ମତେ ଅନୁମତି ଦିଅନ୍ତୁ, ମୋ ସ୍ତ୍ରୀ କୁ ଗୋଡେଇ ଗୋଡେଇ ପିଟିବି :ସ୍ତ୍ରୀଙ୍କୁ ପିଟିବା ଲାଗି ଏସପି ଙ୍କୁ ଅନୁମତି ମାଗିଲେ କନଷ୍ଟେବଳ

ସାର ମତେ ଦୟାକରି ଅନୁମତି ଦିଅନ୍ତୁ ମୋ ସ୍ତ୍ରୀ କୁ ମୁଁ ଗୋଡେଇ ଗୋଡେଇ ପିଟିବି I ସେ କଥା ମାନୁନାହିଁ I ମାଡ ମାରିଲେ ସେ ସାବାଡ଼ ହେବ I ଏଭଳି ଏକ ଦରଖାସ୍ତ ଲେଖିଛନ୍ତି ଛତିଶଗଡ଼ ରାୟଗଡ଼ ଥାନା ର ହେଡ୍‌ କନଷ୍ଟେବଳ ସଞ୍ଜୟ କୁମାର ସିଂ ଜିଲ୍ଲା ଏସପି ଙ୍କୁ I ଘଟଣା ଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏବେ ଚର୍ଚ୍ଚା ଧରିଛି I ସୂଚନା ଅନୁଯାଇ ଆଗାମୀ ଜୁନ୍‌ ୨୫ରେ ରାଜ୍ୟର ସମସ୍ତ ପୋଲିସ କର୍ମଚାରୀମାନଙ୍କ ପରିବାର ସରକାରଙ୍କ ବିରୋଧରେନାରାବାଜି ସହିତ ବିକ୍ଷୋଭ କରିବାର ପ୍ରୋଗ୍ରାମ ଅଛି I ଏବଂ ସେଥିରେ ସଞ୍ଜୟ ଙ୍କ ସ୍ତ୍ରୀ ମଧ୍ୟ ସାମିଲ ହେବେ ବୋଲି ଜିଦି ଧରିଛନ୍ତି I

ତାଙ୍କୁ ସଞ୍ଜୟ ଯେତେ ବୁଝାଇଲେ ମଧ୍ୟ ସେ ଶୁଣୁନାହାନ୍ତି I ସଞ୍ଜୟ ଙ୍କ କହିବାନୁ ଯାଇ ତାଙ୍କ ସ୍ତ୍ରୀ ଏହି ବିକ୍ଷୋଭ ରେ ଯୋଗ ଦେବା ଉଚିତ ନୁହେଁ I କିନ୍ତୁ ତାଙ୍କ ସ୍ତ୍ରୀ ଏକ ରାଜନୀତି ପରିବାର ର ହେଇଥିବାରୁ ସଞ୍ଜୟ ଙ୍କ କଥା ନଶୁଣି ନିଜ ଜିଦି ରେ ଅଟଳ ରହିଛନ୍ତି I ଏଥିରେ ସଞ୍ଜୟ ମର୍ମାହତ ହେଇ ଏସପି ଙ୍କୁ ଅନୁମତି ମାଗିଛନ୍ତି କି ତାଙ୍କୁ ଅଫିସିଆଲ ଅନୁମତି ଦିଆଯାଉ ସେ ତାଙ୍କ ସ୍ତ୍ରୀ ଙ୍କୁ ବାଡେଇ ଧମକେଇବେ ଯେପରିକି ସେ ବିକ୍ଷୋଭ ରେ ଯୋଗ ନଦିଅନ୍ତି I

Leave a Reply

Your email address will not be published. Required fields are marked *