ଶିକ୍ଷକଙ୍କ ବଦଳିରେ ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ଭୋ ଭୋ ହେଇ କାନ୍ଦିଲେ

ଗୁରୁଶିଷ୍ୟ ର ସମ୍ପର୍କ ସବୁଠାରୁ ଭିର୍ଣ୍ଣ ଏବଂ ପବିତ୍ର ସମ୍ପର୍କ I ସମାଜରେ ଭଲ ମଣିଷ ହେବାକୁ ହେଲେ ସର୍ବ ପ୍ରଥମେ ଶିକ୍ଷା ଦେଇଥାନ୍ତି ଗୁରୁ I ଗୁରୁଙ୍କ ଶିକ୍ଷାରେ ଶିଷ୍ୟ ଟିଏ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରିପାରେ I ଏବେ କିନ୍ତୁ ଆଉ ସେ ଗୁରୁ ଶିଷ୍ୟ ସମ୍ପର୍କ ଦେଖିବାକୁ ମିଳୁନି I ଯଦି ଜଣେ ଶିକ୍ଷକ ଛାତ୍ର ଛାତ୍ରୀ ଙ୍କୁ କଡା କରି ଦି ପଦ କହିଦିଅନ୍ତି କିମ୍ବା ଆକଟ କରି ପିଠିରେ ଛାଟରେ ଦି ପାହାରେ ବସେଇଦିଅନ୍ତି , ତେବେ ପୋଲିସ ଥାନା ପାଖରୁ ଆରମ୍ଭ କରି ଗାଁ କମିଟି ଯାଏଁ ତୁମୁଳ କାଣ୍ଡ ହେଇଯାଉଛି I ଯାହାଫଳରେ ଶିକ୍ଷକ ମାନେ ମଧ୍ୟ ପାଠ ପଢ଼େଇ ଦେଇ ନିଜ କର୍ତବ୍ୟ ସରିଗଲା ଭାବି ଚୁପ ରହିବାକୁ ବାଧ୍ୟ ହେଉଛନ୍ତି I ତେବେ ତାମିଲନାଡୁ ରେ ଦେଖିବାକୁ ମିଳିଛି ଏକ ରୋଚକ ଘଟଣା I ଗୁରୁଙ୍କ ବଦଳି ରେ ସାରା ଗାଁ ଏବଂ ଛାତ୍ର ଛାତ୍ରୀ ଏକଜୁଟ ହେଇ ଶିକ୍ଷକ ଙ୍କୁ ଛାଡ଼ିନଥିଲେ ଏବଂ ବଦଳି ନ କରିବାକୁ ଅଡ଼ି ବସିଥିଲେ I

ମିଳିଥିବା ସୂଚନା ଅନୁଯାଇ ,
ଶିକ୍ଷକ ଙ୍କ ନାମ ସି.ଭଗବାନ I ସେ ତାମିଲନାଡୁର ଥିରୁଭାଲୁରର ଭାଲିଆଗରାମ ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟକରନ୍ତି I ଯୁବ ଶିକ୍ଷକ ଜଣକ ସରକାରୀ ସ୍କୁଲ ରେ ଯୋଗ ଦେବା ପରେ ସ୍କୁଲ ପାଇଁ ବହୁତ କିଛି କାମ କରିଥିଲେ I ସବୁ ପିଲାଙ୍କୁ ନୂତନ ପଦ୍ଧତି ରେ ହସି ଖେଳାଇ ପାଠ ପଢ଼ାଇଥିଲେ I ଶିକ୍ଷକ ନୁହେଁ ଗୋଟେ ବଡ ଭାଇ ପରି ସବୁ ପିଲାଙ୍କ ଭଲ ମନ୍ଦ ରେ ସାମିଲ ହେଉଥିଲେ I

ଅଳି କଲେ ବୁଝାଇଦେଉଥିଲେ , ସ୍କୁଲ ନଆସିଲେ ଘରୁ ଯାଇଁକି ପଚାରୁଥିଲେ I ଯେଉଁଥିପାଇଁ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ବ କରି ଅଭିଭାବକ ମହଲ ରେ ସେ ବେଶ ଆଦୃତ ଥିଲେ I ଅଭିଭାବକ ମାନେ ମଧ୍ୟ ସାରେ ନୁହେଁ ନିଜ ପୁଅ ଭଳି ସ୍ନେହ କରୁଥିଲେ I ତାଙ୍କ ନାମ ସିନା ଭଗଵାନ କିନ୍ତୁ ସତରେ ସେ ସମସ୍ତଙ୍କ ପାଇଁ ଭଗବାନ ହିଁ ଥିଲେ I ତେବେ ଶିକ୍ଷକ ଙ୍କର ବଦଳି ହେଇଥିଲା ଏବଂ ଶିକ୍ଷକ ଗାଁ ଛାଡି ଚାଲିଯାଉଥିବା ଖବର ସାରା ଗାଁ ରେ ପ୍ରଚାର ହେବା ପରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ସ୍ତବ୍ଧ ହେଇଯାଇଥିଲେ I

ତାଙ୍କ ପ୍ରିୟ ଶିକ୍ଷକ ଗାଁ ଛାଡି ଚାଲିଯିବେ ସେ ସହଜ ରେ ବିଶ୍ୱାସ କରିପାରିନଥିଲେ I ସମସ୍ତେ ବସଷ୍ଟାଣ୍ଡ ରେ ପହଂଚି ଶିକ୍ଷକ ଙ୍କୁ ଜାବୁଡି ଧରି ଭୋ ଭୋ ହେଇ କାନ୍ଦିଥିଲେ ଏବଂ ଯିବାକୁ ଦେଇନଥିଲେ I ଶିକ୍ଷକ ଙ୍କ ଆଖିରୁ ମଧ୍ୟ ଲୁହ ଝରିଯାଉଥିଲା I ଖବର ବିଭାଗୀୟ ଅଧିକାରୀଙ୍କ ପାଖରେ ପହଂଚିବା ପରେ ସାମୟିକ ଭାବେ ଶିକ୍ଷକ ଙ୍କ ବଦଳିକୁ ସ୍ଥଗିତ ରଖିଛନ୍ତି I

Leave a Reply

Your email address will not be published. Required fields are marked *