କୂଅ ଭିତରେ ଖସି ପଡିଲା ପୁଅ,ବଞ୍ଚାଇବାକୁ ଡେଇଁ ପଡ଼ିଲେ ମା

ବଲାଙ୍ଗୀର: ଘଟଣା ଟି ଦେଖିବାକୁ ମିଳିଛି ବଲାଙ୍ଗୀର ର ତାଳପଳିମଦା ରେ। ଅଜାଣତରେ ୪ ବର୍ଷ ର ପୁଅ ର ପାଦ ଖସି ଯିବାରୁ ପୁଅ ପଡ଼ିଗଲା ଗଭୀର କୂଅ ରେ।

ମା ପୁଅ କୁ ଖୋଜି ଖୋଜି ଆସି ଦେଖିବାକୁ ପାଇଲେ ଯେ ପୁଅ ଚିତ୍କାର କରୁଛି କୂଅରେ।କଣ କରିବେ କିଛି ବାଟ ନ ପାଇ ତରବର ହୋଇ ପୁଅ କୁ ରକ୍ଷା କରିବାକୁ ଡେଇଁ ପଡ଼ିଲେ କୂଅ କୁ।

ପୁଅ କୁ ତ ରକ୍ଷା କରିଦେଲେ ହେଲେ କୂଅ ଭିତରୁ ବାହାରିବେ କେମିତି।ଭାଗ୍ୟ କୁ କିଛି ଲୋକ ମାନେ ପାଟି ଶୁଣି ଦୋୖଡି ଆସିଲେ ଓ ଦମକଳ ବାହିନୀ କୁ ଯଥାସମ୍ଭବ ଖବର ଦେଇ ଡାକିଲେ। ଏବଂ ଦମକଳ ବାହିନୀ ଆସି ମା ଓ ପୁଅ ଙ୍କୁ ସୁରକ୍ଷିତ ଭାବରେ କୂଅ ରୁ ଉଦ୍ଧାର କରିଛି।

ଜଣେ ଦମକଳ ବାହିନୀ ପ୍ରଥମେ ସିଡି ଓ ଦଉଡ଼ି ପକାଇ ଭିତରକୁ ଯାଏ ପୁଅ କୁ ଉଦ୍ଧାର କରି ଆଣିଥିଲେ ଓ ପରେ ମା ଦଉଡ଼ି ଓ ସିଡି ସାହାଯ୍ୟରେ ବାହାରକୁ ଆସିଥିଲେ।

Leave a Reply

Your email address will not be published. Required fields are marked *