ଜେସିବି ଡ଼ାଲାରେ ଶାଶୁଘର ଆସିଲେ ନବବିବାହିତା ବଧୁ

ବିବାହ ର ସ୍ମୃତି କୁ ସମସ୍ତେ ଉଜ୍ଜୀବିତ ରଖିବାକୁ ଚାହିଁଥାନ୍ତି I ସମସ୍ତଙ୍କର ଇଛା ଥାଏ ତାଙ୍କ ବାହାଘର ସମସ୍ତଙ୍କ ଠାରୁ ଅଲଗା ହେଉ I ସେଥିପାଇଁ କିଏ ପାଣି ଭିତରେ ବାହା ହୁଏ ତ କିଏ ଉଡ଼ାଜାହାଜ ରେ ବାହାହୁଏ I ସେମିତି ଏକ ସ୍ବପ୍ନ ଦେଖିଥିଲେ ଚେତନ I ସେ ଜେସିବି ର ଅପରେଟର ଭାବେ କାର୍ଯ୍ୟ କରନ୍ତି I ତାଙ୍କ ଇଛା ଥିଲା ସେ ଜେସିବି ରେ ନିଜ ବାହାଘର କୁ ବରଯାତ୍ରୀ ରେ ଯିବା ସହିତ ନୂଆ ବଧୁ କୁ ଜେସିବି ରେ ବସାଇ ନିଜ ଘରକୁ ଆଣିବେ I ଘଟଣା ଟି କର୍ଣ୍ଣାଟକ ପୁତୁର ଅର୍ନ୍ତଗତ ସନ୍ତୟା ନିଜ ଗ୍ରାମର I ଚେତନ ଙ୍କ ବାହାଘର ସନ୍ତୟା ଗ୍ରାମର ମମତା ଙ୍କ ସହିତ ଠିକ ହେଇଥିଲା I ନିଜ ସ୍ବପ୍ନ କୁ ପୂରଣ କରିବାକୁ ଚେତନ ଜେସିବି ରେ ବରଯାତ୍ରୀ ଭାବେ ନିଜ ସାଙ୍ଗ ସାଥି ମାନଙ୍କୁ ନେଇ ପହଂଚିଥିଲେ ମମତା ର ଘରେ I ସାହି ପଡିଶା , ଗାଁ ବାସି ପ୍ରବଳ ଭିଡ ଲଗାଇଥିଲେ ଜେସିବି ରେ ଥିବା ବରଯାତ୍ରୀ ଙ୍କୁ ଦେଖିବାକୁ I କନ୍ୟା ଘରେ ବରଯାତ୍ରୀ ପହଞ୍ଚିବା ପରେ ମମତା ଏବଂ ଚେତନ ଙ୍କ ବାହାଘର ହେଇଥିଲା I

ଚେତନ ନିଜ ସ୍ବପ୍ନ ବିଷୟରେ ମମତା ଙ୍କୁ କହିଥିଲେ ଯେ ଜେସିବି ରେ ଶାଶୂଘରକୁ ଯିବା ପାଇଁ I ଚାରିଦିଗକୁ ସାକ୍ଷୀ ରଖି ସାତ ଜନମ ପାଇଁ ଚେତନ ଙ୍କ ହାତ ଧରିଥିବା ମମତା ସ୍ୱାମୀଙ୍କ ଇଛା କୁ ସମର୍ଥନ ଜଣାଇ ଜେସିବି ରେ ବଧୁ ବେଶରେ ବସିଯାଇଥିଲେ I

ଚେତନ ଏବଂ ମମତା ଜେସିବି ରେ ନିଜ ଘରକୁ ଫେରିଥିଲେ I ଘଟଣା ଟି ସୋସିଆଲ ମିଡିଆରେ ପ୍ରଘଟ ହେବା ପରେ ସାରା ଭାରତ ର ପ୍ରମୁଖ ଗଣମାଧ୍ୟମ ରେ ସ୍ଥାନ ପାଇଛି I

Leave a Reply

Your email address will not be published. Required fields are marked *