ଦୁନିଆ ର ୫ଟି ଭୟଙ୍କର ରେଳ ଯାତ୍ରା

ଆଜି ଆମେ ଜାଣିବା ଦୁନିଆର ସବୁଠାରୁ ଖତର ନାକ୍ ରେଳୱେ ଟ୍ରାକ ଗୁଡ଼ିକ ବିଷୟରେ ଯେଉଁଥିରେ ଯାତ୍ରା କରିବା ମନେ ମୃତ୍ୟୁ ସହିତ ଖେଳିବା ବୋଲି କୁହାଯାଏ।ତଥାପି ଲୋକମାନେ ନିଜ ଜୀବନକୁ ବାଜି ଲଗେଇ ଏହି ରେଲୱେ ରୁଟ ଗୁଡିକରେ ଯାତ୍ରା କରନ୍ତି।

୧. ଡେଭିଲ୍ସ ନୋଜ –

ଏହି ରାସ୍ତା ଇକୁଆଡର ର ପାହାଡ଼ ଇଲାକା ରେ ଅଛି।ଏହାର ଗୋଟେ ପାର୍ଶ୍ଵରେ ଉଚ୍ଚ ପାହାଡ଼ ଆଉ ଅନ୍ୟ ପାଖରେ ଗଭୀର ଖାଇ ଅଛି।ଏଥିପାଇଁ ଏହାକୁ ଦୁନିଆର ସବୁଠୁ ଖଟର୍ଣାକ୍ ରେଳୱେ ଟ୍ରାକ ବୋଲି କୁହାଯାଏ।ଆଡ଼ଭେନଚର୍ କୁ ପସନ୍ଦ କରୁଥିବା ଲୋକେ ଏହି ଜାଗାକୁ ଦୁର ଦୁରାନ୍ତରୁ ଆସନ୍ତି।ଯାହାଫଳରେ ସେମାନେ ଏହି ରେଲୱେ ରୁଟ ର ମଜା ନେଇ ପାରିବେ।

୨.ପାମ୍ବନ୍ ବ୍ରିଜ –

ଏହା ଭାରତର ସବୁଠୁ ଖତର୍ଣାକ୍ ରେଲୱେ ଟ୍ରାକ ଅଟେ।ଯେଉଁଥିରେ ଟ୍ରେନ ସମୁଦ୍ର ଉପରେ ଯାଇଥାଏ।ଏଠାରେ ସମୁଦ୍ର ଉପରେ ଟ୍ରେନ ଯାଉଥିବାର ଦୃଶ୍ୟ ସମସ୍ତେ ଦେଖିପାରନ୍ତି ନାହିଁ।

ତା ସହ ଏହି ଟ୍ରେନରେ ବସିବାର ମଜା ସବୁଠାରୁ ନିଆରା।କାରଣ ସମୁଦ୍ର ମଧ୍ୟ ଦେଇ ଟ୍ରେନ ଗଲାବେଳେ ଏହାର ଅନୁଭୂତି ଆପଣଙ୍କ ଜୀବନରେ କେବେ ଭୁଲି ପାରିବେ ନାହିଁ।

୩. ମକେଲୋଂ ରେଳୱେ ମାର୍କେଟ –

ଏହି ରେଲୱେ ରୁଟ ଥାଇଲାଣ୍ଡରେ ଅଛି।ଯେଉଁଥିରେ ଟ୍ରେନ ଏକ ମାର୍କେଟ ମଧ୍ୟ ଦେଇ ଯାଇଥାଏ।ଯେତେବେଳେ ବି ଟ୍ରେନ ଆସିବାର ଥାଏ ଲୋକମାନେ ନିଜର ଦୋକାନ ବନ୍ଦ କରିଦିଅନ୍ତି।ଏବଂ ଟ୍ରେନ ଗଲାପରେ ପୁଣି ନିଜ ଦୋକାନ ଖୋଲି ଥାନ୍ତି।

ଭିଡ଼ ଅଧିକ ଥିବା କାରଣରୁ ଟ୍ରେନ ଏଠାରେ ସବୁବେଳେ ଧୀର ଗତିରେ ଯାଇଥାଏ।ଯେମିତିକି କୌଣସି ବଡ଼ ଦୃଘଟଣ ହେବ ନାହିଁ।

୪.ବର୍ମା ରେଳୱେ –

ଏହି ରେଲୱେ ଟ୍ରାକ କୁ ଡେଥ୍ ରେଳୱେ ନାମରେ ଜଣାଯାଏ।କାରଣ ଏହି ରେଲୱେ ଟ୍ରାକ କୁ ତିଆରି କରୁଥିବା ସମୟରେ ଏକ ଲକ୍ଷ ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁବରଣ କରିଥିବା ଲୋକ ମାନଙ୍କ ମଧ୍ୟ ରୁ ଅଧିକାଂଶ ଗୋଲାମ୍ ଥିଲେ।ଏମାନଙ୍କୁ ଜବରଦସ୍ତି ଏହି କାମରେ ଲଗାଯାଇ ଥିଲା।କାମ ଚାଲିଥିବା ସମୟରେ ଏଠାରେ କିଛି ଶ୍ରମିକ ନଦୀରେ ଖସିପଡିବା ଯୋଗୁ ମୃତ୍ୟୁ ବରଣ କରିଥିଲେ।ଏବଂ ଅନ୍ୟ କିଛି ଶ୍ରମିକ ଅତ୍ୟଧିକ କଷ୍ଟ ଯୋଗୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ।

୫. ଏନ୍ ଡି ଆଣ୍ଡ ଡବ୍ଲୁ ରେଳୱେ –

ଏହା ସବୁଠୁ ଖତର୍ଣାକ ରେଳୱେ ରୁଟ ଅଟେ।ଯେଉଁଥିରେ କୌଣସି ଟ୍ରେନ ଯାତ୍ରା କରିବା ବହୁତ୍ କଠିନ।ଏହି ଟ୍ରାକ କେଉଁଠି ଅଙ୍କା ବଙ୍କା ତ କେଉଁଠି ଉଚ୍ଚା ନିଚା ଏବଂ ଏଥିପାଇଁ ଏହି ଟ୍ରାକ ରେ ବହୁତ୍ ଦୃଘଟାଣ ଘଟିଲାଣି।

ଏହାଦ୍ଵାରା ବହୁତ୍ ଲୋକଙ୍କ ମୃତ୍ୟୁ ହେବେ ସତ୍ତ୍ଵେ ଏହି ରୁଟ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେନ ଯାତ୍ରା କରୁଅଛି।
ଆପଣକୁ ଏହି ୫ ଟି ଟ୍ରେନ ରୁଟ ମଧ୍ୟରୁ କେଉଁ ରୁଟ ଅଧିକ ଖତର୍ଣକ ଲାଗିଲା comment ଦ୍ବାରା ଜଣାନ୍ତୁ।

Leave a Reply

Your email address will not be published. Required fields are marked *