ସାବାସ୍ ଜିଲ୍ଲାପାଳ : ଅଚାନକ ସ୍କୁଲ ରେ ପହଂଚି ଛୋଟ ପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଲେ

ଆଜିର ଶିଶୁ ଆସନ୍ତା କାଲିର ନାଗରିକ I ଶିଶୁ ହସିଲେ ସମାଜ ହସିବ I ଶିଶୁ ମାନଙ୍କୁ ଉତ୍ତମ ଖାଦ୍ୟ ପାଇଁ ସରକାର ସ୍କୁଲ ରେ କେତେ କଣ ଯୋଜନା ପ୍ରସ୍ତୁତ କରୁଛନ୍ତି I ତେବେ ସତରେ ଏହା ଦ୍ୱାରା ଶିଶୁ ମାନେ କେତେ ପରିମାଣରେ ଲାଭବାନ ହେଉଛନ୍ତି ତାହା କିଏ କହିପାରିବ ? ଅନେକ ସମୟରେ ତ ଅଭିଯୋଗ ଆସେ ଯେ ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ ଖାଦ୍ୟକୁ ହରଣ ଚାଲ କରି ଅତି ନିମ୍ନ ମାନର ଖାଦ୍ୟ ଦିଆଯାଏ I ବେଳେବେଳେ ସ୍କୁଲ ରେ ପୋକରା ଡାଲି ଭାତ ଦିଆଯାଉଥିବା ଆପଣ ମାନେ ଖବରକାଗଜ ବା ଟିଭି ରେ ଦେଖିଥିବେ I କେତେଜଣ ଅଫିସର ସ୍କୁଲ ରେ ବୁଲି ତଦାରଖ କରନ୍ତି ?

କିନ୍ତୁ କେରଳ ରେ ଦେଖିବାକୁ ମିଳିଛି ଏକ ଚକିତ ଘଟଣା I ସ୍କୁଲ ପିଲାମାନଙ୍କୁ କିପରି ଖାଦ୍ୟ ପରଷା ଯାଉଛି , ଏବଂ ଖାଦ୍ୟ ର ମାନ ଭଲ ଅଛି କି ନାଇଁ ପରଖିବା ପାଇଁ ଖୋଦ ଜିଲ୍ଲାପାଳ ମହୋଦୟ ଅଚାନକ ନିରକୁନ୍ନାମ୍‌ ଶ୍ରୀଦେବୀ ଭିଲାସାମ୍‌ ସରକାରୀ ସ୍କୁଲ ରେ ପହଂଚିଥିଲେ Iସ୍କୁଲ ପିଲାମାନେ ଖାଦ୍ୟ ଖାଉଥିବା ବେଳେ ଜିଲ୍ଲାପାଳ ଙ୍କୁ ଦେଖି ଶିକ୍ଷକ ମାନେ ଭୟଭୀତ ହେଇଯାଇଥିଲେ I ତେବେ ସମସ୍ତଙ୍କୁ ଚକିତ କରି ଜିଲ୍ଲପାଳ ସ୍କୁଲରେ ଛାତ୍ରଛାତ୍ରୀମାନେ ଖାଉଥିବା ମଧ୍ୟାହ୍ନ ଭୋଜନ ରେ ବସିଯାଇଥିଲେ I ଏବଂ ପିଲାମାନଙ୍କ ସହିତ ଖାଦ୍ୟ ଖାଇଥିଲେ I

ସୌଭାଗ୍ୟବଶତ ଖାଦ୍ୟର ମାନ ଭଲ ଥିଲା , ତେଣୁ ଜିଲ୍ଲାପାଳ ଖୁଶି ହେଇ ଫେରିଥିଲେ I ଏବଂ ଶିଶୁ ମାନେ କିପରି ଉତ୍ତମ ଖାଦ୍ୟ ପାଇପାରିବେ ଯାହାକି ସରକାର ଯୋଗାଇ ଦେଉଛନ୍ତି ତାର ଉତ୍ତମ ପରିଚାଳନା କରିବାକୁ ଶିକ୍ଷକ ମାନଙ୍କୁ ବୁଝାଇଥିଲେ I

ଶିଶୁ ହସିଲେ ସମାଜ ହସିବ Iଘଟଣା ଟି କେରଳ ର ଅଲାପ୍ପୁଜହା ଜିଲ୍ଲାର I ଜିଲ୍ଲାପାଳ ଙ୍କ ନାମ ଏସ୍‌ ସୁହାସ୍‌ I ତେବେ କେହି ଜଣେ ଶିକ୍ଷକ ଫଟ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଦେବା ପରେ ଘଟଣା ଟି ଭାଇରଲ ହେଇଚି I ଏବଂ ଜିଲ୍ଲାପାଳ ଙ୍କୁ ସାରା ରାଜ୍ୟରେ ପ୍ରସଂଶା କରାଯାଉଛି I

Leave a Reply

Your email address will not be published. Required fields are marked *