ଭୁଲ୍ ରେ ବି ଚୁଟି ରଙ୍ଗାନ୍ତୁ ନାହିଁ , ଚୁଟି କଲର କରିବା ଦ୍ୱାରା ଏ ସବୁ ସମସ୍ୟା ହେଇଥାଏ

ଆଜିକାଲି ସାଧାରଣତଃ ସମସ୍ତେ ନିଜ ଚୁଟି କୁ କଳା ନାଲି ରଙ୍ଗରେ ରଙ୍ଗାଇ ଥାନ୍ତି I ଅବଶ୍ୟ ଏହା ବ୍ୟକ୍ତିର ସୁନ୍ଦରତା କୁ ଦ୍ୱିଗୁଣିତ କରିଥାଏ I କିନ୍ତୁ ଚୁଟି କୁ ରଙ୍ଗ ବା ମେହେନ୍ଦି କରିବା ଦ୍ୱାରା ଆମ ଶରୀର ପାଇଁ ଅନେକ ସମସ୍ୟା ହେଇଥାଏ I ବଜାର ରେ ସାଧାରଣତଃ ସବୁ ଜିନିଷ ର ନକଲି ମିଳିଥାଏ , ସେଥିରୁ ମେହେନ୍ଦି ମଧ୍ୟ ନକଲି ମିଳିବାରେ ଲାଗିଲାଣି I

ଯାହାକୁ ଆମେ ଚୁଟି ରେ ବ୍ୟବହାର କରିବା ଫଳରେ ଅନେକ ସମସ୍ୟା ହେଇଥାଏ I ଏହା ଛଡା ଅନେକ ଯୁବକ ଙ୍କର ଅସମୟରେ ଚୁଟି ପାଚିଥାଏ ଏଥିରୁ ରକ୍ଷା ପାଇଁ ଯୁବକ ମାନେ ଚୁଟି କୁ କଳା ରଙ୍ଗରେ ରଙ୍ଗେଈ ଥାନ୍ତି I ତେବେ ଆଜି ଚାଲନ୍ତୁ ଜାଣିବା ଚୁଟି ରଙ୍ଗ କରିବା ଦ୍ୱାରା କଣ ସବୁ ସମସ୍ୟା ହେଇଥାଏ I

1) ଯଦି ଆପଣଙ୍କର ଆଲର୍ଜି ଥାଏ ତେବେ ଚୁଟି ରଙ୍ଗ କରିବା ଦ୍ୱାରା ଏହା ତ୍ୱଚାରେ ପ୍ରଭାବ ପଡିଥାଏ ଯାହାକି ଶରୀର ସାରା ଲାଲ ଲାଲ ହେଇ ଫଳିଯାଇଥାଏ I ଏବଂ ଶରୀର କୁଣ୍ଡାଇ ହେଇଥାଏ I

2)ଅତ୍ୟଧିକ ବ୍ୟବହାର ଦ୍ୱାରା ବାଳ ଝଡ଼ିବା ଆରମ୍ଭ ହେଇଯାଇଥାଏ I

3)ମୁଣ୍ଡରୁ ଚୁଟି ଉପୁଡି ଚନ୍ଦା ହେଇଯାଇଥାଏ Iରଙ୍ଗ କରିବା ଦ୍ୱାରା , ଏଥିରେ ଥିବା ବିଷାକ୍ତ ରାସାୟନିକ ପଦାର୍ଥ ମୁଣ୍ଡ ର ତ୍ୱଚା ଦେଇ ଭିତରକୁ ପ୍ରବେଶ କରିଥାଏ ଏବଂ ଅନେକ କ୍ଷତି ଘଟାଇଥାଏ I

ଏପରିକି ମୁଣ୍ଡ କୁଣ୍ଡାଇ ହେବା ସହିତ ଫୋଟକା ବାହାରି ଏକଜିମା ହେବାର ସମ୍ଭାବନା ରହିଥାଏ I
4) ଆଖି ସଂସ୍ପର୍ଶ ରେ ଆସିଲେ ମୋତିଆବିନ୍ଦୁ ହେବାର ସମ୍ଭାବନା ରହିଥାଏ I ଯଦି ଆପଣଙ୍କର ନିହାତି ଚୁଟି ରଙ୍ଗାଇବାର ଅଛି ତେବେ ପ୍ରାକୃତିକ ରଙ୍ଗରେ ତିଆରି ଉର୍ନ୍ନତମାନ ର ରଙ୍ଗ ଦ୍ୱାରା ଚୁଟି ରଙ୍ଗାନ୍ତୁ I

Leave a Reply

Your email address will not be published. Required fields are marked *