ସ୍ତ୍ରୀ କଣପାଇଁ ସ୍ୱାମିର ନାମ ଧରି ଡାକେ ନାହିଁ ,କାହିଁକି ଏହାକୁ ମହାପାପ ବୋଲି ବିବେଚନା କରାଯାଏ

ବିବାହ ପରେ ଦୁଇଟି ଅଚିନ୍ହା ପୁଅ ଝିଅ ୭ଜନ୍ମ ପାଇଁ ସାଥି ହେଇଥାନ୍ତି I ଝିଅଟିର ସୁଖ ଦୁଃଖ ର ସାଥି ହେଇଥାଏ ତା ସ୍ୱାମୀ I ସାଧାରଣତଃ ଆମ ହିନ୍ଦୁ ଧର୍ମରେ ସ୍ତ୍ରୀ ମାନେ ସ୍ୱାମୀଙ୍କ ନାମ ଧରି ଡାକିନଥାନ୍ତି Iଏବେ ଆଧୁନିକ ଯୁଗରେ କିଛି ମହିଳା ମାନେ ଏହାକୁ ମାନିନଥାନ୍ତି Iକିନ୍ତୁ ଏବେବି ରକ୍ଷଣଶୀଳ ପରିବାରରେ ଏହାକୁ ମନାଯାଏ I କିନ୍ତୁ ବେଳେବେଳେ ପ୍ରଶ୍ନ ଆସେ ଯେ ସ୍ୱାମୀ ସ୍ତ୍ରୀ ର ନାମ ଧରି ଡାକିପାରୁଥିବା ବେଳେ ସ୍ତ୍ରୀ କାହିଁକି ସ୍ୱାମୀ ନାମ ଧରି ଡାକେ ନାହିଁ I ମହର୍ଷି ବେଦବ୍ୟାସ ଙ୍କ ବର୍ଣ୍ଣିତ ଶ୍ରୀ ଗଣେଶ ଙ୍କ ଲିଖିତ ସ୍କନ୍ଦ ପୁରାଣ ରେ ଏହା ବର୍ଣ୍ଣନା କରାଯାଇଛି କି ହିନ୍ଦୁ ଧର୍ମ ଅନୁଯାଇ ସ୍ୱାମୀଙ୍କୁ ଭଗବାନ ଭାବେ ମନାଯାଏ ,ସ୍ୱାମୀଙ୍କ ଇଛା ସ୍ୱପ୍ନକୁ ସନମାନ ଦେବାକୁ ସ୍ତ୍ରୀ ସବୁବେଳେ ଚାଂହିଥାଏ I

ସ୍ୱାମୀଙ୍କ ଦୀର୍ଘାୟୁ ମଙ୍ଗଳ କାମନା କରି 12 ମାସରେ ତେର ଓଷା କରିଥାଏ Iଏମିତିକି ସତୀ ସାବିତ୍ରୀ ଯମଙ୍କ ଆରାଧନା କରି ତାଙ୍କ ସ୍ୱାମୀଙ୍କ ଆୟୁଷ ଫେରେଇ ଆଣିବାକୁ ସମର୍ଥ ହେଇପାରିଥିଲେ I ସ୍ୱାମୀଙ୍କ ନାମ ଧରି ଡାକିବା ଦ୍ୱାରା ସ୍ୱାମୀର ଆୟୁଷ ହାନି ହୁଏ ବୋଲି ସ୍କନ୍ଦ ପୁରାଣ ରେ ଏହା ବର୍ଣ୍ଣନା କରାଯାଇଛି I ସ୍ତ୍ରୀ ନିଜ ସ୍ୱାମୀ ଙ୍କୁ ଭଗବାନ ମାନୁଥିବIରୁ ଏବଂ ସ୍ୱାମୀଙ୍କ ଦୀର୍ଘାୟୁ ମନାସୁଥିବାରୁ ସ୍ୱାମୀଙ୍କ ନାମ ଧରି ଡାକିପାରେନାହିଁ I

ଦ୍ୱିତୀୟତଃ ଆମ ହିନ୍ଦୁ ଧର୍ମ ଅନୁଯାଇ ବିବାହ ସମୟରେ ପୁଅର ବୟସ ଠାରୁ ଝିଅର ବୟସ କମ୍ ହେଇଥାଏ , ସ୍ୱାମୀ ସ୍ତ୍ରୀ ଠାରୁ ସାଧାରଣତଃ ବଡ ହେଇଥାଏ ତେଣୁ ସ୍ତ୍ରୀ ମାନେ ସ୍ୱାମୀଙ୍କୁ ନାମ ଧରି ଡାକିନଥାନ୍ତି I

Leave a Reply

Your email address will not be published. Required fields are marked *