ଯୁବତୀ ଙ୍କୁ ମାରି ଟ୍ରେନ ରେ ଶରୀର ପକାଇଦେଲେ ଏବଂ ଡେଲାଙ୍ଗ ରେ ମୁଣ୍ଡ ଫୋପାଡ଼ିଦେଲେ : ଦୁଷ୍କର୍ମ ସନ୍ଦେହ

ପୁରୀ ଷ୍ଟେସନ ରେ ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ପାଇଖାନା ରୁ ଏକ ମୁଣ୍ଡ ନଥିବା ଅର୍ଦ୍ଧ ଉଲଗ୍ନ ଯୁବତୀ ଙ୍କ ଶରୀର ଉଦ୍ଧାର କରାଯାଇଛି I ଯୁବତୀ ଙ୍କ ବୟସ ପାଖାପାଖି 25/30 ହେବ ବୋଲି ଅନୁମାନ କରାଯାଉଛି I ଯୁବତୀ ଜଣଙ୍କ ଏକ ଲାଲ ରଙ୍ଗର ଶାଢ଼ୀ ପନ୍ଧିଥିଲେ I ପାରିପାର୍ଶିକ ପରିସ୍ଥିତି ରୁ ଯୁବତୀ ଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଅସଲ ତଥ୍ୟ ଜଣାପଡିନାହିଁ I

ଅନ୍ୟପଟେ ପୁରୀ -ଡେଲାଙ୍ଗ ଷ୍ଟେସନ ଅନ୍ତର୍ଗତ ବେରବୋଇ ଫାଟକ ର ଲେବେଲ କ୍ରସିଂ ପାଖରେ ଏକ କଳା ପଲିଥିନ ରେ ଏକ କଟା ମୁଣ୍ଡ ରହିଥିଲା Iମୁଣ୍ଡଟି ଏକ ଯୁବତୀ ଙ୍କର ଥିଲା I

ମୁଂହ ସାରା କଟା ଦାଗ ସହିତ ବେକ ପାଖରୁ କଟାଯାଇଥିଲା I ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ଯେ ଉଭୟ ମୁଣ୍ଡ ଏବଂ ଶରୀର ଜଣେ ଯୁବତୀ ଙ୍କର I ତେବେ ଯୁବତୀ ଙ୍କୁ ହତ୍ୟା କରାଯାଇଛି I ତଦନ୍ତ ଚାଲିଛି ଖୁବ ଶୀଘ୍ର ସତ୍ୟ ଜଣାପଡିବ ବୋଲି ପୋଲିସ କହିଛନ୍ତି I

Leave a Reply

Your email address will not be published. Required fields are marked *