ସାମ୍ନାକୁ ଆସିଲା ଦାତି ମହାରାଜ ଙ୍କ କଳା କାରନାମା : ଯୁବତୀ ଙ୍କୁ ଗୁମ୍ଫା ଭିତରେ କରୁଥିଲେ ଧର୍ଷଣ

ଭଣ୍ଡ ବାବା ସାରଥୀ ର ଗୁମର ଫିଟିବା ପରେ ପ୍ରାୟତଃ ଗୋଟି ଗୋଟି କରି ସବୁ ବାବା ଙ୍କର ଅସଲ ପରିଚୟ ଲୋକଙ୍କ ସାମ୍ନାକୁ ଆସିଥିଲା I ବାବା ନାମରେ କିପରି ନୀରିହା ଯୁବତୀ ମାନଙ୍କ ସହିତ ସାଙ୍ଘାତିକ ଖେଳ ଖେଳୁଥିଲେ ତାହା ଧରାପଡିଥିଲା I ସେହିପରି ଦିଲ୍ଲୀ ର ଜଣେ ଭଣ୍ଡ ବାବା ଙ୍କ କଳାକାରନାମା ସାମ୍ନାକୁ ଆସିଛି I ବାବା ଶନି ଉପାସକ ବା ଦାତି ମହାରାଜ ଭାବରେ ବେଶ ପରିଚିତ I ତେବେ ବାବା ଙ୍କ ଗୁମର ଖୋଲିଯାଇଛି I ତାଙ୍କ ଜଣେ ଶିଷ୍ୟା ଖୋଲିଚି ବାବାଙ୍କ କଳା କାରନାମା ର ଅସଲ ଚେହେରା I

ମିଳିଥିବା ସୂଚନା ଅନୁଯାଇ ବାବା ତାଙ୍କର ଜଣେ ଶିଷ୍ୟା କୁ ଚରଣ ସେବା କରିବାକୁ ଗୁମ୍ଫା ଭିତରକୁ ଡାକି ନେଇଥିଲେ ଏବଂ ଉଲଗ୍ନ କରି ଜୋର ଜବରଦସ୍ତ ଧର୍ଷଣ କରିଥିଲେ I ଶିଷ୍ୟା ଜଣଙ୍କ ଭୟ ଏବଂ କଷ୍ଟରେ ଚିତ୍କାର କରିଥିଲେ ମଧ୍ୟ ବାବା ତାଙ୍କୁ ଛାଡ଼ିନଥିଲେ I ଏବଂ ୟା ପରେ ଯୁବତୀଙ୍କୁ ଙ୍କୁ ଲଗାତାର ଧର୍ଷଣ କରିଥିଲେ I

ଯୁବତୀ ବିରୋଧ କରିବାରୁ ବାବା କହିଥିଲେ ଏହା ଦ୍ୱାରା ତୁମେ ମୋକ୍ଷ ପ୍ରାପ୍ତ ପାଇବ I ଘଟଣା ବାହାରେ ପ୍ରଘଟ କଲେ ମୋର କିଛି ଅସୁବିଧା ହେବନି ତୁମେ ହିଁ ବଦନାମ ହେବ I ତେବେ ଯୁବତୀ ଜଣଙ୍କ ଅନ୍ୟ ସାଥି ମାନଙ୍କୁ ଜଣାଇଥିଲେ ମଧ୍ୟ କେହି ବାହାରିନଥିଲେ I

ବରଂ ଏହାଦ୍ୱାରା ମୋକ୍ଷ ପ୍ରାପ୍ତି ହୁଏ ବୋଲି ଯୁବତୀ ଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ I ଆଶ୍ରମ ରେ ରହିଥିବା ସମସ୍ତ ଶିଷ୍ୟା ମାନେ ବାବାଙ୍କ ଧର୍ଷଣ ର ଶିକାର ହେଇଛନ୍ତି ବୋଲି ଯୁବତୀ ଦାବି କରିଛନ୍ତି I

ତେବେ ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ପୋଲିସ ଏତଲା ରଖିନଥିଲା କାହିଁକିନା ବାବା ବହୁତ କ୍ଷମତା ଶାଳୀ I

ପୋଲିସ ଅନ୍ୟ ଏକ ଥାନା କୁ ପଠାଇଦେଇଥିଲା I ବାରମ୍ବାର ଥାନାକୁ ଦଉଡି କିଛି ଲାଭ ନହେବାରୁ ଶେଷରେ ଯୁବତୀ ଜଣଙ୍କ ଗଣମାଧ୍ୟମ ର ସାହାଯ୍ୟ ନେଇ ନ୍ୟାୟ ମାଗିଛନ୍ତି I

Leave a Reply

Your email address will not be published. Required fields are marked *