ଛାତ୍ରୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍: ସୁଟିଂ ହୋଇଛି ଭିତରକନିକା ରେ

କେନ୍ଦ୍ରାପଡ଼ା: ରାଜନଗର ଅଞ୍ଚଳ ର ଜଣେ ଛାତ୍ରୀ ଙ୍କ ଭିଡିଓ ହୋଇଛି ଭାଇରାଲ୍।୨ ଦିନ ହେଲା ମୋବାଇଲ ରୁ ମୋବାଇଲ ଘୁରି ବୁଲିଛି ଏହି ଅଶ୍ଳୀଳ ଭିଡିଓ।

ପୁଣି ଏହି ଭିଡିଓ ଟି ସୁଟିଂ ହୋଇଛି ଭିତରକନିକା ଜାତୀୟ ଉଦ୍ୟାନ ରେ। ତେବେ ଏ ନେଇ ଯୁବତୀ ଙ୍କ ବାପା ରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

କିଛି ଦୁଷ୍ଟ ଯୁବକ ମାନେ ତାଙ୍କ ଝିଅ ଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ଜୋର୍ ଜବରଦସ୍ତ ଏହି ଭିଡିଓ କରିଥିବା ନେଇ ମହିଳା ଙ୍କ ବାପା ପୁଲିସ୍ କୁ ଲିଖିତ ଭାବରେ ଜଣାଇଛନ୍ତି।

ତେବେ ଘଟଣା ଟି ଏପରି ଥିଲା କି ଯୁବତୀ ଜଣକ ଜଣେ ଯୁବକ ଙ୍କ ସହିତ ପେଣ୍ଠ ବେଳାଭୂମି ବୁଲିବାକୁ ଯାଇଥିଲେ।ସେଠାରେ ସେ ଏକ ମନ୍ଦିର ରେ ବସିଥିବା ବେଳେ ୮-୧୦ ଜଣ ଯୁବକ ଆସି ଯୁବତୀ ଙ୍କ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ସହ ଏହାର ଭିଡିଓ ମଧ୍ୟ କରିନେଇଥିଲେ।

ତେବେ ଏହି ଭିଡିଓ କୁ ସୋସିଆଲ ମିଡ଼ିଆ ରୁ ହଟାଇବାକୁ ଯୁବତୀ ଙ୍କ ବାପା ପୁଲିସ୍ ଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *