ଓଁ ଶବ୍ଧ ର ମହତ୍ୱ ଏବଂ ଜପ କରିବା ଦ୍ୱାରା ମିଳୁଥିବା ଉପକାର

କୁହାଯାଏ ପ୍ରତ୍ୟକ ମନୁଷ୍ୟ ଶରୀର ରେ ସ୍ୱୟଂ ଭଗବାନ ବାସ କରିଥାନ୍ତି I ଯେଉଁଥିପାଇଁ ପ୍ରତ୍ୟକ ଶରୀର ରେ ଏକ ଦିବ୍ୟ ଶକ୍ତି ରହିଥାଏ I ମନୁଷ୍ୟ ଆଧ୍ୟାତ୍ମିକ ପୂଜା ଦ୍ୱାରା ଏହି ଅନ୍ତର୍ନିହିତ ସୁପ୍ତ ଦିବ୍ୟ ଶକ୍ତି କୁ ଜାଗ୍ରତ କରିପାରିଲେ ମନୁଷ୍ୟ କୁ ସ୍ୱୟଂ ଦେବତା କୁହାଯାଏ I ଯେଉଁଥିପାଇଁ ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ଅନେକ ମନୁଷ୍ୟ ଙ୍କୁ ଆଜି ବି ଦେବତା ଭାବରେ ଗଣାଯାଏ I ଅନ୍ତର୍ନିହିତ ସୁପ୍ତ ଦିବ୍ୟ ଶକ୍ତି କୁ ଜାଗ୍ରତ କରିବାରେ ଓଁ ଶବ୍ଧ ର ମହତ୍ୱ ଗୁରୁତ୍ୱପୂର୍ଣ୍ଣ I ଓଁ ଶବ୍ଧରେ ଅଲୌକିକ ଶକ୍ତି ଅଛି I ପ୍ରତ୍ୟକ ମନ୍ତ୍ର ର ଆଦ୍ୟ ଉଚ୍ଚାରଣ ଓଁ ଅଟେ I ଏହାର ଅର୍ଥ ସର୍ବ କାର୍ଯ୍ୟେଷୁ ସର୍ବଦା I ଏହା ମଙ୍ଗଳ କାର୍ଯ୍ୟର ଆବାହକ ଅଟେ I

ପ୍ରତିଦିନ ଓଁ ଉଚ୍ଚାରଣ କରିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତିର ବିନାଶ ଘଟିଥାଏ I ଓଁ ଉଚ୍ଚାରଣ ଦ୍ୱାରା ସମସ୍ତ ଦେବା ଦେବୀ ସନ୍ତୁଷ୍ଟ ହେଇଥାନ୍ତି I

ପ୍ରତିଦିନ ଓଁ ଉଚ୍ଚାରଣ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ I ଏବଂ ମନରେ ଏକାଗ୍ରତା ଆସିଥାଏ I
ପୂଜା ସ୍ଥାନରେ , ଘର ର ଦ୍ୱାରରେ ଏବଂ ଯେ କୌଣସି କାର୍ଯ୍ୟରେ ସିନ୍ଦୁର ରେ ଓଁ ଲେଖିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଦୂର ହେଇ ସକାରାତ୍ମକ ହେଇଥାଏ I

ଧାତବ ରେ ନିର୍ମିତ ଓଁ କୁ ଲାଲ ସୂତାରେ ଶରୀର ରେ ବାନ୍ଧିବା ଦ୍ୱାରା ସର୍ବ ମଙ୍ଗଳ ହେଇଥାଏ I

Leave a Reply

Your email address will not be published. Required fields are marked *