ଭୁଲ୍ ରେ ଏସବୁ କାମ କରନ୍ତୁ ନାହିଁ ନଚେତ ସନ୍ତାନ ହେଇ ନ ପାରେ

ସାଧାରଣତଃ ସନ୍ତାନ ବା ବଂଶ ରକ୍ଷା ପାଇଁ ବ୍ୟକ୍ତି ବିବାହ କରିଥାଏ I କିନ୍ତୁ ବେଳେବେଳେ ଅନେକ ବ୍ୟକ୍ତି ଙ୍କର ସନ୍ତାନ ହେଇନଥାଏ ବା ବହୁ ବିଳମ୍ବ ରେ ସନ୍ତାନ ହେଇଥାଏ Iସମାଜରେ ଏଥିପାଇଁ କେବଳ ନାରୀକୁ ଦୋଷ ଦିଆଯାଇଥାଏ , କିନ୍ତୁ ଏଥିରେ ନାରୀର ଯେତିକି ଦୋଷ ପୁରୁଷ ମଧ୍ୟ ସମପରିମାଣରେ ଦାୟୀ I ପୁରୁଷ ର ଶୁକ୍ରକ୍ଷୟ ଜନିତ ସମସ୍ୟା , ମେରୁଦଣ୍ଡ ଏବଂ ଅଣ୍ଡକୋଷ ରେ ଆଘାତ ଯୋଗୁ ସନ୍ତାନ ସୃଷ୍ଟିରେ ବାଧା ସୃଷ୍ଟି ହେଇଥାଏ I ଯାହାଫଳରେ ଏହା ଦମ୍ପତି ଙ୍କ ପାରିବାରିକ ଜୀବନରେ ପ୍ରଭାବ ପକାଇଥାଏ I ତେବେ କିଛି ଛୋଟ ଛୋଟ ଭୁଲ୍ ଦ୍ୱାରା ଏହି ସମସ୍ୟା ଉପୁଜିଥାଏ I

ବିଳମ୍ବିତ ପିତୃତ୍ୱ ଲକ୍ଷଣ :

1) ବହୁ ଦିନ ଧରି କୌଣସି ସନ୍ତାନ ନହେବା 2)ସମ୍ଭୋଗ ସମୟରେ ଧାତୁର ଶୀଘ୍ର ପତନ 3) ସମ୍ଭୋଗ ସମୟରେ ଅକ୍ଷମତା 4)ପୁରୁଷ ଯୌନାଙ୍ଗ ରେ ଶୀଥିଳତା

ଏସବୁ ଲକ୍ଷଣ ଦେଖାଗଲେ ସନ୍ତାନ ହେବାରେ ବିଳମ୍ବ କିମ୍ବା ବ୍ୟକ୍ତିଙ୍କୁ ସନ୍ତାନ ପ୍ରାପ୍ତ ହେଇନଥାଏ I

ବିଳମ୍ବିତ ପିତୃତ୍ୱ ର କାରଣ :

1) ଶାରୀରିକ ବିକୃତି 2) ଅତ୍ୟଧିକ ହସ୍ତମୈଥୁନ 3) ସମଲିଙ୍ଗୀ ମୈଥୁନ ବା ଅବୈଧ ମୈଥୁନ 4)ସ୍ବପ୍ନ ଦୋଷ ବା ଧାତୁ କ୍ଷୟ 5)ନିଶା ସେବନ ଯଥା ମଦ ,ଗଞ୍ଜାଇ ଅଫିମ ର ସେବନ 6) ମେରୁଦଣ୍ଡ ବା ଅଣ୍ଡକୋଷରେ ଆଘାତ ପାଇବା ଦ୍ୱାରା

ବିଳମ୍ବିତ ପିତୃତ୍ୱ ର ପ୍ରତିକାର:
1)ଯଦି ଉପରୋକ୍ତ ସମସ୍ୟା ଆପଣଙ୍କ ଠାରେ ଦେଖାଯାଉଥାଏ ତେବେ ଲାଜ ନକରି ନିକଟସ୍ଥ ଡାକ୍ତରଖାନା ରେ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ I ସଠିକ ଚିକିସ୍ଥା ଦ୍ୱାରା ଏହାର ନିରାକରଣ କରାଯାଇପାରିବ I

2)ଯଦି ସପ୍ନ ଦୋଷ ଦ୍ୱାରା ଧାତୁ କ୍ଷୟ ହେଉଥାଏ , ତେବେ ଡାକ୍ତର ଙ୍କ ସହିତ ପରାମର୍ଶ କରି ଔଷଧ ସେବନ କରନ୍ତୁ I
3) ହସ୍ତମୈଥୁନ ରୁ ଦୁରେଇ ରୁହନ୍ତୁ I 4)ସରଳ ଜୀବନ ସହିତ ଯୋଗ ବା ପ୍ରାଣାୟାମ କରନ୍ତୁ I 5) ପୃଷ୍ଟିକର ଖାଦ୍ୟ ଖାଇବା ସହିତ ଅତ୍ୟଧିକ ନିଶା ବା ଯୌନକ୍ରିୟା ରୁ ଦୁରେଇ ନିଜକୁ ସର୍ବଦା ଭଲ କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ I

Leave a Reply

Your email address will not be published. Required fields are marked *