ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କୁ ସରକାର ଙ୍କ ନାଲିଆଖି : ବଢ଼ିଲା ଏସମା ର ଅବଧି

ବିଦ୍ୟୁତ ବିଭାଗ ରେ ବିଭିର୍ଣ୍ଣ ସମସ୍ୟା ଲାଗିରହିଥିବା ବେଳେ ଅଧିକାଂଶ ସମୟରେ ବିଦ୍ୟୁତ କର୍ମଚାରୀ ମାନେ ଅଫିସ ଘେରାଓ ବା ଆନ୍ଦୋଳନ କରିଥାନ୍ତି କିନ୍ତୁ ସରକାର ଙ୍କ ତରଫରୁ ବିଦ୍ୟୁତ କର୍ମଚାରୀ ଙ୍କୁ ନାଲି ଆଖି ଦେଖାଇ ଏସମା ର ଅବଧି ବୃଦ୍ଧି କରାଯାଇଛି I ସୂଚନା ଥାଉ କି ଗତ 2017 ଜୁଲାଇ 22 ତାରିଖ ରେ ଗୃହ ବିଭାଗ ସଚିବ ଏକ ଵିଜ୍ଞପ୍ତି ଜରିଆରେ (Twitter) ଏସମା (ESMA )କୁ ରାଜ୍ୟର ବିଦ୍ୟୁତ ବିଭାଗରେ ବିଭିନ୍ନ ପଦପଦବୀ ରେ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କ ପାଇଁ ଲାଗୁ କରିଥିଲେ I ଏବଂ ଯେ କୌଣସି ଧର୍ମଘଟ କୁ ବେଆଇନ ଘୋଷଣା କରିଥିଲେ I 6 ମାସ ପରେ ପୁଣିଥରେ ଅବଧି ବଢି ଏହା ବଳବତ୍ତର ରହିଥିଲା I ତେବେ ଏହାର ଅବଧି 2018 ଜୁଲାଇ 22 ରେ ସରୁଥିବା ବେଳେ ପୁଣିଥରେ ଏହାର ଅବଧି ବୃଦ୍ଧି କରାଯାଇଛି I

ଏନେଇ ଟ୍ୱିଟର ଯୋଗେ ସୂଚନା ଦିଆଯାଇଛି I ବିଦ୍ୟୁତ ବିଭାଗ ଯଥା GRIDCO/OPTCL/OHPC/OPGC/NESCO/WESCO/SOUTHCO/CESU ରେ ଆନ୍ଦୋଳନ ଏବଂ ଧର୍ମଘଟ କୁ ବନ୍ଦ କରିବାକୁ ଏପରି ଏସମା ର ଅବଧି ବୃଦ୍ଧି କରାଯାଇଛି I ଅନ୍ୟ ପକ୍ଷରେ ଶ୍ରମିକ ନେତା ମାନେ ଏହାକୁ ବିରୋଧ କରିଛନ୍ତି I ଶ୍ରମିକ ମାନଙ୍କର ସର୍ବନିମ୍ନ ଦାବି ପୂରଣ ନକରି ଏପରି ଏସମା ଲାଗୁ କରିବା ଠିକ ନୁହେଁ ବୋଲି କହିଛନ୍ତି I

କେବେ କାର୍ଯ୍ୟକାରୀ ହେଇଥିଲା ଏସମା :

1) ପ୍ରଥମ ଟି 1986 ମସିହାରେ ଶ୍ରୀଯୁକ୍ତ ଶେକ ମତଲୂବ ଅଲ୍ଲି ଶକ୍ତି ମନ୍ତ୍ରୀ ଥିବାବେଳେ O .S .E .B ଅଧିନସ୍ଥ TT PS ରେ 2300 କର୍ମଚାରୀ ଧର୍ମଘଟ କରିଥିଲେ ଏବଂ ବହୁ ଶ୍ରମିକ ନେତା ମାନଙ୍କୁ ଏସମା ଆଇନ ଦ୍ୱାରା ଗିରଫ କରାଯାଇଥିଲା I ଏବଂ ପରବର୍ତୀ ସମୟରେ 1992 ମସିହା ରେ TTPS କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ NTPC କୁ ବିକ୍ରି କରିଦେଇଥିଲେ I 2) ଦ୍ୱିତୀୟ ଥର1992 ମସିହା ରେ ESMA ଲାଗୁ ହେଇଥିଲା ବିଦ୍ୟୁତ ବିଭାଗ ରେ I ଶକ୍ତି ମନ୍ତ୍ରୀ ଥିଲେ ସ୍ବର୍ଗତ କାଳିନ୍ଦୀ ବେହେରା I ଏସପି ସଂଜୀବ ମାରିକ ବହୁ ଶ୍ରମିକ ନେତା ମାନଙ୍କୁ ଘରୁ ଉଠାଇ ଆଣି ଗିରଫ କରି କୋର୍ଟ ପଠାଇ ଦେଇଥିଲେ I

Leave a Reply

Your email address will not be published. Required fields are marked *