କାନ୍ଦିବା ଦ୍ୱାରା ମିଳିଥାଏ ବହୁତ ଫାଇଦା, ଯଦି କାନ୍ଦ ଲାଗୁଚି ମନଖୋଲି କାନ୍ଦନ୍ତୁ

ମନୁଷ୍ୟ ଶରୀର ରେ କାନ୍ଦ ଏକ ସ୍ୱାଭାବିକ ପ୍ରକ୍ରିୟା Iଜନ୍ମ ହେଲେ କୁଆଁ କୁଆଁ କାନ୍ଦ ଠାରୁ ମୃତ୍ୟୁ ପରେ ପରିଜନ ମାନଙ୍କ କନ୍ଦାକଟା ରେ ମନୁଷ୍ୟ ଜୀବନ ସମାପ୍ତ ହେଇଥାଏ I ମନୁଷ୍ୟ ଦୁଃଖରେ ଭାଙ୍ଗିପଡି କାନ୍ଦି ପକାଏ ତ କେତେବେଳେ ଖୁଶିରେ ବି କାନ୍ଦିଥାଏ I ସୁଖ ,ଦୁଃଖ ,ମାନ ,ଅପମାନ ,ସହିତ କାନ୍ଦ ଜଡିତ ହେଇ ରହିଥାଏ I କିଏ ନିଜ କୋହ କୁ ସମ୍ଭାଳି ନପାରି ଆଖି ପଟେ ଲୁହ ହେଇ ବୁହାଇ ଦିଏ ତ କିଏ ଅନ୍ୟ ମାନଙ୍କ ଠାରୁ ଲୁଚାଇ ଗୁମୁରି ଗୁମୁରି କାନ୍ଦିଥାଏ I କିଛି ବ୍ୟକ୍ତି ମଧ୍ୟ ନିଜ ସ୍ୱାର୍ଥ ହାସଲ ପାଇଁ ମିଛ ଲୁହ ର ସାହାରା ନେଇଥାନ୍ତି ସାଧାରଣତଃ ତାଙ୍କୁ କୁମ୍ଭୀର କାନ୍ଦଣା କୁହାଯାଏ I ମନୁଷ୍ୟ ବେଳେବେଳେ ଭାବପ୍ରବଣ ହେଇ କାନ୍ଦି ପକାଇଥାଏ I

ଅଧିକାଂଶ ସ୍ଥଳରେ ଦେଖାଯାଏ ଝିଅ ମାନେ କଥା କଥାକେ କାନ୍ଦି ପକାଇଥାନ୍ତି ଯେଉଁଥିପାଇଁ ତାଙ୍କୁ ନାକକାନ୍ଦୁରି କୁହାଯାଇଥାଏ I ପୁରୁଷ ମାନଙ୍କ ଆଖିରେ ଲୁହ ଦେଖିବାକୁ ମିଳେନି କିନ୍ତୁ ୟାର ମାନେ ନୁହେଁ ଯେ ପୁରୁଷ ମାନେ କାନ୍ଦନ୍ତି ନାହିଁ ,ସେମାନେ ନିଜ ଲୁହକୁ ଆଖିତଳେ ଲୁଚେଇ ରଖି ଦିଅନ୍ତି I

ତେବେ ବୈଜ୍ଞାନିକ ମାନେ ମତ ରଖନ୍ତି କି ଯେତେବେଳେ କାନ୍ଦ ଲାଗୁଚି ବ୍ୟକ୍ତି ମନଖୋଳି କାନ୍ଦିବା ଦରକାର I ଏହା ଦ୍ୱାରା ଅନେକ ଫାଇଦା ମିଳିଥାଏ I କୌଣସି କଥା କୁ ନେଇ ମନ ଭିତରେ ଯଦି ଦୁଃଖ କ୍ଳେଶ ଲାଗିରହି କାନ୍ଦ ଲାଗେ ତେବେ ମନଖୋଲି କାନ୍ଦନ୍ତୁ ଏହା ଦ୍ୱାରା ମନ ହାଲକା ଲାଗିଥାଏ ,ଅବସାଦ ଦୂର ହେଇଥାଏ I କାନ୍ଦିବା ଦ୍ୱାରା ଶରୀର ର ରକ୍ତଚାପ ନିୟନ୍ତ୍ରିତ ରହିଥାଏ I ଆଖି ପରିସ୍କାର ହେଇଥାଏ I ଆଖିପୋଡା ହେଇନଥାଏ I ମୁଣ୍ଡ ବିନ୍ଧା ହେଇନଥାଏ I

Leave a Reply

Your email address will not be published. Required fields are marked *