ସବୁ ଗଣମାଧ୍ୟମ ଭୁଲ୍ !! ଏକାକୀ ଅଚ୍ୟୁତ ସାମନ୍ତ & କୀଟ୍ ଠିକ୍ !!!

ରାଜ୍ୟରେ ବର୍ତମାନ ଗଣମାଧ୍ୟମ କୁ ନେଇ ଚର୍ଚ୍ଚା ଚାଲିଛି I ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଓଟିଭି ଏବଂ ପ୍ରମୁଖ ଶିକ୍ଷାନୁଷ୍ଠାନ କୀଟ୍ ମଧ୍ୟରେ ହାଇ ଭୋଲ୍ଟେଜ ଡ୍ରାମା ଚାଲିଛି Iଗୋଟେ ପଟେ ଓଟିଭି ହେଉଛି ଓଡ଼ିଶାର ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ଚାନେଲ ସେହିପରି କୀଟ୍ ମଧ୍ୟ ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ I କିନ୍ତୁ କଥା କୀଟ୍ ଉପରେ ନୁହେଁ ଏହାର ମାଲିକାନା ଉପରେ ଆସୁଛି I ଯଦିଓ କୀଟ୍ ଏକ ଶିକ୍ଷାନୁଷ୍ଠାନ ତଥାପି ସମସ୍ତେ ଜାଣିଛନ୍ତି ଅଚ୍ୟୁତ ସାମନ୍ତ ଙ୍କ ବିନା ଏଠାରେ ପତ୍ରଟିଏ ବି ହଲେନି I ବାରମ୍ବାର କୀଟ୍ ନାମରେ ଅଭିଯୋଗ ଆସିଛି ଯେ ନିରୀହ ଜନସାଧାରଣ ଏବଂ ସରକାରୀ ଜଙ୍ଗଲ ଜମି କୁ ଜୋର ଜବରଦସ୍ତ ମାଡିବସି ଅଚ୍ୟୁତ ବାବୁ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି I ନିର୍ଦ୍ଧିଷ୍ଟ ଖବର ଅନୁଯାଇ ଚନ୍ଦ୍ରଧ୍ୱଜ ସାହୁ ଙ୍କ ଜମିକୁ କୀଟ୍ ମାଡିବସି ଅଟାଳିକା ନିର୍ମାଣ କରୁଥିବା ସମୟରେ

ଚନ୍ଦ୍ର ଧ୍ୱଜ ଏହାକୁ ବିରୋଧ କରିଥିଲେ ଏନେଇଜୁଲାଇ 30 ରେ ଓଟିଭି ପ୍ରତିନିଧି କୀଟ୍ କଲେଜ କୁ ଖବର ସଂଗ୍ରହ କରିବାକୁ ଯାଇଥିଲେ I ଯାହାକୁ ନେଇ କୀଟ୍ ର ସୁରକ୍ଷାକର୍ମୀ ପୋଲିସ ସାମ୍ନା ରେ ଓଟିଭି ପ୍ରତିନିଧି ଙ୍କୁ ମାଡ ମାରିଥିଲେ I କଥା ଏତିକିରେ ସରିନଥିଲା ଓଟିଭି କୀଟ୍ ବିରୁଧରେ ଖବର ପ୍ରସାରଣ ଜାରିରଖିଥିବା ବେଳେ କୀଟ୍ ର ପ୍ରତିଷ୍ଠାତା ତାଙ୍କ ଘରୋଇ ଚାନେଲ କଳିଙ୍ଗ ଟିଭି କୁ ପୁରା ଦମ ରେ ଲଗାଇଦେଇଛନ୍ତି ଓଟିଭି ବିରୁଧରେ I

