲେ ଶକୁନ୍ତଳା I ସପରିବାରେ ପୁରୀ କୁମୁଟିପାଟଣା ପଳାଇ ଆସିଥିଲେ ଏବଂ ଏଠାରେ ଏକ ଘର ଭଡା ନେଇ ରହିଥିଲେ I

କଠିନ ପରିଶ୍ରମ କରି ସାରେ ଙ୍କ ଆଶା ବିଶ୍ୱାସ ଭରଷା କୁ ସତରେ ପରିଣତ କରିଛି ଶକୁନ୍ତଳା I ଟ୍ରଲି ବାଲାର ର ଝିଅ ଟପ୍ପର ହେଇଚି ଏକଥା ସାରା ପୁରୀ ରେ ଆଲୋଡନ ସୃଷ୍ଟି କରିଛି I ଏନେଇ ଅଧିକ ଖୁଶି ହେଇଛନ୍ତି ଦେବାଶିଷ ସରେ ଏବଂ ଆଗାମୀ ଦିନରେ କିପରି ଝିଅଟି ସଫଳତା ର ଶୀର୍ଷ ଛୁଇଁବ ସେଥିପାଇଁ ତାଙ୍କ ଦ୍ୱାରା ଯାହା ସମ୍ଭବ ସେ କରିବେ I ଏନେଇ ଶକୁନ୍ତଳା କହିଛନ୍ତି ସ୍ବପ୍ନ ତ ଅନେକ ଅଛି ,କେବଳ ଦେବାଶିଷ ସାରେ , ବାପା ମା ଏବଂ ଅନ୍ୟ ସାର ଙ୍କ ପାଇଁ ଆଜି ସେ ଏ ସଫଳତା ପାଇପାରିଛନ୍ତି I

ଏବଂ ଆଗାମୀ ଦିନରେ ଶିକ୍ଷୟତ୍ରୀ ହେଇ ଗରିବ ଝିଅ ମାନଙ୍କୁ ସାହାଯ୍ୟ କରିବେ ଆଗକୁ ବଢିବା ପାଇଁ ଏବଂ ଯଦି ସମ୍ଭବ ହୁଏ ,ଆଇଏଏସ୍ ପାଇଁ ପ୍ରସ୍ତୁତି କରିବେ I ଏହା ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣାର କାହାଣୀ ନିହାତି ଭାବରେ I ଏତେ କଷ୍ଟ ରେ ବି ହାରିଯାଇନାହାନ୍ତି ଶକୁନ୍ତଳା I ଆମେ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରିବୁ ଆଗାମୀ ଦିନରେ ଶକୁନ୍ତଳା ରାଜ୍ୟ ପାଇଁ ଅନେକ ସଫଳତା ଆଣନ୍ତୁ I

Leave a Reply

Your email address will not be published. Required fields are marked *