ଟ୍ରେନ ଧାରଣା ରେ ପଥର କାହିଁକି ବିଛା ଯାଇଥାଏ ?

ସାଧାରଣ ଆମେ ଯେତେବେଳେ ଟ୍ରେନ ଦେଖିଥାଉ , ଟ୍ରେନ ଧାରଣା ରେ ବିଛାଯାଇଥିବା ପଥର ଗୁଡିକୁ ଦେଖିଲେ ଆମ ମନରେ ସ୍ଵତ ଭାବରେ ପ୍ରଶ୍ନ ଆସେ ଯେ ଏହି ପଥର ବା ଚିପ୍ସ ଗୁଡିକୁ କାହିଁକି ଧାରଣାରେ ବିଛା ଯାଇଛି I ତେବେ ୟା ପଛରେ ଅନେକ ବୈଜ୍ଞାନିକ କାରଣ ରହିଛି I ସ୍ଲିପର ର ତଳେ ପଥର ବା ଚିପ୍ସ ପଡିବା ହେତୁ ସ୍ଲିପର ଗୁଡିକ ସଠିକ ଭାବରେ ରହିଥାଏ I ଏହାଦ୍ୱାରା ସ୍ଲିପର ଗୁଡି଼କ ଫିକ୍ସ ହେଇ ରହିଥାଏ I

କୁହାଯାଏ ଏକତା ହିଁ ବଳ ସେହି ମର୍ମରେ ସମସ୍ତ ସ୍ଲିପର କୁ ଏହି ଚିପ୍ସ ବା ପଥର ଦ୍ୱାରା ଗୋଟିଏ ଟ୍ରାକ ରେ ମଜଭୁତ କରି ରଖିଥାଏ I EPDM : ଏହା ମଧ୍ୟ ଏକ ମୁଖ୍ୟ କାରଣ ଅଟେ ,ଏଥିଲିମ୍ ,ପ୍ରପୋଲିନ୍,ଡ଼ାଇନିମ୍ ଏବଂ ମନୋମର ଏହା ହେଉଛି ଏକ ପ୍ରକାର ରବର ଯାହାକୁ କି ଟ୍ରେନ ର ଭାଇବରେସନ କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଏ I

ଏହାକୁ ଟ୍ରାକ ଏବଂ ସ୍ଲିପର ମଧ୍ୟରେ ରଖାଯାଇଥାଏ I ଯଦି ଏହା ନଥାନ୍ତା ତେବେ ଟ୍ରେନ ଟ୍ରାକ ପାର୍ଶରେ ଥିବା ଅନେକ ବସ୍ତୁ ର କ୍ଷତି ହୁଅନ୍ତା , ଯେପରିକି ଘର ଦ୍ୱାରା ମଧ୍ୟ ଭାଇବରେସନ ଦ୍ୱାରା ଭାଙ୍ଗିଯାଆନ୍ତା Iଏହା ଛଡା ଯଦି ଟ୍ରାକ ରେ ପଥର ଦିଆନଯିବ ତେବେ ଏତେବଡ ଓଜନ ର ଟ୍ରେନ ଦୈନିକ ଯିବା ଆସିବା ଫଳରେ ଟ୍ରାକ ର ଭାରସାମ୍ୟ ରହିବ ନାହିଁ , ରାସ୍ତାରେ ଟ୍ରେନ ର ଗତି ଜୋଗୁଁ ଖାଲ ଢିପ ଦ୍ୱାରା ଟ୍ରେନ ଚଳାଚଳ ରେ ବ୍ୟାଘାତ ସୃଷ୍ଟି ହେବ I

ଟ୍ରେନ ଟ୍ରାକ ରେ ପଥର ବା ଗେଟି ଦିଆନଗଲେ ଟ୍ରାକ ରେ ବର୍ଷା ଦିନେ ମାଟି ଓଦା ରହିବ ଏବଂ ଟ୍ରେନ ଚଳାଚଳ ରେ ଟ୍ରାକ ଗୁଡିକ ଦବି ଯିବାର ଯଥେଷ୍ଟ ସମ୍ଭାବନା ରହିଛି ଯାହାଫଳରେ ଟ୍ରେନ ଚଳାଚଳ ରେ ବ୍ୟାଘାତ ସୃଷ୍ଟି ହେବ I ଏମିତି ବି ହେଇପାରେ ଟ୍ରେନ ପଲଟି ଯାଇପାରେ I

Leave a Reply

Your email address will not be published. Required fields are marked *