ଓଡିଶାରେ ନିଷିଦ୍ଧ ହେବ ପ୍ଲାଷ୍ଟିକ ପଲିଥିନ୍,ମୁଖ୍ୟମନ୍ତ୍ରୀ ଙ୍କ ବଡ ଘୋଷଣା

ଅତି ସୁବିଧା ରେ କୌଣସି ଜିନିଷ କୁ ନେବା ଆଣିବା ରେ ପ୍ଲାଷ୍ଟିକ ର ପଲିଥିନ ବହୁଳ ପରିମାଣରେ ବ୍ୟବହାର ହେଇଥାଏ I କିନ୍ତୁ ପ୍ଲାଷ୍ଟିକ ଏପରି ଏକ ବସ୍ତୁ ଯାହାକି ସହଜରେ ନଷ୍ଟ ହେଇନଥାଏ ବରଂ ପରିବେଶ କୁ ଦୂଷିତ କରିବାରେ ଏହା ସାହାଯ୍ୟ କରିଥାଏ I ଯେଉଁଥିପାଇଁ ଗୁଜରାଟ , ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ରେ ପଲିଥିନ୍ ବ୍ୟାନ କରାଯାଇଛି I ତେବେ ଓଡ଼ିଶାରେ ମଧ୍ୟ ପଲିଥିନ କୁ ବ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ ହେବ I

ଏନେଇ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପ୍ରାରମ୍ଭିକ ପର୍ଯ୍ୟାୟରେ ସହରାଂଚଳରେ ପଲିଥିନ୍ କୁ ନିଷିଦ୍ଧ କରାଯିବ I ତେବେ ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖାଲି ନିୟମ କରିଦେଲେ ହେବ ନାହିଁ ,ସମସ୍ତେ ଏହାକୁ ଗୁରୁତ୍ୱ ଦେଇ ପରିବେଶ ସୁରକ୍ଷା ପାଇଁ ଗୋଟିଏ ଗଛ ଲଗାନ୍ତୁ I

Leave a Reply

Your email address will not be published. Required fields are marked *