ଦେଖା ଦେଲେନି ପ୍ରଧାନ ମନ୍ତ୍ରୀ,ଅନଶନ ରେ ବସିଲାରୁ ଉଠାଇ ନେଲା ଦିଲ୍ଲୀ ପୋଲିସ

ରାଉରକେଲା ରୁ ପାଦ ରେ ଚାଲି ଚାଲି ଯାଏ ଦିଲ୍ଲୀ ରେ ପହଞ୍ଚିଥିବା ଏହି ଯୁବକ(ମୁକ୍ତିକାନ୍ତ ବିଶ୍ବାଳ) ଙ୍କ ବିଷୟରେ ଆମେ ଆଗରୁ ପ୍ରକାଶ କରିଥିଲୁ।

ଏହି ଯୁବକ ଜଣକ ପ୍ରଧାନ ମନ୍ତ୍ରୀ ଙ୍କୁ ତାଙ୍କ ପ୍ରତିଶ୍ରୁତି ବିଷୟରେ ମନେ ପକାଇ ଦେବାକୁ ଦୀର୍ଘ ୧୪୦୦ କିମି ର ପଦ ଯାତ୍ରା କରି ପହଞ୍ଚିଥିଲେ ଦିଲ୍ଲୀ ରେ। ରାଉଲକେଲା ରେ ହେବାକୁ ଥିବା ସୁପର ସ୍ପେଶଳିଷ୍ଟ୍ ହସ୍ପିଟାଲ୍ ଓ ବ୍ରିଜ ବିଷୟରେ କରିଥିବା ପ୍ରତିଶ୍ରୁତି କୁ ମାନେ ପକାଇ ଦେବାକୁ ଯାଇଥିଲେ ଦିଲ୍ଲୀ କୁ।

ପହଞ୍ଚିଲା ପରେ ଓଡ଼ିଶା ରୁ ମିଳିଥିଲା ଅନେକ ବାଃ ବାଃ।

ଅପେକ୍ଷା ରେ ବସିଥିଲେ କେବେ ଦେଖା ଦେବେ ମୋଦି ଜି। ହେଲେ ମୋଡିଯି ଙ୍କ ତ ଦେଖା ମିଳିନଥିଲା ଓଲଟା ରେ ପୁଲିସ୍ ଆସି ତାଙ୍କୁ ଅନଶନ କରିବାକୁ ମଧ୍ୟ ଦେଇନାହିଁ।

ତାଙ୍କୁ ଉଠାଇ ନେଇଯାଇଛି ପୋଲିସ।

ତେବେ ଏହି ହସ୍ପିଟାଲ୍ ଓ ବ୍ରାହ୍ମଣୀ ସେତୁ ପାଇଁ ମୋଦି ଜି ଙ୍କୁ ଅବଗତ କରାଇବାକୁ ଯାଇଥିବା ସମାଜସେବୀ ଙ୍କ ପ୍ରତି ପୋଲିସ ର ଏପରି ବ୍ୟବହାର କୁ ସମସ୍ତ ମହଲ ରେ ନିନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *