ବର ବେଦୀ ରୁ ଉଠିଗଲା ବର: କନ୍ୟା ର ପ୍ରେମିକ ର WhatsApp ମେସେଜ ପାଇ

ଆପଣ ନିଶ୍ଚୟ ଭାବୁଥିବେ କି କଣ ଏପରି ମେସେଜ ଆସିଲା କି ବର ବାହା ବେଦୀ ରୁ ଉଠି ଚାଲିଗଲା। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା। ଗତ କାଲି ଘଟିଛି ଏହି ଅଭାବନୀୟ ଘଟଣା।

ଘଟଣା ଟି ହେଉଛି ଉତ୍ତରପ୍ରଦେଶ ର ବହିରାଇଛ ଅଞ୍ଚଳ ର। ପ୍ରେମିକ ଉଜାଡି ଦେଇଛି ତା ପ୍ରେମିକା ର ଘର ତାହା ପୁଣି ବସିବା ଆଗରୁ।

ପ୍ରେମିକା ଜଣକ ସବୁଦିନ ସାଥ ଦେବା ପାଇଁ କଥା ଦେଇ ଥିଲେ। ହେଲେ ବାହା ହେଉଥିଲେ ଆଉ ଜଣଙ୍କୁ। ବାହାଘର ବି ଚାଲିଥିଲା,ନିଆ ଚାରିପଟେ ସାତ ଫେର ମଧ୍ୟ ସମାପ୍ତ ହୋଇଥିଲା। କିନ୍ତୁ ଯେତେବେଳେ ବର ଯାଉଥିଲେ କନ୍ୟା ମୁଣ୍ଡରେ ସିନ୍ଦୂର ପିନ୍ଧାଇବକୁ ସେତେବେଳେ ବାରମ୍ବାର ବାଜି ଉଠିଥିଲା ବର ଙ୍କ ଫୋନ। ଆସୁଥିଲା କିଛି WhatsApp ରୁ ମେସେଜ।

କିଛି ଅର୍ଜେଣ୍ଟ ମେସେଜ ଥିବ ଭାବି ବର ଫୋନ୍ ଖୋଳିଲାକୁ ଦେଖିବାକୁ ମିଳିଲା ତାଙ୍କ କନ୍ୟା ଙ୍କ କିଛି ଅଶ୍ଳୀଳ ମୁହୂର୍ତ୍ତ ର ଫୋଟୋ ଆଉ ଭିଡିଓ ତାହା ପୁଣି ଅନ୍ୟ ପୁରୁଷ ସହ।

ଏହା ଦେଖି ମଣ୍ଡପ ରୁ ଉଠି ଯାଇଥିଲେ ବର। ଆଉ ବିବାହ ନ କରି ଫେରି ଯାଇଥିଲେ ଘରକୁ।

ତେବେ ଝିଅ ଘର ଲୋକ ମେସେଜ ପଠାଇଥିବା ଯୁବକ ନକୁ ଖୋଜି ବହୁତ୍ ମାରିଥିଲେ।

Leave a Reply

Your email address will not be published. Required fields are marked *