ଗୋଟିଏ ମେସେଜ ନେଇଗଲା ୨୫ ଜୀବନ

ଆଜି କାଲି ର ଯୁଗ ରେ ଫେସବୁକ୍ ଓ WhatsApp ଇତ୍ୟାଦି ଯୋଗାଯୋଗ ର ବଳିଷ୍ଠ ମାଧ୍ୟମ ପାଲଟି ଯାଇଛି। ଯେତିକି ଶୀଘ୍ର କୌଣସି ଖବର ମିଡ଼ିଆ ରେ ପ୍ରଚାର ହେବାକୁ ନେଉଛି ତା ଠାରୁ କମ୍ ସମୟରେ ସେହି ଖବର ଖେଳି ଯାଉଛି ସୋସିଆଲ ମିଡିଆ ରେ।

ତେବେ ଏହି ସୋସିଆଲ ମିଡିଆ ରେ ଚାଲୁଥିବା କିଛି ମିଛ ଅଥବା ଗୁଜବ ଖବର ମଧ୍ୟ ଆମ ସମାଜ ପାଇଁ ନେଇ ଆସୁଛି ଅନେକ ଅସୁବିଧା। ଅନ୍ୟ ଦେଶ ମାନଙ୍କ ରେ ଏହି ଗୁଜବ ଖବର କୁ ନେଇ ବହୁତ୍ ନିୟମ ରହିଥିବା ବେଳେ ଆମ ଭାରତ ରେ ଏହାକୁ ନେଇ କୌଣସି ନିୟମ ହୋଇନାହିଁ।

ତେବେ ନିକଟ ରେ ଏହିପରି ଏକ ମିଛ ଖବର ପ୍ରଚାର ପାଇଁ ଚାଲିଯାଇଛି ୨୫ ନିରୀହ ଜୀବନ। ବର୍ତ୍ତମାନ ସୋସିଆଲ ମିଡିଆ ରେ ବୁଲୁଛି ପିଲା ଚୋରି ସମ୍ପର୍କ ରେ ଏହି ପରି କିଛି ମେସେଜ। ଛୋଟ ପିଲା ଙ୍କୁ ବିସ୍କୁଟ ଦେଇ ଅପହରଣ କରିବା ନେଇ କିଛି ମେସେଜ ଘୁରି ବୁଲୁଛି ଯାହା କାରଣ ରୁ ଲୋକ ମାନେ ପାଗଳ ବା ଅସ ହାୟ ଲୋକ ମାନଙ୍କୁ ଅପହରଣକାରୀ ଭାବି ମାଡ଼ ମାରୁଛନ୍ତି। ଲୋକ ମାନେ ଏହି ଭଳି ପାଗଳ ଏତ୍ୟାଦି ଲୋକ ମାନଙ୍କୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି ଏବଂ କେତେକ କ୍ଷେତ୍ର ରେ ହତ୍ୟା ମଧ୍ୟ କରିଦେଇଛନ୍ତି।

ତ୍ରିପୁରା ରେ ଏ ନେଇ ହତ୍ୟା ହୋଇଛି ଯାହା ଫଳରେ ୨୫ ଜଣଙ୍କ ନିରୀହ ଜୀବନ ଚାଲି ଯାଇଛି । ତ୍ରିପୁରା ରେ ଗୁଜବ ଘୁରି ବୁଲୁଛି କି କିଛି ଲୋକ ଅଙ୍ଗ ପ୍ରତେଙ୍ଗ ପ୍ରତିରୋପଣ ପାଇଁ ପିଲା ମାନଙ୍କୁ ଚୋରି କରୁଛନ୍ତି।

ଯଦି ଆପଣ ମାନେ ବି ଏହିପରି କିଛି ଖବର ପାଉଛନ୍ତି ଏହାକୁ ଅଦୋଉଁ ଭରସା କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *