ରାସ୍ତା ଉପରେ ବାଇକ ଚାଳକ ଙ୍କ ଉପରେ ହଠାତ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡିଲା : ଯୁବକ ମୃତ

ରାଜ୍ୟରେ ବିଦ୍ୟୁତ ବିଭାଗ ଭୁଶୁଡିପଡିଥିବା ବେଳେ ଏହାର ଉର୍ନ୍ନତକରଣ ତଥା ମରାମତି ପାଇଁ ଶକ୍ତି ବିଭାଗ ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ I ଯେଉଁଥିପାଇଁ ବାରମ୍ବାର ଅଘଟଣ ଘଟିଚାଲିଛି I କେତେବେଳେ ପୁରୁଣା ତାର ଛିଣ୍ଡି ବିଦ୍ୟୁତ ଶ୍ରମିକ ମାନଙ୍କର ଜୀବନ ଯାଉଛି ତ ଆଉ କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ନିରୀହ ସାଧାରଣ ଜନତା ଙ୍କର ଜୀବନ ବିନା କାରଣରେ ଶେଷ ହେଇଯାଉଛି I ତେବେ ଏଥିପାଇଁ ଶକ୍ତି ବିଭାଗ ଯେପରି ସମ୍ପୂର୍ଣ ବେଫିକର I ଏମିତି ଏକ ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ପାଣିକୋଇଲି ଛକ ରେ I

ଆଜି ସକାଳୁ ଜଣେ ଯୁବକ ବାଇକ ରେ ଯାଉଥିବା ବେଳେ ରାସ୍ତା ର ଛକ ଉପରେ ହଠାତ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଯୁବକ ଙ୍କ ଉପରେ ପଡିଥିଲା I ବାଇକ ଚାଳକ ଜଣକ କିଛି ବୁଝିବା ଆଗରୁ ସେହିଠାରେ ବିଦ୍ୟୁତ ଆଘାତ ରେ ପ୍ରାଣ ଚାଲିଯାଇଥିଲା I ଯୁବକ ଜଣଙ୍କ ନାମ ଶାନ୍ତନୁ ପାତ୍ର I ତାଙ୍କ ଘର ପଞ୍ଚୁଟିକିରୀ ଗ୍ରାମରେ I ଯୁବକ ଙ୍କ ସାଙ୍ଗରେ ତାଙ୍କର ଜଣେ ସହଯୋଗୀ ମଧ୍ୟ ବାଇକ ରେ ଥିଲେ , ତେବେ ଅଳ୍ପକେ ସହଯୋଗୀ ଜଣଙ୍କ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି I

ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି I ତେବେ ଶାନ୍ତନୁ ଙ୍କ ମୃତ୍ୟୁ କୁ ନେଇ କ୍ଷତି ପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ I ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ରୁ ଉତ୍ୟକ୍ତ ଲୋକେ ଉଠିଥିଲେ I

Leave a Reply

Your email address will not be published. Required fields are marked *