ଆଉ ବାଜିବନି ଡିଜେ : ବନ୍ଦ ପାଇଁ ନିର୍ଦେଶ ଦେଲେ ପୋଲିସ ବାବୁ

ସାଧାରଣତଃ ବାହାଘର ହେଉ କିମ୍ବା ଠାକୁର ଭସାଣି ହେଉ ଅତି ଉଞ୍ଚ ଶବ୍ଧ ର ଡିଜେ ନବାଜିଲେ ଯୁବକ ମାନଙ୍କର ଅବଶୋଷ ରହିଯାଏ I ତେଣିକି ପାଖରେ ଥିବା ଲୋକମାନଙ୍କ ଉପରେ ଏହାର ଯାହାବି ପ୍ରଭାବ ପଡୁ କିଛି ଯାଏ ଆସେ ନାହିଁ I ଏହି ଡିଜେ ଯୋଗୁ ବହୁ ଜାଗାରେ ଗଣ୍ଡଗୋଳ ର ମଧ୍ୟ ନଜିର ଅଛି I କିଛି ଦିନ ତଳେ ଭଦ୍ରକ ଜିଲ୍ଲା ର ଲୁଙ୍ଗା ଗ୍ରାମରେ ରଜଭସାଣି ଚାଲୁଥିବା ସମୟରେ ଗ୍ରାମର କ୍ଷିତୀଶ ସେଠୀଙ୍କ କୁନିଝିଅ ଭସାଣି ଦେଖୁଥିବା ସମୟରେ ଡିଜେ ଗାଡି ତଳେ ପଡିଯାଇଥିଲା I ଯାହାକୁ ନେଇ ପରିବାର ଏବଂ ଯୁବକ ଗୋଷ୍ଠୀ ଙ୍କ ମଧ୍ୟରେ ଉଗ୍ର ରୂପ ନେଇଥିଲା I

ଖବର ପାଇଁ ସ୍ଥାନୀୟ ପୋଲିସ ବାସୁଦେବପୁର ଥାନା IIC ଘଟଣା ସ୍ଥଳରେ ପହଂଚି ପରିସ୍ଥିତି କୁ ନିୟନ୍ତ୍ରଣ କୁ ଆଣିବାକୁ ଚେଷ୍ଟା କରିବା ସମୟରେ ଉତ୍ୟକ୍ତ ଯୁବକ ମାନେ IIC ଙ୍କୁ ନିର୍ଧୁମ ପିଟିଥିଲେ IIC ଗୁରୁତର ଆହତ ହେଇଥିଲେ I ଏବଂ ପରିସ୍ଥିତି ଅଣାୟତ ହେଇପଡିଥିଲା I

ଏନେଇ ଭଦ୍ରକ ଏସପି ବି .ଗଙ୍ଗାଧର ତଦନ୍ତ କରି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି I ଭଦ୍ରକ ରେ ଆଉ ଉଞ୍ଚ ଶବ୍ଧ ଡିଜେ ବାଜିବ ନାହିଁ ବୋଲି ଏସପି ନିର୍ଦ୍ଦେଶ ଦେଇଛନ୍ତି ।ଏହା ସହିତ ସମସ୍ତ ଡିଜେ ଗାଡିକୁ ଜବତ କରିବାକୁ କହିଛନ୍ତି I ଏହି ନିଷ୍ପତି ରେ ଯୁବ ଗୋଷ୍ଠୀ ଅସନ୍ତୋଷ ହେଉଥିବା ବେଳେ ବୁଦ୍ଧିଜୀବୀ ମାନେ ଖୁଶି ଜାହିର କରିଛନ୍ତି I

Leave a Reply

Your email address will not be published. Required fields are marked *