ଜାଣନ୍ତୁ କେଉଁ ବାସନ ରେ କେଉଁ ଖାଦ୍ୟ ରଖିବେ ନାହିଁ ନଚେତ ଖାଦ୍ୟ ବିଷାକ୍ତ ହେଇଯିବ I

ଭୁଲ୍ ରେ ଏହି ବାସନ ରେ ଏସବୁ ଖାଦ୍ୟ ରଖନ୍ତୁ ନାହିଁ
1)ରୁପା :ଏହା ଦାମୀ ଧାତୁ ହେଇଥିଲେ ମଧ୍ୟ ଅନେକ ଧନୀ ଲୋକଙ୍କ ଘରେ ରୁପାରେ ବାସନ ତିଆରି କରାଯାଇଥାଏ I ଏଥିରେ ଖାଦ୍ୟ ପରଷିବା ଦ୍ୱାରା ଖାଦ୍ୟର ଗୁଣବତ୍ତା ବଢିଥାଏ I 2)ପିତ୍ତଳ :-ଏଥିରେ ତିଆରି ବାସନ ରେ ଖାଦ୍ୟ ରଖିବା ଦ୍ୱାରା ଏକ ବାସ୍ନା ଆସିଥାଏ ,ଏବଂ ସାଧାରଣତଃ ଘିଅ ,କ୍ଷୀର,ଦହି ରଖିବା ଦ୍ୱାରା ବିଷାକ୍ତ ହେଇଥାଏ I ଭୁଲ୍ ରେ ବି ଘିଅ ,କ୍ଷୀର,ଦହି ପିତ୍ତଳ ବାସନ ରେ ରଖନ୍ତୁ ନାହିଁ I
3)ତମ୍ବା :-ତମ୍ବା ପାତ୍ର ରେ ରାତିରେ ପାଣି ରଖି ସକାଳୁ ବାସି ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ I ଶରୀର ନିରୋଗ ରହିଥାଏ I

4)କଂସା :କଂସା ପାତ୍ରରେ ନିର୍ମିତ ବାସନରେ ଖାଦ୍ୟ ଖାଇବା ଦ୍ୱାରା କୌଣସି କ୍ଷତି ହେଇନଥାଏ କିନ୍ତୁ ତେଲ ,ଖଟା ,ଦହି ରଖିବା ଦ୍ୱାରା ଖାଦ୍ୟ ପଦାର୍ଥ ବିଷାକ୍ତ ହେଇଥାଏ I 5)ଲୁହା :ଲୁହାରେ ତିଆରି ଖାଦ୍ୟ ପଦାର୍ଥ ରେ ଖାଦ୍ୟ ରଖିବା କିମ୍ବା ଖାଇବା ଦ୍ୱାରା କୌଣସି କ୍ଷତି ଯଦିଓ ହେଇନଥାଏ କିନ୍ତୁ ଲୁହା ପାତ୍ରରେ ଖାଦ୍ୟ ରଖିବା ଦ୍ୱାରା ଲୁହାଳିଆ ର ବାସ୍ନା ଆସିଥାଏ I 6) ଷ୍ଟିଲ:

ଷ୍ଟିଲ ନିର୍ମିତ ବାସନ ରେ ଖାଦ୍ୟ ଖାଇବା କିମ୍ବା ରଖିବା ଦ୍ୱାରା ଏହା ଶରୀର ପାଇଁ ହିତକାରକ ହେଇଥାଏ I 7)ଆଲୁମିନିଅମ :-ଆଲୁମିନିଅମ ବାସନ ରେ ଖାଦ୍ୟ ଗରମ କରନ୍ତୁ ନାହିଁ ଏହା ଦ୍ୱାରା ଖାଦ୍ୟର ମାନ କମିଥାଏ ଏବଂ ଏହାର କଣିକା ଖାଦ୍ୟରେ ମିଶିଥାଏ ଯାହାକି ଆମ ଶରୀର ପାଇଁ କ୍ଷତିକାରକ I

Leave a Reply

Your email address will not be published. Required fields are marked *