ଭୁଲ୍ ରେ ବି ଏହି ୩ଟି ଖରାପ ଅଭ୍ୟାସ କରନ୍ତୁ ନାହିଁ ନଚେତ ଆପଣ ଙ୍କ ମସ୍ତିଷ୍କ ଦୁର୍ବଳ ହେଇଯିବ I

ସମସ୍ତେ ଚାହିଁଥାନ୍ତି ସବୁ ଜିନିଷ କୁ ଏକାଥରକେ ମନେ ରଖିବାକୁ , କିନ୍ତୁ ଏହା ସମ୍ଭବ ହେଇନଥାଏ , ଏପରିକି କିଛି ଲୋକ ଗୋଟାଏ କଥାକୁ ବାରମ୍ବାର ଶୁଣିବା ପରେ ମଧ୍ୟ ମନେରଖି ପାରିନଥାନ୍ତି କାହିଁକିନା ସେମାନଙ୍କର ମତିଷ୍କ ଅତି ଦୁର୍ବଳ ହେଇଯାଇଥାଏ ବା ସ୍ମରଣ ଶକ୍ତି ଦୁର୍ବଳ ହେଇଯାଇଥାଏ I ତେବେ କାହିଁକି ମତିଷ୍କ ଦୁର୍ବଳ ହେଇଥାଏ ଚାଲନ୍ତୁ ତାହାର କାରଣ ଜାଣିବା I
1) ଅଳ୍ପ ନିଦ୍ରା : ଆଜିକାଲି ସାଧାରଣତଃ ଯୁବବର୍ଗ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହିଥାନ୍ତି .ଅଥବା ବ୍ୟସ୍ତ ବହୁଳ ଜୀବନ ଭିତରେ ଅଧିକାଂଶ ଶୋଇବା ପାଇଁ ମଧ୍ୟ ସମୟ ପାଇନଥାନ୍ତି I

ଯାହାଫଳରେ ଅଳ୍ପ ସମୟ ଶୋଇବା ଦ୍ୱାରା ଆମ ମତିଷ୍କ କୁ ବିଶ୍ରାମ ମିଳିନଥାଏ I ଏକ ସୁସ୍ଥ ବ୍ୟକ୍ତି ପାଇଁ ଦୈନିକ 6/8 ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ ହେଇଥାଏ , କିନ୍ତୁ ଅଳ୍ପ ଶୋଇବା ଦ୍ୱାରା ମତିଷ୍କ ଠିକ ଭାବରେ କାର୍ଯ୍ୟ କରିପାରିନଥାଏ I ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥାଏ I
2) ସ୍ମାର୍ଟ ଫୋନ ବ୍ୟବହାର :

ଆଜିର ଦିନରେ ପ୍ରାୟତଃ 60% ରୁ ଉର୍ଧ ବ୍ୟକ୍ତି ସ୍ମାର୍ଟ ଫୋନ ରେ ନିଜକୁ ହଜାଇଦେଇଥାନ୍ତି I ଅହରହ ମୋବାଇଲ ରେ ବ୍ୟସ୍ତ ରହିଥାନ୍ତି I କିନ୍ତୁ ମୋବାଇଲ ରୁ ବାହାରୁଥିବା ହାନିକାରକ ରେଡ଼ିଏସନ ଆମ ମତିଷ୍କ ର ଭାବିବା ବା ଚିନ୍ତା କରିବା ର ଶକ୍ତି କୁ ପ୍ରଭାବିତ କରିଥାଏ ,ଫଳରେ ମତିଷ୍କ ଦୁର୍ବଳ ହେବାରେ ଲାଗିଥାଏ I
3)ଖାଦ୍ୟ :

ଯେଉଁମାନେ ଅତ୍ୟଧିକ ଫାଷ୍ଟ ଫୁଡ ଖାଇଥାନ୍ତି , ସେମାନଙ୍କର ଓଜନ ବହୁତ ଜଲ୍ଦି ବଢ଼ିବାରେ ଲାଗିଥାଏ ଏବଂ ଏହାର ପ୍ରଭାବ ମଧ୍ୟ ମତିଷ୍କ ଉପରେ ପଡିଥାଏ I ଏହାଛଡା ଯେଉଁମାନେ ଏକଲା କିମ୍ବା ଅବସାଦ ରେ ରୁହନ୍ତି , ସେମାନଙ୍କର ଏକାକୀ ପଣ ମତିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ ଏବଂ ସେମାନଙ୍କର ମତିଷ୍କ ଦୁର୍ବଳ ହେବାରେ ଲାଗିଥାଏ I

Leave a Reply

Your email address will not be published. Required fields are marked *