କାର ଧକା ଦେଲା ଆମ୍ବୁଲାନ୍ସ କୁ : ବିଷ୍ଣୁ ଦାସ ଙ୍କ ପୁଅ ଗୁରୁତର

ଜଗତସିଂହପୁର ଅରିଲୋ ଛକ ନିକଟରେ ଆମ୍ବୁଲାନ୍ସ-କାର୍ ଦୁର୍ଘଟଣା ହେଇଚି I କାର ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଓ ତାଙ୍କର ଜଣେ ବନ୍ଧୁ ଥିଲେ I ଦୁର୍ଘଟଣା ଯୋଗୁଁ ଦୁହେଁ ଗୁରୁତର ଆହତ ହେଇଛନ୍ତି I ଉଭୟ ଙ୍କୁ କଟକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି I ମିଳିଥିବା ସୂଚନା ଅନୁଯାଇ ଗତକାଲି ରାତିରେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଜଗତସିଂହପୁର ଅରିଲୋ ଛକ ନିକଟରେ ବାଲିକୁଦା ରାସ୍ତା ମଝିରେ ନିଜର ଭାରସାମ୍ୟ ହରାଇ ଏକ ଆମ୍ବୁଲାନ୍ସ ସହିତ କାର କୁ ଧକା ଦେଇଥିଲେ ଏବଂ କିଛି ଦୁରକୁ ଛିଟିକି ପଡ଼ିଥିଲେ I

ଏକ ଗଛରେ ଗାଡିଟି ପିଟିହେବା ଫଳରେ ବିଷ୍ଣୁ ଙ୍କ ପୁଅ ଗୁରୁତର ଆହତ ହେଇଛନ୍ତି I ଗାଡ଼ିରେ ଥିବା ଜୀବନରକ୍ଷାକାରୀ ବେଲୁନ ଯୋଗୁଁ ସମସ୍ତେ ଗୁରୁତର ଦୁର୍ଘଟଣା ରୁ ବର୍ତ୍ତିଯାଇଥିଲେ I

Leave a Reply

Your email address will not be published. Required fields are marked *