ଅସରାଏ ବର୍ଷା ରେ ଖୁଣ୍ଟ ସହିତ ଟ୍ରାନ୍ସଫର୍ମର ଉପୁଡ଼ିପଡ଼ିଲା ରାସ୍ତାରେ :ଅଳ୍ପକେ ବର୍ତିଲେ ସ୍କୁଲ ପିଲା

ବିଦ୍ୟୁତ ବିଭାଗ ର ବେପରୁଆ ମନଭାବ ତଥା ଚରମ ଅବହେଳା ପାଇଁ ପ୍ରତିଦିନ କେଉଁଠି ନା କେଉଁଠି ବିଦ୍ୟୁତ ତାର ଛିଣ୍ଡି ପଡିବା ହେଉ କିମ୍ବା ଖୁଣ୍ଟ ପଡି ସାଧାରଣ ଲୋକଙ୍କ ଜୀବନ ଯିବା ଏକ ସାଧାରଣ ଘଟଣା ହେଇଗଲାଣି I ଲୋକଙ୍କ ବହୁମୂଲ୍ୟ ଜୀବନ ଯେପରି ବିଭାଗ ପାଖରେ କୌଣସି ମୂଲ୍ୟ ନାହିଁ I କିଛିଦିନ ତଳେ ବରଗଡ଼ ରେ ଖୁଣ୍ଟ ଭୁଶୁଡି ପଡି ଜଣେ ମୃତ ଏବଂ ଦୁଇଜଣ ଗୁରୁତର ଆହତ ହେଇଥିଲେ ତେବେ ଗତକାଲି ଚକେଇସିଆଣୀ ମଞ୍ଚନାଥ ହାଇସ୍କୁଲ ପାଖରେ ଏକ ଖୁଣ୍ଟ ଭୁଶୁଡି ପଡିଥିଲା I ଗତକିଛି ଦିନ ତଳେ ଖୁଣ୍ଟ ଟି ପୋତା ହେଇଥିଲା, କିନ୍ତୁ ବିଭାଗ ପକ୍ଷରୁ ଖୁଣ୍ଟ ମୂଳରେ ସିମେଣ୍ଟ ଢଳେଇ କରାଯାଇନଥିଲା ,ଯାହାଫଳରେ ଅସରାଏ ବର୍ଷା ରେ ଖୁଣ୍ଟଟି ପାଖରେ ଥିବା ବିଦ୍ୟାଳୟ ଏବଂ ରାସ୍ତାରେ ଉପୁଡି ପଡିଥିଲା ।

ଲାଇଭ ଲାଇନ ଥିବାରୁ ପ୍ରଚଣ୍ଡ ଶବ୍ଧ କରିଥିଲା ,ଭୟରେ ସମସ୍ତେ ଡରିଯାଇଥିଲେ ,ବିଦ୍ୟୁତ ବିଭାଗ କୁ ଖବର ଦିଆଯିବା ପରେ ବିଦ୍ୟୁତ ସରାବରାହ ବନ୍ଦ କରାଯାଇଥିଲା I ସୌଭାଗ୍ୟ ବଶତଃ ଏଥିରେ କାହାର କୌଣସି କ୍ଷତି ଘଟିନାହିଁ I

Leave a Reply

Your email address will not be published. Required fields are marked *