ଘରୁ ବାହାରିବା ପୂର୍ବ ରୁ କରନ୍ତୁ ଏହି ୩ଟି ଉପାୟ,ପ୍ରତ୍ୟେକ କାର୍ଯ୍ୟ ରେ ମିଳିବ ସଫଳତା

ଆଜି ଆପଣ ମାନଙ୍କୁ ଏପରି ତିନୋଟି ଉପାୟ କହିବି ଯାହା ଆପଣ ଘରୁ ବାହାରିଲା ପୂର୍ବରୁ କରନ୍ତୁ ଆଉ ଦେଖିବେ ଆପଣଙ୍କୁ ମିଳିବ ପ୍ରତ୍ୟେକ କାମରେ ସଫଳତା। ଏବେ ଜାଣିବା ଉପାୟ ଗୁଡ଼ିକ।

୧.ଯଦି କୌଣସି ଗୁରୁତ୍ଵପୂର୍ଣ୍ଣ କାମରେ ଯାଉଛନ୍ତି ତେବେ ଘରୁ ଗଲା ବେଳେ ଖଣ୍ଡିଏ ନାଲି ସୂତା ସାଥିରେ ନିଅନ୍ତୁ ଏବଂ ଘରୁ ଯିବାପରେ ଆପଣଙ୍କ ଆଗରେ ଯେତେ ଟି ଖୁଣ୍ଟ ଅଛି ସେ ଖୁଣ୍ଟ କୁ ଲକ୍ଷ ରଖନ୍ତୁ ତୃତୀୟ ନମ୍ବର ରେ ଯେଉଁ ଖୁଣ୍ଟ ଆସୁଚି ସେଇ ଖୁଣ୍ଟରେ ଏହି ନାଲି ସୂତା ଖଣ୍ଡକୁ ବାନ୍ଧି ଦିଅନ୍ତୁ।

ଏବଂ ଆପଣ ଯେଉଁ କାମରେ ଯାଉଛନ୍ତି ସେ କଥାକୁ ସ୍ମରଣ କରି କିମ୍ବା କହି ବାନ୍ଧି ଦିଅନ୍ତୁ।ଏପରି କରିବା ଦ୍ବାରା ଆପଣଙ୍କ କାର୍ଯ୍ୟ ଟି ସଫଳ ହୋଇଥାଏ।

୨.ଯଦି ଏପରି କୌଣସି କାମରେ ଯାଉଛନ୍ତି ଏବଂ ସେଥିରେ ଆପଣ ସଫଳ ହେବ କିମ୍ବା ନ ହେବେ ସନ୍ଦେହ ରହୁଚି ତେବେ ଏହି ଉପାୟ ଟିକୁ ନିଶ୍ଚୟ କରନ୍ତୁ।ଘରୁ ବାହାରିଲା ବେଳେ ଖଣ୍ଡେ ରୁଟି ସା ଥିରେ ନେଇଥିବେ।

ଯଦି ରାସ୍ତା ରେ ଆପଣଙ୍କୁ ଗୋଟେ କାଉ ଦେଖାଯାଏ ତେବେ ଆପଣ ସେହି କୁଆକୁ ରୁଟି ଛିଡେଇ ଖାଇବାକୁ ଦେବେ ଏପରି କରିବା ଦ୍ବାରା ଆପଣଙ୍କ କାର୍ଯ୍ୟ ସୁରୁଖୁରୁରେ ଚାଲିଥାଏ।ଏବଂ ଯଦି ରୁଟି ଟି ଖାଇବା ପରେ କୁଆଟି ଆପଣଙ୍କ ଉପରେ ଉଡେ଼ ତେବେ ଜାଣିବେ ଆପଣଙ୍କ ସଫଳତା ନିଶ୍ଚିନ୍ତ।

୩.ଏହି ଉପାୟ ଟି ତ ଆପଣଙ୍କ ଘରେ ଘରେ ସମସ୍ତେ ଜାଣନ୍ତି କିନ୍ତୁ ପ୍ରାୟତଃ ଏହାକୁ ପାଳନ କରନ୍ତି କିନ୍ତୁ ଯଦି ଆପଣ ଏହାକୁ କାର୍ଯ୍ୟରେ ଲଗେଇବେ ଏହାର ମଧ୍ୟ ଶୁଭ ପ୍ରଭାବ ଆମ ଉପରେ ପଡ଼ିବ।

କୌଣସି କାମ ରେ ଘରୁ ଯେବେ ଯାଉଛନ୍ତି ପ୍ରଥମେ ମନେ ରଖନ୍ତୁ ଖାଲି ପେଟରେ ଘରୁ କେବେ ବି ବାହାରିବେ ନାହିଁ।ଆଉ କିଛି ନା କିଛି ଖାଇକି ଯିବେ। ଏହାତ ଆପଣ ମାନେ ଜାଣିଛନ୍ତି ଘରୁ ବାହାରିଲା ବେଳେ ମିଠା ଦହି ଟିକେ ଖାଇକୀ ଘରୁ ଗଲେ ତେବେ ସଫଳ ତା ନିଶ୍ଚିତ ହୋଇଥାଏ।

Leave a Reply

Your email address will not be published. Required fields are marked *