7 ବର୍ଷ ର ଛାତ୍ରୀ କୁ ଦୁଷ୍କର୍ମ କରି ଧରାପଡ଼ିଲେ ଶିକ୍ଷକ

ଗତକାଲି ଆମେ ଜଣେ ଶିକ୍ଷକ ଙ୍କ କଥା ଦେଖିଥିଲେ ଯିଏ କି ସ୍କୁଲ ରୁ ବିଦାୟ ହେବାବେଳେ ଶହ ଶହ ଛାତ୍ରଛାତ୍ରୀ ତାଙ୍କୁ କୁଣ୍ଢାଇ ଧରି କାନ୍ଦୁଥିଲେ ଏବଂ ଛାଡ଼ିନଥିଲେ I ଯାହାକି ଥିଲା ଗୁରୁଶିଷ୍ୟ ର ଏକ ଅନନ୍ୟ ପରମ୍ପରା ର ପ୍ରତୀକ I ଆଜି କିନ୍ତୁ ଏମିତି ଏକ ଲଜ୍ୟାକର ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ମୁଣ୍ଡ ତଳକୁ ହେଇଯିବ I ଜଣେ ଶିକ୍ଷକ ୭ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରୁଥିବା ବେଳେ କିଛି ଲୋକଙ୍କ ନଜର ରେ ଧରାପଡ଼ିଯାଇଥିଲେ I ସ୍ଥାନୀୟ ଲୋକ ମାନେ ଘଟଣା ସ୍ଥଳରୁ କୁନି ଝିଅକୁ ଉଦ୍ଧାର କରି ସମ୍ପୃକ୍ତ ଶିକ୍ଷକ ଙ୍କୁ ନିରଧୂମ ଛେଚିଥିଲେ I ଏବଂ ପୋଲିସ ର ଜିମା ଦେଇଥିଲେ I ଘଟଣାଟି ବିହାରର ଜମୁଈ ଜିଲ୍ଲା ଝାଝା ଗ୍ରାମର I ଏନେଇ କୁନି ଝିଅଟି କହିଛି ଯେ ସାରେ ସବୁଦିନ ଏପରି କାମ ମୋ ସହିତ କରୁଥିଲେ ଏବଂ କାହାରିକୁ କହିବାକୁ ମନା କରିଥିଲେ I ଏବଂ ସ୍କୁଲ ରେ ଏହା ହିଁ ପଢା ହେଇଥାଏ I ପୋଲିସ ଅଭିଯୁକ୍ତ ଶିକ୍ଷକ ଙ୍କୁ ଗିରଫ କରିଛି I

Leave a Reply

Your email address will not be published. Required fields are marked *