ଆରଡ଼ି ରେ ସେବାୟତ ଙ୍କୁ ଏସିଡ୍‌ ମାଡ଼

ଆରଡ଼ି ରେ ସେବାୟତ ଙ୍କୁ ଏସିଡ୍‌ ମାଡ଼ କରାଯାଇଛି I ସବୁଠାରୁ ଚାଂଚଲ୍ୟକର ଘଟଣା ହେଉଛି ଖୋଦ ଗୋଟେ ଗୋଷ୍ଠୀର ସେବାୟତ ମାନେ ଅନ୍ୟ ଏକ ଗୋଷ୍ଠୀ ର ସେବାୟତ ମାନଙ୍କୁ ଏସିଡ ମାଡ କରିଛନ୍ତି I ଏସିଡ ମାଡ ରେ 6 ଜଣ ଗୁରୁତର ଆହତ ହେଇଛନ୍ତି I ମିଳିଥିବା ସୂଚନା ଅନୁଯାଇ ଭଦ୍ରକ ଜିଲାର ପ୍ରସିଦ୍ଧ ଶିବ ମନ୍ଦିର ଆରଡ଼ିରେ ରେ ଆଜି ସେବାୟତ ଙ୍କ ମଧ୍ୟରେ ଏସିଡ ଫିଙ୍ଗାଫିଙ୍ଗି ହେଇ ଗୁରୁତର ହେଇଛନ୍ତି I ବାହାରୁ ଆସୁଥିବା ଭକ୍ତ ଙ୍କ ଦକ୍ଷିଣା ଭାଗ ବଣ୍ଟା କୁ ନେଇ ଦୁଇ ଦଳର ସେବାୟତ ମଧ୍ୟରେ ପାଟିତୁଣ୍ଡ ହେଇଥିଲା I

ତେବେ ପାଟିତୁଣ୍ଡ କ୍ରମଶଃ ଉଗ୍ର ରୂପ ନେବା ସହିତ ଉଭୟ ଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ହେଇଥିଲା I ଏବଂ ଏଇଥିରେ ଉତକ୍ଷିପ୍ତ ହେଇ ଗୋଟିଏ ଦଳର ସେବାୟତ ଅନ୍ୟ ସେବାୟତ ଙ୍କ ଉପରକୁ ଏସିଡ ଫୋପାଡ଼ିଥିଲେ I ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗଣ୍ଡଗୋଳ କୁ ନିଜ ନିୟନ୍ତ୍ରଣ କୁ ଆଣିଥିଲା I ଏସିଡ ମାଡ଼ରେ ୬ ଜଣ ଗୁରୁତର ଆହତ ହେଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଦୁଇ ଜଣ ସେବାୟତ ଙ୍କୁ ପୋଲିସ ଗିରଫ କରିଛି I

Leave a Reply

Your email address will not be published. Required fields are marked *