ରବ୍ ନେ ବନା ଦି ଯୋଡି : ବର 1 ଫୁଟ 4 ଇଞ୍ଚ କୁ କନ୍ୟା 1 ଫୁଟ 3 ଇଞ୍

ବିବାହ ଏକ ପବିତ୍ର ସମ୍ପର୍କ ଯେଉଁଥିରେ ଦୁଇଟି ଅଜଣା ଲୋକ ସାତ ଜନ୍ମ ପାଇଁ ନିଜର ହେଇଥାନ୍ତି I କୁହାଯାଏ ବିବାହ କୁଆଡେ ସ୍ଵର୍ଗରେ ସ୍ଥିର ହେଇଥାଏ Iକାହା ସହିତ କାହାର ବିବାହ ହେବ ପୂର୍ବରୁ ଲେଖା ସରିଥାଏ I ଏମିତି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗୋରଖପୁରରେ I ଯୁବକ ଙ୍କ ନାମ ସୁନୀଲ ପାଠକ I ବୟସ ୪୪ ବର୍ଷ I ସଂସ୍କୃତରେ ପିଏଚ୍‌ଡି କରିଛନ୍ତି କିନ୍ତୁ କନିଆ ମିଳୁନଥିଲେ I କଥା କଣ କି ସୁନୀଲ ଙ୍କ ବୟସ ତୁଳନା ଉଞ୍ଚତା କମ ଥିଲା ମାନେ 1 ଫୁଟ 4 ଇଞ୍ଚ I ସବୁଆଡୁ ଖୋଜିସାରିବା ପରେ ସୁନୀଲ ଙ୍କ ପାଇଁ କନ୍ୟା ନମିଳିବାରୁ ଶେଷରେ ବିବାହ ନକରିବାକୁ ନିଷ୍ପତି ନେଇଥିଲେ ସୁନୀଲ I

କିନ୍ତୁ ଏଏଇ କିଛିଦିନ ତଳେ ହଠାତ ସୁନୀଲ ଙ୍କ ପାଇଁ ପହଞ୍ଚିଥିଲା ଏକ ପ୍ରସ୍ତାବ I ପ୍ରସ୍ତାବ ପୁରା ରାଜଯୋଟକ ଥିଲା ସୁନୀଲ ଙ୍କ ପାଇଁ I କନିଆ ଙ୍କ ନାମ ସାରିକା ମିଶ୍ରା ବୟସ ୩୬ I ତାଙ୍କ ଊଂଚତା 1 ଫୁଟ 3 ଇଞ୍ଚ I ଦୁହିଁଙ୍କ ପରିବାର ଖୁଶିରେ ଗଦଗଦ ହେଇଯାଇଥିଲେ I ଉଭୟ ସାରିକା ଏବଂ ସୁନୀଲ ଙ୍କ ର ବାହାଘର ଖୁବ ଆଡମ୍ବର ରେ ହେଇଥିଲା I ଘଟଣା ଟି ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି I

Leave a Reply

Your email address will not be published. Required fields are marked *