ପ୍ରଭୁ ହନୁମାନ ଙ୍କ ସିନ୍ଧୂର ବେଶ ପଛରେ ଥିବା ରହସ୍ୟ କଣ?

ସଙ୍କଟ ମୋଚନ ହନୁମାନ ଙ୍କୁ ତ ପୁରା ତ୍ରିଭୁବନ ଜାଣେ।ଏବଂ ପ୍ରଭୁ ଶ୍ରରାମଚନ୍ଦ୍ର ଙ୍କ ସେ ବହୁତ୍ ବଡ଼ ଭକ୍ତ।ଯେଉଁ ଥିରେ ପ୍ରଭୁ ଶ୍ରୀରାମ ଙ୍କ ମଙ୍ଗଳ ହୋଇଥାଏ ସେ କାମ କରିବାରେ ସେ କେବେ ବି ପଛ ଘୁଂଚା କରନ୍ତି ନାହିଁ।ହନୁମାନଙ୍କର ବହୁତ୍ ପ୍ରିୟ ହେଉଛି ସିନ୍ଦୂର।ଯେଉଁ ଭକ୍ତ ତାଙ୍କୁ ପୂଜା କରିବାକୁ ଯାଆନ୍ତି ହାତରେ ସିନ୍ଦୂର ଧରି ଯାଆନ୍ତି।

ଆଜି ଆମେ ଜାଣିବା ହନୁମାନଙ୍କର ସିନ୍ଦୂର କାହିଁକି ପ୍ରିୟ।ଏବଂ ତା ପଛରେ ଥିବା ପୌରାଣିକ କାହାଣୀ।

ପ୍ରଭୁ ଶ୍ରୀରାମ ଯେତେବେଳେ ରାବଣ କୁ ମାରି ଅଯୋଧ୍ୟା ଫେରିଲେ ସେତେବେଳେ ହନୁମାନ ତାଙ୍କ ସହ ଆସିଥିଲେ।କିନ୍ତୁ ସବୁ ବାନର କିଷ୍କିନ୍ଦା ଫେରିଯାଇଥିଲେ।ହନୁମାନ ରାମଙ୍କ ସହ ଆସିବାକୁ ଚାହୁଁଥିଲେ କାରଣ ସେ ଦିନେ ବି ଶ୍ରୀରାମ ଚନ୍ଦ୍ରଙ୍କ ସେବାରେ ଅବହେଳା କରିବାକୁ ଚାହୁଁ ନ ଥିଲେ।

ସେଦିନ ମଙ୍ଗଳବାର ହୋଇଥାଏ।ଶ୍ରୀରାମଙ୍କ ସଭାରେ ହନୁମାନ ସିନ୍ଦୂର ବୋଳି ହୋଇ ଆସିଥିଲେ।ହନୁମାନ ଏମିତି ସିନ୍ଦୂର ବୋଳି ହୋଇ ଆସିଥିଲେ କି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ।ପ୍ରଭୁ ଶ୍ରୀରାମ ଆସି ତାଙ୍କୁ ପଚାରିଲେ କି ତୁମେ କାହିଁକି ଦେହରେ ସିନ୍ଦୂର ବୋଳି ହୋଇଛ।

ହନୁମାନ କହିଲେ ମୋତେ ବହୁତ୍ ଭୋକ ଲାଗୁଥିଲା ତେଣୁ ମୁଁ ମାତା ସୀତା ଙ୍କ ପାଖକୁ ପ୍ରସାଦ ମାଗିବାକୁ ଯାଇଥିଲି।ସେଠି ଦେଖିଲି ମାତା ସୀତା ଲଗେଇ ହେଉଥିବା ସିନ୍ଦୂର ଡବା ଖୋଲୁନଥିଲା।ତେଣୁ ସେ ବହୁତ୍ ବିବ୍ରତ ହୋଇଗଲେ ଏବଂ ଯେତେବେଳେ ଡବା ଖୋଲିଗଲା ସେ ଖୁସି ହୋଇଗଲେ।

