ଓଡ଼ିଆ ଗୀତ ମାୟା ରେ ବାୟା ରେ Tiger Shroff ଙ୍କ ଡ୍ୟାନ୍ସ କରିବାର ଗୁମର ଖୋଲିଲେ ସବ୍ୟସାଚୀ

ଗତକିଛିଦିନ ଧରି ଓଡ଼ିଆ ସିନେପ୍ରେମୀ ଏକ ଗୀତରେ ବାୟା ହେଉଛନ୍ତି ଯାହାର ନାମ ରହିଛି ଦିସ୍ ଇଜ୍ ମାୟାରେ ବାୟା I ଗୀତଟି ଏତେ ପପୁଲାର ହେବାରେ ଲାଗିଛି ଯେ ଖୋଦ ବଲିଉଡ ଅଭିନେତା ଟାଇଗର ଶ୍ରଫ ଏଥିରେ ଡାନ୍ସ କରିଥିବାର ଭିଡିଓ ଭାଇରଲ ହେବାରେ ଲାଗିଛି I ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି ଏବଂ ଏହା ଏକ ଫେକ ଭିଡିଓ ବୋଲି ମଧ୍ୟ ଆଲୋଚନା କରିବାରେ ଲାଗିଛନ୍ତି I ତେବେ ଏହି ଭିଡିଓ ପଛର ଗୁମର ଖୋଲିଛନ୍ତି ଫିଲ୍ମ ର ନାୟକ ସବ୍ୟସାଚୀ I ସବ୍ୟସାଚୀ ଙ୍କ କହିବା ଅନୁଯାଇ ଓଡ଼ିଶାର ବିକ୍ରମ ସ୍ୱାଇଁ ଯିଏକି ବଲିଉଡ ଅଭିନେତା ଟାଇଗର ଶ୍ରଫ ଙ୍କ ଡ୍ୟାନ୍ସ ଶିକ୍ଷକ ଭାବେ କାମ କରନ୍ତି , ସେ ଦିନେ ଗୀତଟିକୁ ଶୁଣିଥିବା ବେଳେ ହଠାତ ଅଭିନେତା ଟାଇଗର ଶ୍ରଫ ଙ୍କୁ ଗୀତ ଟିକୁ ପସନ୍ଦ ଲାଗିଥିଲା I

ଏବଂ ଗୀତ ବିଷୟରେ ଜାଣିବାକୁ ଚାହିଁଲେ , ଓଡ଼ିଆ ରେ ଗୀତଟି ହେଇଥିବାରୁ ସେ କିଛି ବୁଝିପାରିନଥିଲେ ତଥାପି ବିକ୍ରମ ଙ୍କୁ କହିଥିଲେ ଏ ଗୀତରେ ଏକାଠି ଡ୍ୟାନ୍ସ କରିବାକୁ ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି I

ଏନେଇ ଖୋଦ ବିକ୍ରମ ମଧ୍ୟ ସମାନ କଥା କହିଛନ୍ତି I ସୂଚନା ଥାଉ କି ସାର୍ଥକ ପ୍ରଡକ୍ସନ ର ସୀତାରାମ ଅଗ୍ରୱାଲ ଙ୍କ ପ୍ରଯୋଜିତ ନୂଆ ଚଳଚିତ୍ର ‘ଟୋକାଟା ଫସିଗଲା’ ଆଗାମୀ ରଥରେ ମୁକ୍ତିଲାଭ କରିବାକୁ ଯାଉଛି I ମୁଖ୍ୟ ଚରିତ୍ର ରେ ସବ୍ୟସାଚୀ , ଏଲିନା ଏବଂ ପପୁ ପମପମ ଅଛନ୍ତି I ପପୁ ଏବଂ ସବ୍ୟସାଚୀ ଦୁହେଁ ମିଶିକି ‘ମାୟା ରେ ବାୟା’ ଗୀତଟିକୁ ଗାଇଛନ୍ତି I

Leave a Reply

Your email address will not be published. Required fields are marked *