ଘର ତିଆରି ସମୟରେ ବାସ୍ତୁଶାସ୍ତ୍ର ଅନୁଯାଇ ଏସବୁ ଛୋଟ ଛୋଟ ପରିବର୍ତନ କରିବା ଦ୍ୱାରା ମା ଲକ୍ଷ୍ମୀ ବାସ କରିଥାନ୍ତି I

ସାଧାରଣତଃ ଅନେକ ଲୋକ ଯେତେ କଷ୍ଟ କରି ଧନ ଅର୍ଜନ କଲେ ମଧ୍ୟ ଅଭାବ ଲାଗି ରହିଥାଏ I ଅଧିକାଂଶ କ୍ଷେତ୍ର ରେ କୌଣସି କାରଣ ବିନା ଋଣ ଭାର ବଢିଥାଏ ଶରୀର ଅସୁସ୍ଥ ହେଇଥାଏ I ତେବେ ଶାସ୍ତ୍ର ଅନୁଯାଇ କୁହାଯାଏ ଯେ ହୁଏତ ବାସ୍ତୁଶାସ୍ତ୍ର ର ପ୍ରଭାବ ପଡିଥାଏ I ଆମ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଘର ତିଆରି ସମୟରେ ସାମାନ୍ୟ ଛୋଟ ଛୋଟ ଭୁଲ ପାଇଁ ବାସ୍ତୁ ଦୋଷ ଲାଗିଥାଏ I ତେବେ ଚାଲନ୍ତୁ ଜାଣିବା ସେ ଭୁଲ୍ ସବୁ କଣ ଏବଂ ତାର ପ୍ରତିକାର I
1)ନୂତନ ଘର ତିଆରି ସମୟରେ ଜାଗାର ଉତ୍ତର ଓ ପୂର୍ବ ଦିଗରେ ଘରର ନିଅଁ ଖୋଳିବା ଦ୍ୱାରା ଶୁଭ ହେଇଥାଏ I

2) ସାଧାରଣତଃ ଆମେ ଘର କଲାବେଳେ ଯେଉଁଥିପାରେ ସେଠି ଠାକୁର ପୂଜାଘର କରିଥାଉ କିନ୍ତୁ ଶାସ୍ତ୍ର ଅନୁଯାଇ କେବଳ ଉତ୍ତର କିମ୍ବା ପୂର୍ବ ଦିଗରେ ପୂଜା ଘର ରଖନ୍ତୁ । ଦକ୍ଷିଣ, ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ରୋଷେଇ ଘର ରଖନ୍ତୁ I
3)ପାଇଖାନା କୁ ସବୁବେଳେ ଘର ବାହାରେ ରଖନ୍ତୁ ଯଦି ସମ୍ଭବ ନୁହେଁ ତେବେ ଉତ୍ତର ଓ ପଶ୍ଚିମ ଦିଗରେ ପାଇଖାନା ତିଆରି କରନ୍ତୁ I

4) ଘରର ଶିଡ଼ି କୁ ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ I
5) ନୂତନ ଘର ତିଆରି ସମୟରେ ପୁରୁଣା ଘରର କୌଣସି ପଥର କିମ୍ବା ଇଟା ବ୍ୟବହାର କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ବଢିଥାଏ I
6) ଘରର ମୁଖ୍ୟ ଦ୍ୱାରକୁ ଉତ୍ତର ପୂର୍ବ ଦିଗକୁ ରଖିବା ଦ୍ୱାରା ଘରେ ଆସୁଥିବା ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହେଇଥାଏ I ମୁଖ୍ୟ ଦ୍ୱାରା କୁ ସବୁ ଦ୍ୱାର ଠାରୁ ବଡ ରଖନ୍ତୁ I

7) ଘରର ଜଳାଶୟ ଯଥା ବୋରିଂ ,ଟ୍ୟୁବୱେଲ୍ କିମ୍ବା ପାଣି ଟାଙ୍କି କୁ ପୂର୍ବ ଉତ୍ତର ଦିଗରେ ରଖନ୍ତୁ I
ଘର ତିଆରି ସମାପ୍ତ ପରେ ବାସ୍ତୁ ଶାସ୍ତ୍ର ଅନୁଯାଇ ପୂଜା ବିଧି କରି ଘର ପ୍ରତିଷ୍ଠା କରି ବାସ କରନ୍ତୁ I ଘର ତିଆରି ସମୟରେ ଏହି ସାମାନ୍ୟ ଛୋଟ ଛୋଟ ପରିବର୍ତନ କରିବା ଦ୍ୱାରା ସବୁବେଳେ ଘରେ ସୁଖ ଶାନ୍ତି ଲାଗିରହିଥାଏ I

Leave a Reply

Your email address will not be published. Required fields are marked *