ମୁଁ ମାତା ସୀତାଙ୍କୁ ସିନ୍ଦୂର ଡବା ନ ଖୋଲିବା ଏବଂ ସେ ଏତେ ବ୍ୟସ୍ତ ହୋଇଯିବାର କାରଣ ପଚାରିଲି।ସେ କହିଲେ ସିନ୍ଦୂର ହେଉଛି ସ୍ତ୍ରୀ ଲୋକଙ୍କ ଭୂଷଣ ତାଙ୍କ ସ୍ବାମୀଙ୍କ ମଙ୍ଗଳ ପାଇଁ ଏବଂ ଆୟୁଷ ବୃଦ୍ଧି ପାଇଁ ସିନ୍ଦୂର ଲଗାଯାଏ।ତେଣୁ ମୁଁ ତୁମ ପ୍ରଭୁଙ୍କ ଦ୍ରିଘାଉ ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ସିନ୍ଦୂର ଲଗାଉଛି।

ମାତା ସୀତା ଜଣେ ପତ୍ନୀ ଭାବେ ଏ କଥା କହିଥିଲେ।କିନ୍ତୁ ତାକୁ ଓଲଟା ବୁଝିଥିଲେ ହନୁମାନ।ପ୍ରଭୁଙ୍କ ପ୍ରତି ତାଙ୍କର ଏତେ ଭକ୍ତି ଥିଲା ଯେ ସେ ପ୍ରଭୁଙ୍କର ଦ୍ରୀଘାଉ ପାଇଁ ତାଙ୍କ ଶରୀର ସାରା ସିନ୍ଦୂର ବୋଳି ଦେଲେ।

ଶ୍ରୀରାମ ପୁଣି ପଚାରିଲେ ମାତା ସୀତା ତ ଅଳ୍ପ ସିନ୍ଦୂର ତାଙ୍କ ସିନ୍ଥିରେ ଲାଗେଇଥାନ୍ତି କିନ୍ତୁ ତୁମେ କାହିଁ ଦେହ ସାରା ବୋଳି ହୋଇଗଲ

।ମୁଁ ଭାବିଲି ମାତା ସୀତା ଙ୍କ ଅଳ୍ପ ସିନ୍ଦୂର ଲଗେଇବା ଦ୍ଵାର ଯଦି ତୁମେ ଦୀର୍ଘାୟୁ ହେବ ମୁଁ ଦେହ ସାରା ଲଗେଇଲେ ତ ଆପଣ ଚିରଞ୍ଜିବି ହୋଇଯିବେ।ଏବଂ କେବେ ହେଲେ ପୃଥିବୀ ଛାଡ଼ି ନିଜ ଧାମ କୁ ଯିବେନି ଏବଂ ସବୁଦିନ ଭକ୍ତ ମାନଙ୍କ ପାଖରେ ରହିବେ।

ଏକଥା ଶୁଣି ଶ୍ରୀରାମ କହିଲେ ତୁମର ଏହି ପ୍ରକାର ଭକ୍ତି ମୋତେ ବହୁତ୍ ଆନନ୍ଦ ଦେଇ ଥାଏ।ତୁମେ ମଙ୍ଗଳବାର ଦିନ ମୋର ମଙ୍ଗଳ କାମନା କରୁଥିବାରୁ ମୁଁ ତୁମକୁ ବଚନ ଦେଉଛି ତୁମର ସିନ୍ଦୂର ବେଶ କୁ ଯେଉଁ ଭକ୍ତ ମଙ୍ଗଳବାର ଦର୍ଶନ କରିବେ ଏବଂ ତୁମ ପୂଜାରେ ଯିଏ ସିନ୍ଦୂର ଅର୍ପଣ କରିବେ ମୁଁ ତାଙ୍କ ଉପରେ କୃପା କରିବି।

Leave a Reply

Your email address will not be published. Required fields are marked *