ଧୋକା ପ୍ରେମିକା ର ଅଶ୍ଳୀଳ ଫୋଟୋ ଭାଇରଲ କଲେ କଣ କଲାସେ” ର ହିରୋ ବାଳକୃଷ୍ଣ !!

ବିବାଦରେ ଓଡ଼ିଆ ସିନେ ଜଗତର ଜଣେ କମେଡିଆନ I ଧୋକା ପ୍ରେମିକା ର ଅଶ୍ଳୀଳ ଫୋଟୋ ପୋଷ୍ଟ କରିଛନ୍ତି ନିଜ ଫେସବୁକ ଆକାଉଣ୍ଟସ ରେ ଯାହାକି ଭାଇରଲ ହେବାକୁ ଲାଗିଛି I କମେଡିଆନ ଜଣକ ନାମ ବାଳକୃଷ୍ଣ ଯିଏକି ଗ୍ରେଟ ଓଡିଶା ପଲିଟିକାଲ ସର୍କସ ରେ ନିଜର ଟ୍ୟାଲେଣ୍ଟ ଦ୍ୱାରା ସମସ୍ତଙ୍କ ପାଖରେ ଲୋକପ୍ରିୟ ହେଇପାରିଥିଲେ I ଖାଲି ସେତିକି ନୁହେଁ ବହୁ ଚର୍ଚିତ କଣ କଲାସେ ଫିଲ୍ମ ରେ ତଥାକଥିତ ପପୁ ଙ୍କ ନକଲି ଅବତାର ରେ ଅବତୀର୍ଣ୍ଣ ହେଇ ବଡ ପରଦା ରେ ନିଜ ଅଭିନୟ ଦେଖାଇଥିଲେ I ଚାଲ କରିବା ଠିଆ ପାଲା ଗୀତ ଟି ତାଙ୍କୁ ଘରେ ଘରେ ଜନାଦୃତ ଦେଇପାରିଥିଲା I ଛୋଟ ପରଦା ରୁ ବଡ ପରଦା ଆଡକୁ ଅଗ୍ରସର ହେଉଥିବା ବେଳେ ବାଳକୃଷ୍ଣ ଙ୍କ ଜୀବନରେ ଆସିଥିଲା ଜଣେ ପ୍ରେମିକା I

ଯାହାକୁ କି ସେ ଅଧିକ ଭଲ ପାଉଥିଲେ ଏବଂ ତାଙ୍କ ସଫଳତା ର ପାହାଚ ଚଢିବା ପାଇଁ ତାଙ୍କ ଠାରୁ ପ୍ରେରଣା ପାଉଥିଲେ I ହଠାତ କିନ୍ତୁ ବାଳକୃଷ୍ଣ ଜାଣିବାକୁ ପାଇଲେ ଯେ ତାଙ୍କ ପ୍ରେମିକା ର ଅନ୍ୟ ପୁଅ ମାନଙ୍କ ସହିତ ଅନୈତିକ ସମ୍ପର୍କ ଅଛି I ଯାହାକୁ କି ସେ ସହ୍ୟ କରିପାରିନାହାନ୍ତି I ନିଜର ମାନସିକ ଭାରସାମ୍ୟ ହରାଇବସିଛନ୍ତି ବୋଧହୁଏ I ସେଥିପାଇଁ ସେ ଝିଅ ସହିତ ଘଟିଥିବା ଅନ୍ତରଙ୍ଗ ମୁହୂର୍ତ ର ଫୋଟ କୁ ନିଜ ଫେସବୁକ ଆକାଉଣ୍ଟସ ରେ ଅପ୍ଲୋଡ କରିଛନ୍ତି I

ଏବଂ ଏ ଭଳି ଝିଅଠାରୁ ଦୁରେଇ ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି I

ଖାଲି ଏତିକି ନୁହେଁ ବରଂ କହିଛନ୍ତି ବାରମ୍ବାର ଚେଷ୍ଟା କଲି ତାକୁ ସୁଧାରିବାକୁ ହେଲେ ପାରିଲିନି ସେ ସିନା ବଦଳିଗଲା ମୁଁ ପାରୁନି , ମୁଁ ଜାଣିଚି ୟା ପରେ ହୁଏତ ପୋଲିସ ମତେ ଗିରଫ କରିପାରେ କିନ୍ତୁ ସେଥିପାଇଁ ମୋର ଭୟ ନାହିଁ I

ଅନ୍ୟମାନଙ୍କୁ ସଚେତନ କରିବାକୁ ଏ ଫଟ ଛାଡ଼ିଛି I ଅନ୍ୟ ମାନେ ମଧ୍ୟ ମୋ ଭଳି ଠକାମୀ ର ଶିକାର ନ ହୁଅନ୍ତୁ I ଜୀବନ ରେ ଅନ୍ୟମାନଙ୍କୁ ହସାଇବାକୁ ଚେଷ୍ଟା କରୁଥିଲି କିନ୍ତୁ ମୋ ଅଜାଣତରେ ମୋ ଜୀବନ ଟା ଏକ କମେଡି ପାଲଟିଗଲା ସେ ଧୋକାବାଜ ପ୍ରେମିକା ପାଇଁ I ଓଡିଶା ବାସି ମତେ କ୍ଷମା କରିଦେବ I

Leave a Reply

Your email address will not be published. Required fields are marked *