ରାଜଧାନୀରେ ହାଇଟେକ ଲୁଟେରା : ଦିନରେ ବେଲୁନ ବିକନ୍ତି ରାତିରେ ଘରେ କଳାକନା ବୁଲାନ୍ତି

ଗତ କିଛିଦିନ ଧରି ଓଡ଼ିଶାରେ ପିଲାଚୋରି କୁ ନେଇ ମିଛ ଗୁଜବ ସୃଷ୍ଟି ହେଇଥିବା ବେଳେ ଏବେ ସାମନାକୁ ଆସିଛି ସତ କୁ ସତ ଲୁଟେରା I ଏମାନେ କିନ୍ତୁ ହାଇଟେକ ଲୁଟେରା I ଦିନରେ ଘରେ ଘରେ ବୁଲି ବେଲୁନ ବିକନ୍ତି , ଏବଂ ଘରର ସମସ୍ତ ଜିନିଷ କୁ ଟିକିନିକି ନଜର କରନ୍ତି ରାତିହେଲେ ଘରେ ପଶି କଳାକନା ବୁଲାନ୍ତି I ବାହାର ରାଜ୍ୟ ରାଜସ୍ତାନ ରୁ ଆସି ଓଡ଼ିଶାରେ ଏକ ରାକେଟ କାମ କରୁଛି ବୋଲି ଜଣାପଡିଛି I ସେଥିମଧ୍ୟରୁ ଜଣେ ନାବାଳକ ଧରାପଡ଼ିଚି I ଘଟଣାଟି ରବିବାର ରାତିର I

ରାଜଧାନୀ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଉର୍ବଶୀ ଟେଣ୍ଟ ହାଉସ ମାଲିକ ଘର କୁ ଟାର୍ଗେଟ କରି ରାତି ଅଧରେ 5/6 ଜଣ ଲୁଟେରା ପଶିଥିଲେ I ଘର ମାଲିକ ଙ୍କ ସ୍ତ୍ରୀ ଜାଣିପାରିବା ରୁ ଜୋରରେ ଚିତ୍କାର କରିଥିଲେ I ଫଳରେ ସମସ୍ତ ଡକାୟତ ଦଉଡି ପଳାଉଥିବା ବେଳେ ଘଟଣା ସ୍ଥଳରେ ଜଣେ ନାବାଳକ ଧରାପଡ଼ିଛନ୍ତି ସ୍ଥାନୀୟ ଲୋକଙ୍କ ହାତରେ I ତାଙ୍କୁ ପୋଲିସ ର ଜିମା ଦିଆଯାଇଛି ଏବଂ ଡକାୟତି କଥା ମାନିଛନ୍ତି ଯେ ଦିନରେ ବେଲୁନ ବିକି ଟାର୍ଗେଟ କରିଥିବା ଘରକୁ ନଜର କରି ରାତିରେ ଲୁଟ କରିଥାନ୍ତି I

Leave a Reply

Your email address will not be published. Required fields are marked *