ବାଡ଼ିରେ ଥିବା ଦୁବ ଘାସ ର ଚମତ୍କାର ଗୁଣ ବିଷୟରେ ନିହାତି ଜାଣନ୍ତୁ

ଶନି କିମ୍ବା ରବିବାର ଦିନ ଠିକ୍ ଦୁଇ ପହର ସମୟରେ ଶ୍ବେତ ଦୁବକୁ ସଂଗ୍ରହ କରି ଅଣ୍ଟାରେ ଖୋସନ୍ତୁ ଏହା ଦ୍ବାରା ସବୁ ସ୍ଥାନରୁ ଯଶ ମିଳେ।ଶନି କିମ୍ବା ରବିବାର ଦିନ ଅଧୁଆ ମୁହଁରେ ଶ୍ବେତ ଦୁବ ସଂଗ୍ରହ କରି ଶୁଖାଇ ଗୁଣ୍ଡ କରି ରଖିବ।ଏହି ଗୁଣ୍ଡରୁ ଅଳ୍ପ ନେଇ ପାନ ରସ ସହ ମିଶାଇ ପାଳି ଜୋର୍ ହେଉଥିବା ବ୍ୟକ୍ତିକୁ ଶନି କିମ୍ବା ରବିବାର ଦିନ ସକାଳେ ଖୁଆଇଲେ ଜର ଭଲ ହୁଏ।

“ଓଁ ଅମୃତ ପ୍ରସବିନି ଅମୁକାନାଂ
( ରୋଗୀର ନାମ)ଶରୀରରେ ସବୁ ରୋଗ
ନସନଙ୍ କୁରୁ କୁରୁ ସ୍ୱାହା”

ମଙ୍ଗଳବାର ଶ୍ବେତ ଦୁବ ସଂଗ୍ରହ କରି ଏହି ମନ୍ତ୍ରକୁ ୯ ଥର ଜପ କରି ରୋଗୀକୁ ଝାଡିଦେଲେ ସମସ୍ତ ରୋଗ ଭଲ ହୁଏ।ଶନି କିମ୍ବା ରବିବାର ଦିନ ସକାଳୁ ଗୁପ୍ତରେ ଶ୍ବେତ ଦୁବ ସଂଗ୍ରହ କରି ୨୧ ଖିଅ ଲାଲ୍ ସୂତାରେ ଶିଶୁର ଗଳାରେ ପିନ୍ଧେଇଲେ ପିହୁଳା ଭଲ ହୁଏ।

୭ କେରା ଦୁବ ଧରି ପିଲାମାନଙ୍କୁ ଦୁର୍ଗାଙ୍କ ନାମରେ ଝାଡ଼ିଦେଲେ ଦୃଷ୍ଟି ନଜର,ଭୟ,ପିହୁଳା ଆଦି ରୋଗ ଭଲ ହୁଏ।୭ କେର ଦୁବ ଧରି ପାଳି ଜର ହେଉଥିବା ଲୋକଙ୍କୁ ଝାଡ଼ିଦେଲେ ଏହା ଭଲ ହୋଇ ଯାଇଥାଏ।୨୧ କେରା ଦୁବ ସଂଗ୍ରହ କରି ଦାଣ୍ଡ ଆଉ ବାଡି ଦୁଆର ରେ ଟାଙ୍ଗିଦେଲେ ଭୂତ ପ୍ରେତ ଉପଦ୍ରବ ରୁ ରକ୍ଷା ହୁଏ।ଶ୍ମଶାନ ରୁ ୭ଟି ଦୁବ ଉପାଡ଼ି ଆଣି ବାହୁ କିମ୍ବା ଗଳାରେ ଧାରଣ କଲେ ଭୂତ ଜର ଛାଡ଼ି ଯାଏ।ଶୁଦ୍ଧ ସ୍ନାନ ଦିନ ୨ ଚାମଚ୍ ଦୁବ ରସରେ ଦହି ମିଶାଇ ହାତ ପାପୁଲିରେ ରଖି ଖାଇଲେ ନାରୀ ବନ୍ଧ୍ୟା ହୁଏ।

One Comment on “ବାଡ଼ିରେ ଥିବା ଦୁବ ଘାସ ର ଚମତ୍କାର ଗୁଣ ବିଷୟରେ ନିହାତି ଜାଣନ୍ତୁ”

Leave a Reply

Your email address will not be published. Required fields are marked *