ତୁଳସୀ ଗଛ ପାଖରେ ରଖିଦିଆନ୍ତୁ ଏହି ଗୋଟେ ଜିନିଷ ଆଉ ଦେଖନ୍ତୁ କିପରି ପ୍ରସନ୍ନ ହେଉଛନ୍ତି ମାତା ଲକ୍ଷ୍ମୀ

ଆଜି ଆମେ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକି ପ୍ରାୟ ହୁଏତ ସମସ୍ତଙ୍କୁ ଜଣା।

ତଥାପି ଯେଉଁମାନେ ଜାଣିନାହାନ୍ତି ଜାଣି ରଖନ୍ତୁ ଏହି ଉପାୟ ଟି, କିପରି ଭାବରେ ମାତା ବୃନ୍ଦା ବତି ଙ୍କ ସହ ମାତା ଲକ୍ଷ୍ମୀ ଙ୍କୁ ମଧ୍ୟ ଆପଣ ଖୁସି କରେଇ ପାରିବେ। ଯାହା ଦ୍ଵାରା କି ଆପଣଙ୍କ ଘରେ ହେବ ଧନ ର ବର୍ଷା।

ଶାଳଗ୍ରାମ ବିଷୟରେ ତ ଆପଣ ଜାଣିଥିବେ। ଶାଳଗ୍ରାମ ଙ୍କୁ ଭଗବାନ ବ୍ରହ୍ମା ଙ୍କ ରୂପ ବୋଲି ମାନଯାଏ। ଯେବେ କେଉଁଠୁ ତୁଳସୀ ସହିତ ଶାଳଗ୍ରାମ ର ପୂଜା କରାଯାଏ ସେଠାକୁ କେବେ ଦରିଦ୍ର ତା ଆସି ପାରେନାହିଁ।

ଶାଳଗ୍ରାମ କଣ?

ଶାଳଗ୍ରାମ କଳା ରଙ୍ଗ ର ଚିକ୍କଣ ଅଣ୍ଡା କାର ପଥର କୁ କୁହାଯାଏ। ଏହାକୁ ସ୍ଵୟମ୍ବ ବୋଲି ମାନନ୍ତି ଅର୍ଥାତ୍ ଏହାର ପ୍ରାଣ ପ୍ରତିଷ୍ଠା ର ଆବଶ୍ୟକ ପଡେନାହିଁ।

ଭଗବାନ ଶାଳଗ୍ରାମ ର ପୂଜା ତୁଳସୀ ବିନା ସଂପୂଣ୍ଣ ହୁଏ ନାହିଁ ଓ ତୁଳସୀ ଅର୍ପଣ କରିବା ଦ୍ୱାରା ସେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

ଶାଳଗ୍ରାମ ଓ ତୁଳସୀ ର ବିବାହ କରିବା ଦ୍ଵାରା ସବୁ କଳହ,ଦୁଃଖ ,ପାପ ରୁ ମୁକ୍ତି ମିଳିଥାଏ। ଶାସ୍ତ୍ର ରେ ଏହା ମଧ୍ୟ ଲେଖା ଯାଇଛି କି ଶାଳଗ୍ରାମ ଓ ତୁଳସୀ ର ବିବାହ କରିବା ଦ୍ଵାରା ଯେଉଁ ପୁଣ୍ୟ ମିଳିଥାଏ ତାହା କନ୍ୟା ଦାନ ପୂର୍ଣ୍ଣ ସମାନ ହୋଇଥାଏ।

ଯେଉଁ ଘରେ ତୁଳସୀ ସହିତ ଶାଳଗ୍ରାମ ର ପୂଜା ହୋଇଥାଏ ସେହି ଘରେ ଭଗବାନ ବିଷ୍ଣୁ ଙ୍କ ସହ ମାତା ଲକ୍ଷ୍ମୀ ମଧ୍ୟ ବସବାସ କରିଥାନ୍ତି।

ଶାଳଗ୍ରାମ ରେ ପୂଜା ରେ ବ୍ୟବହୃତ ହୋଇଥିବା ଜଳ ଭକ୍ତ ଯଦି ନିଜ ଉପରେ ଚିଞ୍ଚିବ ଏହା ତୀର୍ଥ ରେ ସ୍ନାନ ସହ ସମାନ ହୋଇଥାଏ।

ତେଣୁ ତୁଳସୀ ଗଛ ସହ ଚଉରା ପାଖରେ ଶାଳଗ୍ରାମ ଟିଏ ନିଶ୍ଚୟ ସ୍ଥାପନ କରି ପୂଜା କରନ୍ତୁ।

Leave a Reply

Your email address will not be published. Required fields are marked *