ଶ୍ରୀମନ୍ଦିର ରେ ସେବାୟତ ସନ୍ତାନ ପୂଜା କରିପାରିବେ ନାହିଁ ; ବଂଶାନୁକ୍ରମିକ ପରମ୍ପରା ଉଛେଦ ପାଇଁ ପୁରୀ ଜିଲ୍ଲା ଜଜ୍ ଙ୍କ ସୁପାରିଶ

ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର I କିନ୍ତୁ ଅନ୍ୟ ମନ୍ଦିର ତୁଳନା ରେ ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏଠାରେ ସେପରି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ II ଭକ୍ତ ଟିଏ କେତେଦୂରରୁ ଆସିଥାଏ କାଳିଆ ର ଦର୍ଶନ ପାଇଁ କିନ୍ତୁ ସେବାୟତ ମାନଙ୍କର ଦୁଃବ୍ୟବହାର ସହିତ ଶୃଙ୍ଖଳା ସହିତ ଦର୍ଶନ କେବଳ ତାର ସ୍ବପ୍ନ ହେଇ ରହିଯାଏ I ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ କୌଣସି ବ୍ୟବସ୍ତା ନଥିବା ବେଳେ ,ପୁରୀ ଜିଲ୍ଲା ଜଜ୍ ନେଇଛନ୍ତି ସ୍ୱଗତଯୋଗ୍ୟ ପଦକ୍ଷେପ I ଜଗନ୍ନାଥ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଭିତର ପାର୍ଶ୍ବରେ ଧାଡ଼ି ବ୍ୟବସ୍ଥା କରାଯିବାକୁ ସୁପାରିଶ କରିଛନ୍ତି I ଏହା ସହିତ ଜଗନ୍ନାଥ ଙ୍କ ପୂଜା ପାଇଁ ପିଢ଼ି ପରେ ପିଢ଼ି ବଂଶାନୁକ୍ରମିକ ପରମ୍ପରା କୁ ମଧ୍ୟ ତୁରନ୍ତ ବନ୍ଦ କରାଯାଉ ବୋଲି ସୁପ୍ରିମକୋର୍ଟ କୁ ସୁପାରିଶ କରିଛନ୍ତି ପୁରୀ ଜିଲ୍ଲା ଜଜ୍ । ତେବେ ଏହାକୁ ସେବାୟତ ମାନେ ଘୋର ବିରୋଧ କରିଛନ୍ତି I ପରମ୍ପରା କୁ ଉଛେଦ ନ କରାଯାଉ I

Leave a Reply

Your email address will not be published. Required fields are marked *