ଘରେ ଜବରଦସ୍ତ ପଶି ବେଙ୍ଗ କୁ ଛାଡି ପିଆଜ ଖାଇଗଲା ସାପ

ସାପ ସାଧାରଣତଃ ବେଙ୍ଗ , ଚଡେଇ, ଅଣ୍ଡା କିମ୍ବା ଛୋଟ ଛୋଟ କୀଟ ଖାଇଥାଏ Iକେହି କେହି ଅବଶ୍ୟ ଦାବି କରନ୍ତି ଯେ ସାପ କ୍ଷୀର ପିଏ ବୋଲି କିନ୍ତୁ ସାପ ଵିଶେଶଜ୍ଞ ମାନେ ଏହାକୁ ଖଣ୍ଡନ କରନ୍ତି I ଯଦି କୁହାଯାଏ ଯେ ସାପ ପିଆଜ ଖାଇଛି , କଣ ଆଜ୍ଞା ବିଶ୍ୱାସ ହେଉନି ନା ,କିନ୍ତୁ ଏହା ସତ୍ୟ I ଏହା ଘଟିଛି ଅନୁଗୁଳ ଜିଲା ଚେନ୍ଦିପଡା ଗ୍ରାମରେ I ଯାହାର କି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଗ୍ରାମର ସୁଶାନ୍ତ ବେୟୁରାଙ୍କ ଘରେ ଏକ ସାପ ପଶି 10 ଟି ପିଆଜ ଗିଳି ପକାଇଥିଲା I ଘଟଣା ସ୍ଥଳରେ ସ୍ନେକ ହେଲ୍ପ ଲାଇନ ତରଫରୁ ହିମାଶୁଂ ଶେଖର ପହଂଚି ଘଟଣାଟିକୁ ସମ୍ପୂର୍ଣ ମୋବାଇଲ ରେ ରେକର୍ଡିଙ୍ଗ କରିଥିଲେ , ଯାହାକି ଭାଇରଲ ହେବାରେ ଲାଗିଛି I ତେବେ ଏପରି ଘଟଣା ସମଗ୍ର ବିଶ୍ୱରେ ବିରଳ I ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଙ୍କ ଚେଷ୍ଟାରେ ସାପଟି ପିଆଜ ଗୁଡିକୁ ବାହାର କରିଥିଲା ଏବଂ ସାପ ଟିକୁ ଉଦ୍ଧାର କରି ଜଙ୍ଗଲ ରେ ଛାଡିଦିଆଯାଇଛି I

Leave a Reply

Your email address will not be published. Required fields are marked *