କଳିଙ୍ଗ ଟିଭି ର ଅଭିଯୋଗ ଅନୁଯାଇ ଓଟିଭି ଗୁଣ୍ଡା ନେଇ ତାଙ୍କ କାମ୍ପସ କୁ ପଶିଥିଲା , ଯଦିଓ ଏହାର କୌଣସି ପ୍ରମାଣ ନହିଁ I TRP ଅନୁଯାଇ କଳିଙ୍ଗ ଟିଭି ର ଲୋକପ୍ରିୟତା ଜମାରୁ ଭଲ ନଥିବା ବେଳେ ଓଟିଭି କୁ ଅସ୍ତ୍ର କରି ନିଜ ଟିଆର୍ପି ବଢାଇବାକୁ ଚାଁହୁଛି କଳିଙ୍ଗ ଟିଭି ,ବୋଲି ଚର୍ଚା ଚାଲିଛି I କିନ୍ତୁ ସବୁ ପରେ ଅଚ୍ୟୁତ ଙ୍କ ପାଖରେ ରହିଛି ଏକ ଟ୍ରମ୍ପ କାର୍ଡ ତାହା ହେଉଛି ଆଦିବାସୀ କାର୍ଡ I କୀଟ୍ ରେ ପାଖାପାଖି 27000 ଆଦିବାସୀ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି , କିନ୍ତୁ ଦୁଃଖର ବିଷୟ ନିଜ ନୀଚ ସ୍ୱାର୍ଥ ପାଇଁ ଅଚ୍ୟୁତ ବାବୁ ଏମାନଙ୍କୁ ମୋହରା ବନେଇବାକୁ ପଛାଉନାହାନ୍ତି Iଏଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସାଂସଦ ପଦ ଦେଇଥିଲେ ଆଦିବାସୀ ଙ୍କ ଭୋଟ ହାତେଇବାକୁ I ଗଣମାଧ୍ୟମ ଉପରେ ଆକ୍ରମଣ ରେ କୀଟ୍ ର ଏହା ପ୍ରଥମ ନୁହେଁ , ପୂର୍ବରୁ 24. ଅଗଷ୍ଟ 2014 ରେ ନକ୍ଷତ୍ର ଚାନେଲ ର ରିପୋର୍ଟର ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କୀଟ୍ କର୍ତ୍ତୃପକ୍ଷ ତାଙ୍କୁ ନିର୍ଘାତ ମାଡ ମାରି ଗାଡି ଭାଙ୍ଗିଦେଇଥିଲେ

ବୋଲି ଅଭିଯୋଗ ହେଇଥିଲା ନକ୍ଷତ୍ର ଚାନେଲ ତରଫରୁ I

ଏବଂ ବାବୁ ଅଚ୍ୟୁତ ତାଙ୍କ ଟ୍ରମ୍ପ କାର୍ଡ ଆଦିବାସୀ କାର୍ଡ ଖେଳିଥିଲେ ଗଣମାଧ୍ୟମ ର କଣ୍ଠରୋଧ କରିବାକୁ I ଓଲଟା ନକ୍ଷତ୍ର ଚାନେଲ ନାମରେ ଅଭିଯୋଗ କରିଥିଲେ ଯେ ଗଣମାଧ୍ୟମ ସୀମା ଡେଉଁଛି , ସାମ୍ବାଦିକତା ନାମରେ ଆଦିବାସୀ ଝିଅ ମାନଙ୍କର ବାଥରୁମ ରେ ଫଟ ଉଠାଉଛି I ଏହାକୁ ନେଇ 10 ହଜାର ଆଦିବାସୀ ଝିଅଙ୍କୁ ରାଲିରେ ସାମିଲ କରାଇ ସବୁଦିନ ପାଇଁ ନକ୍ଷତ୍ର ଚାନେଲ ର ମୁଂହ ବନ୍ଦ କରାଇଦେଇଥିଲେ I

ସେତେବେଳେ ଅବଶ୍ୟ ବାବୁଙ୍କ କଳିଙ୍ଗ ଚାନେଲ ନଥିଲା ନଚେତ ଟିଭି ରେ ସମାନ ଘଟଣା ଦେଖିବାକୁ ମିଳିଥାନ୍ତା I ନକ୍ଷତ୍ର ପରେ ଏବେ ଓଟିଭି I

କଥା ଉଠୁଛି ସତରେ କଣ ସବୁ ଯାକ ଗଣମାଧ୍ୟମ ଭୁଲ୍ ? ଗଣମାଧ୍ୟମ ମାନେ ତାଙ୍କର ସୀମା ଲଂଘୁଛନ୍ତି ? ଏକାକୀ ଅଚ୍ୟୁତ ବାବୁ ଠିକ ? ଯିଏ କି ସାମାଜିକ କାମ କରୁଥିବା ର ଡିଣ୍ଡିମ ପିଟୁଥିବା ବେଳେ ହଠାତ ସାଂସଦ ପଦ ଲୋଭରେ ଏକ ରାଜନୈତିକ ଦଳରେ ମିଶିଥିଲେ ? ନା ଗଣମାଧ୍ୟମ ର କଣ୍ଠ ରୋଧ ପାଇଁ ଏ ପ୍ରୟାସ ? ଯାହାବି ହେଉ ଏହା ଆଗାମୀ ଦିନ ପାଇଁ ଆଦୌ ଶୁଭଙ୍କର ନୁହେଁ I

Leave a Reply

Your email address will not be published. Required fields are marked *