ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ଭୋଗ ଦ୍ୱାରା ଶରୀର କୁ 8 ଟି ଫାଇଦା ମିଳିଥାଏ I

ସମ୍ଭୋଗ ଏକ ଶାରୀରିକ ପ୍ରକ୍ରିୟା Iସାଧାରଣ ତ ବଂଶ ରକ୍ଷା ପାଇଁ ପୁରୁଷ ଏବଂ ନାରୀ ର ବିବାହ ହେଇଥାଏ I ବଂଶ ରକ୍ଷା ପାଇଁ ପୁରୁଷ ଏବଂ ନାରୀ ର ମିଳନ ରେ ସନ୍ତାନ ସୃଷ୍ଟି ହେଇଥାଏ I ଏହା ଏକ ପ୍ରାକୃତିକ ସ୍ୱାଭାବିକ ପ୍ରକ୍ରିୟା ହେଇଥିଲେ ମଧ୍ୟ ଏହାକୁ ନେଇ ଭାରତୀୟ ମାନେ ବେଶ ରକ୍ଷଣଶୀଳ I ଏନେଇ ଖୋଲାଖୋଲି ଆଲୋଚନା କରିବାକୁ ବିଶେଷ କରି ମହିଳା ମାନେ ସଂକୋଚ କରିଥାନ୍ତି I ଯୌନ କ୍ରିୟା ସମ୍ଭନ୍ଧୀତ କୌଣସି ଅସୁବିଧା କିମ୍ବା କଷ୍ଟ ଅନୁଭବ ହେଲେ ମହିଳା ମାନେ ଲୁଚାଇ ରଖନ୍ତି , ଯାହାଫଳରେ ମହିଳା ମାନେ ଯୌନ ସମ୍ପର୍କିତ ଅନେକ ରୋଗର ଶିକାର ହେଇଥାନ୍ତି I କିନ୍ତୁ ମହିଳା ମାନେ ମନେ ରଖିବା ଉଚିତ ଯେ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା

ଏବଂ ଏହା ସମ୍ଭନ୍ଧୀତ ଯେ କୌଣସି ସମସ୍ୟା ହେଲେ ତୁରନ୍ତ ସ୍ୱାମୀ , କିମ୍ବା ନିଜ ଅନ୍ତରଙ୍ଗ ବନ୍ଧୁ ଙ୍କୁ ଜଣାଇବା ଉଚିତ I ପୁରୁଷ ମାନେ କିନ୍ତୁ ଏ କ୍ଷେତ୍ର ରେ ବେଶ ଖୋଲା ସ୍ୱଭାବର ହେଇଥାନ୍ତି I ତେବେ ଅଧିକାଂଶ ରେ ଦେଖାଯାଏ ସ୍ୱାମୀ କିମ୍ବା ସ୍ତ୍ରୀ ଏହି ସମ୍ଭୋଗ ର ଆନନ୍ଦ ନପାଇଲେ ପର ପୁରୁଷ ବା ପର ସ୍ତ୍ରୀ ଉପରେ ଲୋଲୁପ ଦୃଷ୍ଟି ରଖିଥାନ୍ତି I ଯାହା କି ସେମାନଙ୍କ ର ସଂସାର କୁ ଭାଙ୍ଗିଦେଇଥାଏ I

ତେଣୁ ଯଦି ସ୍ୱାମୀ ସ୍ତ୍ରୀ ସମ୍ଭୋଗ ର ପ୍ରକୃତ ଆନନ୍ଦ ପାଇପାରୁନାହାନ୍ତି ତେବେ ଖୋଲାଖୋଲି ଏନେଇ ଆଲୋଚନା କରନ୍ତୁ I ଭୟ କିମ୍ବା ଲାଜ କରିବା ଆବଶ୍ୟକ ନାହିଁ I ତେବେ ସମ୍ଭୋଗ ଦ୍ୱାରା ମନୁଷ୍ୟ କେବଳ ସନ୍ତାନ ଜନ୍ମ ଦେଇ ବଂଶ ରକ୍ଷା କରିନଥାଏ ,

ଏହା ଦ୍ୱାରା ଉଭୟ ପୁରୁଷ ଏବଂ ମହିଳା ଙ୍କୁ ଅନେକ ଫାଇଦା ମିଳିଥାଏ I ସପ୍ତାହ କୁ ନିୟମିତ 2/3 ଥର ସମ୍ଭୋଗ ଦ୍ୱାରା ମନୁଷ୍ୟ ସୁସ୍ଥ ସବଳ ରହିଥାଏ I 2) ଏହା ଦ୍ୱାରା ମନ ଏବଂ ମତିଷ୍କ ଚଳ ଚଂଚଳ ରହିଥାଏ I

3) ମନର ସମସ୍ତ ଅବସାଦ ଦୂର ହେଇଥାଏ I 4) ସମ୍ଭୋଗ ଦ୍ୱାରା ଭଲ ନିଦ୍ରା ହେଇଥାଏ I

5) ତ୍ୱଚା ରେ ଉଜ୍ୱଳତା ଆସିଥାଏ I 6)ଯୌବନ କୁ ଦୀର୍ଘସ୍ଥାୟୀ କରିବାରେ ସାହାଯ୍ୟ କରିଥାଏ I7) ଶରୀର ରେ ଅନାବଶ୍ୟକ ମେଦ ବୃଦ୍ଧି ହେଇନଥାଏ ,ଯାହାଫଳରେ ମନୁଷ୍ୟ ସବୁବେଳେ ଫିଟ ରହିଥାଏ I 8) ଉଞ୍ଚ ରକ୍ତଚାପ ,ହୃଦରୋଗ ,ମଧୁମେହ ରୋଗୀଙ୍କୁ ମାନସିକ ଚାପକୁ ନିୟନ୍ତ୍ରଣ କରିଥାଏ I

Leave a Reply

Your email address will not be published. Required fields are marked *